ETV Bharat / sports

ଧୋନୀଙ୍କ ପଡୋଶୀ ହେବେ ଇଶାନ କିଶାନ !

author img

By

Published : Dec 14, 2022, 10:34 PM IST

ରାଞ୍ଚିର ସିମଲିଆ ସ୍ଥିତ ରିଙ୍ଗ ରୋଡରେ ଥିବା ଧୋନୀଙ୍କ ଫାର୍ମ ହାଉସ ନିକଟରେ ଏକ ରିଏଲି ଷ୍ଟେଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି ଇଶାନ କିଶାନ । ଅଧିକ ପଢନ୍ତୁ

ଧୋନୀଙ୍କ ପଡୋଶୀ ହେବେ ଇଶାନ କିଶାନ !
ଧୋନୀଙ୍କ ପଡୋଶୀ ହେବେ ଇଶାନ କିଶାନ !

ରାଞ୍ଚି: ବିଶ୍ବର ଦ୍ରୁତତମ ଦ୍ବିଶତକ ହାସଲ କରି କ୍ରିକେଟ ଦୁନିଆର ଶିରୋନାମା ପାଲଟିଛନ୍ତି ଯୁବ ବ୍ୟାଟର ଇଶାନ କିଶାନ । ଟିମ୍ ଇଣ୍ଡିଆର ଏହି ବାମ ହାତି ବ୍ୟାଟର କ୍ୟାପଟେନ୍ କୁଲ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପଡୋଶୀ ହେବାକୁ ଯାଉଛନ୍ତି । ରାଞ୍ଚିର ସିମଲିଆ ସ୍ଥିତ ରିଙ୍ଗ ରୋଡରେ ଥିବା ଧୋନୀଙ୍କ ଫାର୍ମ ହାଉସ ନିକଟରେ ଏକ ରିଏଲି ଷ୍ଟେଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି ଇଶାନ କିଶାନ । ଏହି ପ୍ରୋଜେକ୍ଟ ପାଇଁ ଭୂମି ପୂଜନ କରାଯାଇଛି ।

ସୂଚନା ଅନୁସାରେ, ଶଗୁନ ଇଶାନ ଇନ୍ଫ୍ରା ଡେଭେଲୋପର୍ସ ପ୍ରାଇଭେଟ ଲିମିଟେଡ (Ishaan Infra Developers) ଦ୍ବାରା ଏହି ରିଏଲି ଷ୍ଟେଟ୍ ପ୍ରୋଜେକ୍ଟ ତିଆରି କରାଯାଉଛି । ଇଶାନ କିଶାନଙ୍କ ପିତା ପ୍ରଣବ କୁମାର ପାଣ୍ଡେୟ ଇଟିଭି ଭାରତକୁ ଫୋନରେ ସୂଚନା ଦେଇ କହିଛନ୍ତି ଇଶାନ କିଶାନ ଏବେ ରିଏଲି ଷ୍ଟେଟ ଦିଗରେ କାମ କରିବାକୁ ଯାଉଛି । ଏହାକୁ ଲକ୍ଷ୍ୟ କରି ସେ ମହେନ୍ଦ୍ର ସିଂ ଧୋନୀଙ୍କ ଫାର୍ମା ହାଉସ ନିକଟରେ ଏକ ପ୍ରଜେକ୍ଟ ଆରମ୍ଭ କରିବାକୁ ଚିନ୍ତା କରିଛି ।

ରାଞ୍ଚିର ଜେଏସସିଏ ଗ୍ରାଉଣ୍ଡରେ ଝାରଖଣ୍ଡ ଓ କେରଳ ମଧ୍ୟରେ ରଣଜୀ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଝାଡଖଣ୍ଡ ତରଫରୁ ଇଶାନ କିଶାନ ଓ କେରଳ ଅଧିନାୟକ ଭାବରେ ସଞ୍ଜୁ ସାମସନ ପ୍ରତିନିଧିତ୍ବ କରୁଛନ୍ତି । ସେ ବିହାରର ମୂଳ ନିବାସୀ ହୋଇଥିଲେ ମଧ୍ୟ ଝାଡଖଣ୍ଡ ତରଫରୁ ରଣଜୀ ଟ୍ରଫି ଖେଳୁଛନ୍ତି । ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଦ୍ରୁତତମ ଦ୍ବିଶତକ ହାସଲ କରିଥିଲେ ଇଶାନ କିଶାନ । ମାତ୍ର ୧୨୬ ବଲରେ ଇଶାନ କିଶାନ ନିଜର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ଯାହା ବିଶ୍ବର ପ୍ରଥମ ଦ୍ରୁତତମ ଦ୍ବିଶତକ । ସେ ୧୩୧ ବଲରୁ ୨୪ ଚୌକା ଓ ୧୦ ଟି ଛକା ସହାୟତାରେ ୨୧୦ ରନର ପାଳି ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.