ETV Bharat / sports

INDvsWI 2nd Test: ଇଣ୍ଡିଜର ଲକ୍ଷ୍ୟ 365, ବିଜୟଠୁ 8 ୱିକେଟ ଦୂରରେ ଇଣ୍ଡିଆ

author img

By

Published : Jul 24, 2023, 7:21 AM IST

ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜ ସମ୍ମୁଖରେ 365 ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଦ୍ବିତୀୟ ଟେଷ୍ଟ ଚତୁର୍ଥ ଦିନରେ ଦ୍ବିତୀୟ ଇନିଂସରେ ଇଣ୍ଡିଜ 2ଟି ୱିକେଟ ହରାଇ 76 ରନ କରିଛି । ଅଧିକ ପଢନ୍ତୁ

INDvsWI 2nd Test
india vs westindies second test

ପୋର୍ଟ ଅଫ ସ୍ପେନ: ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଇଣ୍ଡିଜକୁ ଜିତିବାକୁ ହେଲେ 365 ରନ କରିବାକୁ ପଡିବ । ସେହିପରି ଇଣ୍ଡିଆ ବିଜୟଠୁ ଆଉ ମାତ୍ର 8 ୱିକେଟ ଦୂରରେ ରହିଛି । ଚତୁର୍ଥ ଦିବସରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତ ଦୃଢ ସ୍ଥିତିରେ ରହିଥିଲା । 183 ରନରେ ଆଗୁଆ ଥାଇ ଭାରତ ଦ୍ବିତୀୟ ଇନିଂସରେ 2ଟି ୱିକେଟ ହରାଇ 181ରନରେ ପାଳି ଘୋଷଣା କରିଥିଲା । ଘରୋଇ ଦଳ ଆଗରେ 365 ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଘରୋଇ ଦଳ ଦ୍ବିତୀୟ ଇନିଂସରେ 2ଟି ୱିକେଟ ହରାଇ 76 ରନ କରିଛି । ଷ୍ଟମ୍ପ ଅପସାରଣ ଶେଷ ସୁଦ୍ଧା ଚନ୍ଦରପାଲ 24 ଓ ବ୍ଲାକଉଡ 20 ରନ କରି ଅପରାଜିତ ରହିଛନ୍ତି ।

229/5 ଅସମାପ୍ତ ପ୍ରଥମ ଇନିଂସରୁ ପାଳି ଆରମ୍ଭ କରିଥିଲା ଘରୋଇ ଦଳ ୱେଷ୍ଟଇଣ୍ଡିଜ । ମାତ୍ର ଭାରତୀୟ ବୋଲରଙ୍କ ଜାଲରେ ଫସି ଯାଇଥିଲେ ଇଣ୍ଡିଜ ବ୍ୟାଟର । ଅପରାଜିତ ଥିବା ଆଲିକ ଆଥାଞ୍ଜି ଓ ଜାସନ ହୋଲ୍ଡର ବ୍ୟାଟିଂ ଜାରି ରଖିଥିଲେ । ମାତ୍ର 7.4 ଓଭର ମଧ୍ୟରେ ଦଳ 5ଟି ୱିକେଟ ହରାଇଥିଲା । 255ରନରେ ଅଟକି ଯାଇଥିଲା ଘରୋଇ ଦଳ । ଚତୁର୍ଥ ଦିବସରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଆଲିକ ଆଥାଞ୍ଜି ମୁକେଶ କୁମାର ଏଲବିଡଲ୍ୟୁ କରିଥିଲେ । ଆଲିକ 115 ବଲରେ 37 ରନ କରିଥିଲେ ।

ଏହା ପରେ ମହମ୍ମହ ସିରାଜ ଜାସଲ ହୋଲ୍ଡରଙ୍କୁ (15) ପାଭିଲିୟନ ପଠାଇଥିଲେ । ପରେ ପରେ ପୁଣି ମହମ୍ମଦ ସିରାଜଙ୍କୁ ଆଉ ଏକ ସଫଳତା ମିଳିଥିଲା । ଅଲଜାରି ଜୋଶେଫ 4 ରନ କରି ସିରାଜଙ୍କ ଶିକାର ହୋଇଥିଲେ । ଦଳୀୟ ସ୍କୋର 244 ବେଳେ ଇଣ୍ଡିଜର 8ଟି ୱିକେଟ ପତନ ହୋଇଥିଲା । ଏହା ପରେ ପୁଣି କିମାର ରୋଚଙ୍କୁ (4)ଙ୍କୁ ଆଉଟ କରିଥିଲେ ସିରାଜ । ସାନନ ଗାବେରିଲ ଖାତା ଖୋଲି ନପାରି ଆଉଟ ହୋଇଥିଲେ । 255ରନରେ ଆଲଆଉଟ ହୋଇଥିଲା ଘରୋଇ ଦଳ । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ 5ଟି ୱିକେଟ, ମୁକେଶ କୁମାର ଓ ଜାଡେଜା 2ଟି ଲେଖାଏଁ ୱିକେଟ, ଅଶ୍ବିନୀ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

183ରନର ଆଗୁଆ ପରେ ଭାରତ ପାଳି ଆରମ୍ଭ କରିଥିଲା । ରୋହିତ ଶର୍ମା ଓ ଯଶସ୍ବୀ ଜୈସ୍ବାଲ ଦମଦାର ବ୍ୟାଟିଂ କରି ଭାରତର ସ୍ଥିତି ଦୃଢ କରିଥିଲେ । ରୋହିତ ଶର୍ମା 35 ବଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । 11ତମ ଓଭରରେ ଭାରତର 98ରନ ଭାଗିଦାରୀ ହୋଇଥିଲା । 57 ରନ କରି ରୋହିତ ଶର୍ମା ଆଉଟ ହୋଇଥିଲେ । ଏହା ପରେ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା । ଏହା ପରେ ଯଶସ୍ବୀ ଜୈସ୍ବାଲ 38 ରନ କରି ଆଉଟ ହୋଇଥିଲେ । ଶୁଭମନ ଗିଲ ଓ ଇଶାନ କିସନ ବ୍ୟାଟିଂ ଜାରି ରଖିଥିଲେ । ଇଷାନ କିସନ 33 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ସେ 34 ବଲରେ 52 ରନ କରି ଅପରାଜିତ ରହିଛନ୍ତି । ଭାରତ 181ରେ 2 ୱିକେଟ ହରାଇ ପାଳି ଘୋଷଣା କରିଥିଲା ।

ଏହା ବି ପଢନ୍ତୁ...INDvsWI 2nd Test: ମୁକେଶଙ୍କ ଡେବ୍ୟୁ ୱିକେଟ, ଇଣ୍ଡିଜ 229/5

ଏହା ବି ପଢନ୍ତୁ...INDvsWI 2nd Test: ରୋହିତ-ଯଶସ୍ବୀଙ୍କ ଅର୍ଦ୍ଧଶତକ, ଭାରତ ପ୍ରଥମ ଇନିଂସ 288/4

ଏହା ବି ପଢନ୍ତୁ...Emerging Asia Cup 2023 Final: ଭାରତର ଶୋଚନୀୟ ପରାଜୟ, ଫାଇନାଲ୍‌ରେ ପାକିସ୍ତାନ ଚମ୍ପିଆନ୍‌

ଘରୋଇ ଦଳକୁ 365 ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଇଣ୍ଡିଜକୁ ଜିତିବାକୁ ହେଲେ 365 ରନ କରିବାକୁ ପଡିବ । ସେହିପରି ଇଣ୍ଡିଆ ବିଜୟଠୁ ଆଉ ମାତ୍ର 8 ୱିକେଟ ଦୂରରେ ରହିଛି । ଘରୋଇ ଦଳ ବର୍ତ୍ତମାନ 2ଟି ୱିକେଟ ହରାଇ 76 ରନ କରିଛି । କ୍ରେଗ ବ୍ରାଥୱେଟ 28 ମାକେଞ୍ଜି ଖାତା ଖୋଲି ନପାରି ଆଉଟ ହୋଇଛନ୍ତି । ଅଶ୍ବିନୀଙ୍କୁ ଏହି ଦୁଇଟି ୱିକେଟ ସଫଳତା ମିଳିଛି । ଷ୍ଟମ୍ପ ଅପସାରଣ ଶେଷ ସୁଦ୍ଧା ଚନ୍ଦରପାଲ ଓ ବ୍ଲାକଉଡ ଅପରାଜିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.