ETV Bharat / sports

ENGW vs INDW: ଟସ୍‌ ଜିତିଲା ଭାରତ, ପ୍ରଥମେ ବୋଲିଂ ନିଷ୍ପତ୍ତି

author img

By

Published : Jul 3, 2021, 6:56 PM IST

ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

Indian women win toss, elect to bowl
ENGW vs INDW: ଟସ୍‌ ଜିତିଲା ଭାରତ, ପ୍ରଥମେ ବୋଲିଂ ନିଷ୍ପତ୍ତି

ୱର୍ସଷ୍ଟର: ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଖେଳାଯାଇଥିବା ସିରିଜର ଦୁଇଟି ଦିନିକିଆରେ ଘରୋଇ ଦଳ ବିଜୟୀ ହୋଇଛି । ଫଳରେ ଆଜିର ମ୍ୟାଚ ସମ୍ମାନରକ୍ଷା ପାଇଁ ଖେଳିବ ଭାରତ । ବ୍ରିଷ୍ଟଲରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ 8 ୱିକେଟରେ ଓ ଦ୍ବିତୀୟ ଦିନିକିଆକୁ 5 ୱିକେଟରେ ଜିତିବା ସହ ସିରିଜ ଆଗୁଆ କବ୍‌ଜା କରିସାରିଛି ଇଂଲଣ୍ଡ ।

ଚୂଡାନ୍ତ ଏକାଦଶ:

ଇଂଲଣ୍ଡ ମହିଳା ଟିମ: ଲାଉରେନ ୱିନଫିଲ୍‌ଡ ହିଲ, ଟମି ବିୟୁମୋଣ୍ଟ, ହେଥର ନାଇଟ(କ୍ୟାପଟେନ), ନାଟଲେ ସ୍କିଭର, ଏମି ଏଲନ ଜୋନ୍ସ(ୱିକେଟ କିପର), ସୋଫିଆ ଡଙ୍କଲେ, କାଥରିନ ବ୍ରଣ୍ଟ,ସାରହା ଗ୍ଳେନ, ଅନ୍ୟା ଶ୍ରୁବସୋଲେ, ସୋଫି ଏକଲେଷ୍ଟୋନ, କାଟେ କ୍ରସ ।

ଭାରତୀୟ ମହିଳା ଟିମ: ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ଜେମ୍ମିମା ରୋଡ୍ରିଗ୍ୟୁସ, ମିତାଲି ରାଜ(କ୍ୟାପଟେନ), ହରମନପ୍ରୀତ କୌର, ଦିପ୍ତୀ ଶର୍ମା, ସ୍ନେହ ରାଣା, ତାନିଆ ଭାଟିଆ(ୱିକେଟ କିପର), ଶିଖା ପାଣ୍ଡେ, ଝୁଲଣ ଗୋସ୍ବାମୀ, ପୁମନ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.