ETV Bharat / sports

Ind vs Ire 1st T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ସ୍ପିଡ୍‌ଷ୍ଟାର୍‌ ଉମ୍‌ରାନଙ୍କ ଡେବ୍ୟୁ

author img

By

Published : Jun 26, 2022, 9:00 PM IST

ଭାରତ ଓ ଆୟାରଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଅଧିକ ପଢ଼ନ୍ତୁ

Ind vs Ire 1st T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ସ୍ପିଡ୍‌ଷ୍ଟାର୍‌ ଉମ୍‌ରାନଙ୍କ ଡେବ୍ୟୁ
Ind vs Ire 1st T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ସ୍ପିଡ୍‌ଷ୍ଟାର୍‌ ଉମ୍‌ରାନଙ୍କ ଡେବ୍ୟୁ

ଡବ୍ଲିନ୍‌: ଭାରତ ଓ ଆୟାରଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ପ୍ରଥମ ଥର ପାଇଁ ଭାରତୀୟ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ । ଏହି କ୍ରମରେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ଫାଷ୍ଟ ବୋଲର ଉମରାନ ମଲିକ ।

ଆଜିର ମ୍ୟାଚ୍‌ ଜିତିବାକୁ ହେଲେ ଆୟାରଲ୍ୟାଣ୍ଡ ଦଳ ପଲ ଷ୍ଟର୍ଲିଂଙ୍କ ଉପରେ ନିର୍ଭରଶୀଳ ରହିବ । କାରଣ ତାଙ୍କ ପାଖରେ ବଡ଼ ସଟ୍‌ ଖେଳିବାର କ୍ଷମତା ରହିଛି । ଦଳର ଅଧିନାୟକ ଦାୟିତ୍ବରେ ରହିଛନ୍ତି ଆଣ୍ଡ୍ର୍ୟୁ ବଲବର୍ନି ।

ଚୂଡ଼ାନ୍ତ ଏକାଦଶ

ଭାରତ- ଋତୁରାଜ ଗାୟକୱାଡ, ଇଶାନ କିଶନ, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ଆଭେଶ ଖାନ୍‌, ୟୁଜିବେନ୍ଦ୍ର ଚହଲ, ଉମ୍‌ରାନ ମଲିକ

ଆୟାରଲ୍ୟାଣ୍ଡ - ପଲ୍ ଷ୍ଟର୍ଲିଂ, ଆଣ୍ଡ୍ରିୟୁ ବଲବର୍ନି (ଅଧିନାୟକ), ଗାରାଥ ଡେଲାନି, ହ୍ୟାରି ଟେକ୍ଟର, ଲୋର୍କାନ୍ ଟକର୍, ଜର୍ଜ ଡକ୍‌ରେଲ, ମାର୍କ ଆଡେୟାର, ଆଣ୍ଡି ମ୍ୟାକବ୍ରାୟନ୍, କ୍ରେଗ ୟଙ୍ଗ, ଜୋଶୁଆ ଲିଟିଲ, କନୋର ଓଲଫର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.