ETV Bharat / sports

IND vs SA ODI Series: ଆଜି ପ୍ରଥମ ଦିନିକିଆ, ବର୍ଷା ପାଇଁ ବିଳମ୍ବ ମ୍ୟାଚ

author img

By

Published : Oct 6, 2022, 2:19 PM IST

ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଦ୍ୟ ସମାପ୍ତ ଟି-ଟ୍ବେଣ୍ଟି ସିରିଜ ପରେ ଆଜିଠୁ ଦିିନିକିଆ ସିରିଜ ଆରମ୍ଭ ହେବ । ଟି-ଟ୍ବେଣ୍ଟି ସିରିଜ କବଜା କରିଥିବା ଟିମ ଇଣ୍ଡିଆ ପ୍ରଥମ ମୁକାବିଲା ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଅଧିକ ପଢନ୍ତୁ

ଆଜି ପ୍ରଥମ ଦିନିକିଆ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ
ଆଜି ପ୍ରଥମ ଦିନିକିଆ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ଲକ୍ଷ୍ନୌ: ସଦ୍ୟ ସମାପ୍ତ ଟି-ଟ୍ବେଣ୍ଟି ସିରିଜ ପରେ ଆଜିଠୁ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଶିଖର ଧାୱନଙ୍କ ନେତୃତ୍ବରେ ଗ୍ରାଉଣ୍ଡରୁ ଓହ୍ଲାଇବ ଟିମ ଇଣ୍ଡିଆ । ଟି-ଟ୍ବେଣ୍ଟି ସିରିଜ କବଜା ପରେ ଦିିନିକିଆ ସିରିଜର ପ୍ରଥମ ମୁକାବିଲା ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ 2ଟାରେ ମ୍ୟାଚ ଆରମ୍ଭ ହେବାର ଥିଲା ମାତ୍ର ବର୍ଷା ବାଧକ ସାଜିଛି । ପ୍ରବଳ ବର୍ଷା ହେବାରୁ ଟସରେ ବିଳମ୍ବ ହୋଇଛି । ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆ ସିରିଜ କବଜା କରିବାକୁ ଜୋରଦାର ପ୍ରସ୍ତୁତି କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ।

ବର୍ଷା ପାଇଁ ମ୍ୟାଚ ଆରମ୍ଭରେ ବିଳମ୍ବ ହାେଇଛି । ପଡିଆକୁ ବର୍ଷାରୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତି ହୋଇଛି । ଯଦି ବର୍ଷା ନ ଛାଡେ ତେବେ ମ୍ୟାଚ ଡ୍ର ହେବାର ସମ୍ଭାବନା ରହିଛି । ଯଦି ମ୍ୟାଚ ହୁଏ ତେବେ ଓଭର କମ୍ କରାଯିବ । ଆଜିର ମୁକବିଲା ଜିତିବାକୁ ଭାରତ ଜୋରଦାର ପ୍ରସ୍ତୁତି କରିଛି । ଟି-ଟ୍ବେଣ୍ଟି ସିରିଜ ହାତେଇଥିବାରୁ ଭାରତର ମନୋବଳ ଦୃଢ ରହିଛି । ତେବେ ଡେଥ ଓଭର ବୋଲିଂ ସମସ୍ୟା ରହିଛି । ଏ ସମସ୍ୟାକୁ ସୁଧାରି ଦଳ ଆଜି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଟି-ଟ୍ବେଣ୍ଟି ପରେ ଘରୋଇ ମାଟିରେ ଭ୍ରମଣକାରୀ ଦଳକୁ ଚେକ୍‌ ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଆଗାମୀ ଟି-୨୦ ବିଶ୍ୱକପ୍‌କୁ ନଜରରେ ରଖି ଦଳ କିଛି ବରିଷ୍ଠ ଖେଳାଳିଙ୍କୁ ଦିନିକିଆ ସିରିଜ୍‌କୁ ବାଦ୍‌ ଦିଆଯାଇଛି । ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଏକ ଯୁବ ଟିମ୍‌କୁ ଚୟନ କରାଯାଇଛି । ଯାହାର ମଙ୍ଗ ସମ୍ଭାଳିବେ ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ୱନ ।

ଏହା ବି ପଢନ୍ତୁ...Legends League Cricket: ଇଣ୍ଡିଆ କ୍ୟାପିଟାଲ୍ସ ହାତେଇଲା ଟ୍ରଫି

ସେପଟେ ସାଉଥ ଆଫ୍ରିକା ଟିମ୍‌ ଶେଷ ଟି-୨୦ ମ୍ୟାଚ୍‌ ଜିତି ଦୃଢ ମନୋବଳରେ ରହିଛି । ଦିନିକିଆ ସିରିଜ୍‌ରେ ଜୋରଦାର ମୁକାବିଲା ଦେଖିବାକୁ କରିବାକୁ ଦଳ ପ୍ରସ୍ତୁତ ହୋଇଛି । ଟି-ଟ୍ବେଣ୍ଟି ସିରିଜର ପ୍ରଦର୍ଶନ ଯେପରି ପୁନରାବୃତ୍ତି ନହୁଏ ସେ ଦିଗରେ ଦଳ ବିଶେଷ ସଜାଗ ରହିଛି । ଆସନ୍ତା 9 ତାରିଖରେ ରାଞ୍ଚିରେ ଦ୍ବିତୀୟ ଦିନିକିଆ ଓ ଦିଲ୍ଲୀରେ ତୃତୀୟ ଦିନିକିଆ ଖେଳାଯିବ ।

ଭାରତ ଦିନିକିଆ ସ୍କ୍ବାଡ

ଶିଖର ଧାୱନ (ଅଧିନାୟକ), ଶ୍ରେୟାସ ଆୟାର, ଋତୁରାଜ ଗାଏକ୍ବାଡ, ଶୁଭମନ ଗିଲ, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶାନ, ସଞ୍ଜୁ ସାମସନ, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋୟୀ, ମୁକେଶ କୁମାର, ଆଭେଷ ଖାନ, ମହମ୍ମଦ ସିରାଜ, ଦୀପକ ଚହର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.