ETV Bharat / sports

Asian Games: ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ, ଛୁଟିଲା ଶୁଭେଚ୍ଛା

author img

By ETV Bharat Odisha Team

Published : Sep 25, 2023, 3:28 PM IST

Updated : Sep 25, 2023, 5:17 PM IST

ଏସିଆନ ଗେମ୍ସ ମହିଳା କ୍ରିକେଟ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ । ଭାରତ ଏବଂ ଶ୍ରୀଲଙ୍କ ମଧ୍ୟରେ ହୋଇଥିବା ମହା ମୁକାବିଲାରେ ୧୯ ରନରେ ବାଜିମାତ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

Asian Games Semi Final:ଭାରତ ମହିଳା କ୍ରିକେଟ ଦଳକୁ ସ୍ବର୍ଣ୍ଣ
Asian Games Semi Final:ଭାରତ ମହିଳା କ୍ରିକେଟ ଦଳକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଏସୀୟ କ୍ରୀଡ଼ାରେ ଅଉ ଏକ ସ୍ବର୍ଣ୍ଣ ପଦକ ହାତେଇଛି ଭାରତ । ଆଜି ଏସୀୟ କ୍ରୀଡା ମହିଳା କ୍ରିକେଟ ଫାଇନାଲରେ ଶ୍ରୀଲଙ୍କାକୁ ହାରାଇଛି ଭାରତ । ଭାରତ ଏବଂ ଶ୍ରୀଲଙ୍କ ମଧ୍ୟରେ ହୋଇଥିବା ମହା ମୁକାବିଲାରେ ୧୯ ରନରେ ବାଜିମାତ କରିଛି ଭାରତ । ଏହା ସହ ଭାରତ ନାମରେ ଆଉ ଗୋଟିଏ ସ୍ବର୍ଣ୍ଣ ପଦକ ଯୋଡି ହୋଇଛି । ବର୍ତ୍ତାମାନ ଭାରତ ନାମରେ ୨ ଟି ସ୍ବର୍ଣ୍ଣ , ୨ଟି ରୋପ୍ୟ ଏବଂ ୭ଟି ବୋଞ୍ଜ ପଦକ ରିହିଛି । ଏହା ସହ ଭାରତର ମୋଟ ୧୧ଟି ପହକ ଜିତିଛି ।

  • "Indian women's cricket team wins Gold at the Asian Games with a dominant win over Sri Lanka, led by 18-year-old sensation Titas Sadhu's bowling brilliance (3 for 6). Congratulations to the team and support staff for this historic achievement," tweets BCCI Secretary Jay Shah pic.twitter.com/53X3ZT0qzJ

    — ANI (@ANI) September 25, 2023 " class="align-text-top noRightClick twitterSection" data=" ">

ଭାରତ ନିର୍ଦ୍ଧାରିତ ଓଭରେ ୭ ୱିକେଟ ହରାଇ ୧୧୬ ରନ କରିଥିବାବେଳେ ଶ୍ରୀଲଙ୍କ ଏହାକୁ ପିଛା କରି ୮ୱିକେଟ ହରାଇ ମାତ୍ର ୯୭ ରନି କରିବାରେ ସଫଳ ହୋଇଥିଲା । ଏହାସ ସହ ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ହରାଇ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ମହିଳା ଦଳର ସ୍ୱର୍ଣ୍ଣ ହାସଲ ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛା ବାର୍ତ୍ତା ।

  • "It's gold... Congratulations to our Women's Cricket Team on their astounding debut at the Asian Games and bring home 1st-ever gold in Cricket!! Valiant effort and terrific fielding from the Women In Blue, rising from the ashes and leaving cricket fans at the edge of their seats… pic.twitter.com/kAAviqYJhF

    — ANI (@ANI) September 25, 2023 " class="align-text-top noRightClick twitterSection" data=" ">

ଅଜିର ଏହି ଫାଇନାଲ ମ୍ୟାଚରେ ଭାରାତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଅଧିନାୟିକା ସ୍ମୃତି ମାନ୍ଧନା ଓ ସେଫାଳି ବର୍ମା ପ୍ରଥମେ ପଡିଆକୁ ଓହ୍ଲାଇ ଥିଲେ । ସେଫାଳି ଅଧିକ ସମୟ ପଡିଆରେ ରହି ପରିନଥିଲେ । ସେ ମାତ୍ର ୧୫ ବଲ ଖେଳିଥିବାବେଳେ ୯ ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ପରେ ଜେମିମା ଦଳର ଭାର ସମ୍ଭାଳବାକୁ ପଡିଆକୁ ଆସିଥିଲେ । ଅଧିନାୟିକା ସ୍ମୃତି ଏବଂ ଜେମିମା ଯୋଡି ଭଲ ପ୍ରଦର୍ଶସନ କରିଥିଲେ । ସ୍ମୃତି ୪୫ଟି ବଲ ଖେଳି ୪୬ ରନ କରିବାଥିବାବେଳେ ଜେମିମା ୪୦ ଟି ବଲରେ ୪୨ ରନ୍ କରି ଭାରତକୁ ମଜବୁତ ସ୍ଥିତିକୁ ଆଣିଥିଲେ । ରିଚା ୯ ,ହରମପ୍ରିତ ୨, ପୂଜା ୨ ଦୀପ୍ତି ୧ ,ଅମନଜୋତ ୧ ରନ ସଂଗ୍ରହ କରିଥିଲେ । ଏହା ସହ ଦଳୀୟ ସ୍କୋର ୮ ୱିକେଟ ବିନିମୟରେ ୧୧୬ ରନ୍ କରିବାରେ ସଫଲ ହୋଇଥିଲା ।

ଦ୍ବିତୀୟ ପାଳି ଖେଳିବା ପାଇଁ ପଡିଆକୁ ଓହ୍ଲାଇଥିଲା ଶ୍ରୀଲଙ୍କା ।ଶ୍ରୀଲଙ୍କା ୧୧୭ ରନକୁ ପିଛା କରି ପଡିଆକୁ ଓହ୍ଲାଇଥିଲେ । କିନ୍ତି ଦଳର ଉତ୍ତମ ପ୍ରଦର୍ଶନ ଦେଖିବାକୁ ମିଳି ନଥିଲା । ଫଳରେ ଦଳ ୮ ୱିକେଟ ହରାଇ ମାତ୍ର ୯୭ ରନ କରିବାରେ ସଫଳ ହୋଇଥିଲା । ଭାରତ ୧୯ରେ ଶ୍ରୀଲଙ୍କାକୁ ପରାସ୍ଥ କରି ସ୍ବର୍ଣ୍ଣ ପଦକ ହତେଇ ଥିଲା ।

ପୂର୍ବରୁ ବାଂଲଦେଶକୁ ସେମିଫାଇନାଲ ମ୍ୟାଚ ହରାଇ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରିଥିଲା । ପ୍ରଥମଟି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ବେଳେ ଦ୍ବିତୀୟଟି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ପ୍ରଥମ ସେମି ସମରରେ ଭାରତ ବାଲାଂଦେଶକୁ 8 ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଦ୍ବିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ 6 ୱିକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା ।

ଭାରତୀୟ କ୍ରିକେଟର ପୁରୁଷ ଦଳ ମଧ୍ୟ କିଛି ଦିନ ତଳେ ଏସିଆ କପ୍ ଚାମ୍ପିୟାନ ହୋଇଥିବା ବେଳେ ନିକଟରେ ଆଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ କବଜା କରିଥିଲା । ଫଳରେ ଉଭୟ ଦଳକୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 25, 2023, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.