ETV Bharat / sports

Ind vs Eng 3rd ODI: ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି

author img

By

Published : Jul 17, 2022, 3:32 PM IST

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଭାରତ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଆଜି (ରବିବାର) ମାଞ୍ଚେଷ୍ଟରରେ ଖେଳାଯିବ । ତେବେ ସିରିଜ ଜିତିବା ଲକ୍ଷ୍ୟରେ ରହିବେ ଉଭୟ ଦଳ । ଅଧିକ ପଢନ୍ତୁ

India vs England 3rd ODI : ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି
India vs England 3rd ODI : ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି

ହାଇଦ୍ରାବାଦ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଭାରତ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଆଜି (ରବିବାର) ମାଞ୍ଚେଷ୍ଟରରେ ଖେଳାଯାଉଛି । ତେବେ ସିରିଜ ଜିତିବା ଲକ୍ଷ୍ୟରେ ରହିବେ ଉଭୟ ଦଳ । ପ୍ରଥମ ମ୍ୟାଚ୍‌କୁ ୧୦ ୱିକେଟରେ ଏକତରଫା ଜିତିଥିଲା ଭାରତ, ମାତ୍ର ଲର୍ଡ୍ସରେ ଦ୍ବିତୀୟ ଦିନିକିଆରେ ଘରୋଇ ଦଳ ୧୦୦ ରନ୍‌ରେ ବିଜୟୀ ହେବାସହ ସିରିଜ ୧-୧ରେ ବରାବର ରହିଛି ।

ଆଜି ସୁପର ସନ୍ଡେରେ କ୍ରିକେଟର ସୁପର ସୋ ହେବ । ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ପ୍ରଥମ ଦିନିକିଆ ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇ ଭାରତ ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା । ତେବେ ଦ୍ବିତୀୟ ଦିନିକିଆରେ ଭାରତର ବ୍ୟାଟିଂ ଫେଲ୍‌ ମାରିଥିଲା । ଯାହା ଫଳରେ ଭାରତକୁ ଇଂଲଣ୍ଡଠାରୁ ୧୦୦ ରନରେ ପରାସ୍ତ ହେବାକୁ ପଡିଥିଲା । ତେବେ ଆଜି ନିର୍ଣ୍ଣାୟକ ମ୍ୟାଚରେ ଉଭୟ ବୋଲିଂ ଏବଂ ବ୍ୟାଟିଂ ଉପରେ ବିଶେଷ ଦୃଷ୍ଟି ଦେଇପାରେ ଭାରତ । ସେପଟେ ଫର୍ମରେ ନଥିବା ବିରାଟ କୋହଲିଙ୍କ ଉପରେ କ୍ରିକେଟପ୍ରେମୀଙ୍କର ନଜର ରହିବ । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ନିରାଶ କରିଥିବା କୋହଲି ଦିନିକିଆ ୫୦ ଓଭର ମ୍ୟାଚରେ ନିଜକୁ ପ୍ରମାଣିତ କରିବା ପାଇଁ କ୍ରିଜରେ ଅଧିକ ସମୟ ପାଇବେ ବୋଲି ସମସ୍ତଙ୍କର ଆଶା ରହିଛି ।

ସେହିପରି ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଜିତି 1-1ରେ ସିରିଜ ବରାବର କରିଥିବା ବେଳେ ନିର୍ଣ୍ଣାୟକ ମ୍ୟାଚ ନିଜ ସପକ୍ଷରେ ନେବାକୁ ପୁରା ଜୋଶ ଲଗାଇବ ଜୋସ ବଟଲର ବାହିନୀ । ଫଳରେ ଆଜିର ମ୍ୟାଚରେ ଏକ ଏକ୍ସାଇଟିଂ ମ୍ୟାଚ ଦେଖିବାକୁ ମିଳିବ ବୋଲି କ୍ରିକେଟପ୍ରେମୀ ଆଶା କରିଛନ୍ତି ।

ଚୁଡାନ୍ତ ଏକାଦଶ:

ଇଂଲଣ୍ଡ: ଜସନ ରଏ, ଜନି ବେୟାରଷ୍ଟୋ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ), ଲିଆମ ଲିଭିଂଷ୍ଟୋନ, ମୋଇନ ଅଲ୍ଲୀ, କ୍ରାଏକ ଓଭରଟନ, ଡେଭିଡ ୱିଲି, ବ୍ରାଇଡନ କ୍ରାସ, ରିସି ଟପଲି ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରିଷ୍ଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.