ETV Bharat / sports

T-20 World Cup: ଗ୍ରୁପ ପର୍ଯ୍ୟାୟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବ ଭାରତ

author img

By

Published : Oct 6, 2021, 4:46 PM IST

ଅକ୍ଟୋବର ୨୩ ତାରିଖରେ ଟି-୨୦ ବିଶ୍ବକପର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ । ଏହାପୂର୍ବରୁ ଅକ୍ଟୋବର ୧୮ ଓ ୨୦ ତାରିଖ ଅଭ୍ୟାସ ମ୍ୟାଚ ଖେଳାଯିବ ପ୍ରଥମ ଅଭ୍ୟାସ ମ୍ୟାଚ । ଅଧିକ ପଢ଼ନ୍ତୁ...

T-20 world cup: ଗ୍ରୁପ ପର୍ଯ୍ୟାୟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବ ଭାରତ
T-20 world cup: ଗ୍ରୁପ ପର୍ଯ୍ୟାୟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବ ଭାରତ

ଦୁବାଇ: ଅକ୍ଟୋବର ୨୪ ତାରିଖରୁ ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ପାକିସ୍ତାନ ସହ ଖେଳିବ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ । ତେବେ ଏହାପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ଦୁଇଟି ଟି-୨୦ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ । ଖାଲି ଭାରତ ନୁହେଁ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଥିବା ୮ଟି ଦଳ ଏହି ଅଭ୍ୟାସ ମ୍ୟାଚ୍‌ ଖେଳିବ ।

ଅକ୍ଟୋବର ୨୩ ତାରିଖରେ ଟି-୨୦ ବିଶ୍ବକପର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ । ଏହାପୂର୍ବରୁ ଅକ୍ଟୋବର ୧୮ ଓ ୨୦ ତାରିଖ ଅଭ୍ୟାସ ମ୍ୟାଚ ଖେଳାଯିବ ପ୍ରଥମ ଅଭ୍ୟାସ ମ୍ୟାଚ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଟିମ୍‌ ଗୁଡ଼ିକ ହିଁ ଅଭ୍ୟାସ ମ୍ୟାଚ ଖେଳିବେ । ଅକ୍ଟୋବର ୧୮ ତାରିଖରେ ଭାରତୀୟ ସମୟନୁସାରେ ୭.୩୦ ମିନିଟରେ ଇଂଲଣ୍ଡ ସହ ମ୍ୟାଚ ଖେଳିବ ଭାରତ । ସେହିଭଳି ଅକ୍ଟୋବର ୨୦ ତାରିଖରେ ସେହି ସମୟରେ ହିଁ ଅଷ୍ଟ୍ରେଲିଆ ସହ ମ୍ୟାଚ ଖେଳାଯିବ ।

ଏହାପୂର୍ବରୁ ଅକ୍ଟୋବର ୧୭ ତାରିଖରେ ଟି-୨୦ ବିଶ୍ବକପ ୨୦୨୧ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଓମାନ ଓ ପାପୁଆ ନିୟୁ ଗାଏନା ମଧ୍ୟରେ ଖେଳାଯିବ । ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଜାରି ରହିବ । ଏଥିରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟ ସାମିଲ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.