ETV Bharat / sports

ଭାରତ ବନାମ ଇଂଲଣ୍ଡ: ଆହତ ଓପନର ମୟଙ୍କ ଅଗ୍ରୱାଲ ପ୍ରଥମ ଟେଷ୍ଟରୁ ବାଦ୍‌

author img

By

Published : Aug 3, 2021, 12:53 PM IST

Updated : Aug 3, 2021, 1:34 PM IST

ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାହାର ହୋଇଛନ୍ତି ଓପନର ମୟଙ୍କ ଅଗ୍ରୱାଲ । ଅଧିକ ପଢନ୍ତୁ...

INDIA IN ENGLAND OPENER AGARWAL SUFFERS CONCUSSION RULED OUT OF FIRST TEST
ଭାରତ ବନାମ ଇଂଲଣ୍ଡ: ଆହତ ଓପନର ମୟଙ୍କ ଅଗ୍ରୱାଲ ପ୍ରଥମ ଟେଷ୍ଟରୁ ବାଦ୍‌

ଲଣ୍ଡନ: ଭାରତୀୟ ଓପନର ମୟଙ୍କ ଅଗ୍ରୱାଲଙ୍କ ମୁଣ୍ଡରେ ସୋମବାର ଅଭ୍ୟାସ ସମୟରେ ବଲ ଲାଗିବା ଫଳରେ ଆହତ ହୋଇଥିଲେ । ଫଳରେ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାହାର ହୋଇଛନ୍ତି । ମୟଙ୍କଙ୍କ ପୂର୍ବରୁ ଅନ୍ୟତମ ଓପନର ଶୁଭମନ ଗିଲ୍‌ ମଧ୍ୟ ଆହତ କାରଣରୁ ସିରିଜରୁ ବାଦ ପଡିସାରିଛନ୍ତି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଏନେଇ ସ୍ପଷ୍ଟ କରିଛି । ନେଟ୍‌ସରେ ବ୍ୟାଟିଂ କରୁଥିବା ସମୟରେ ମୟଙ୍କଙ୍କ ହେଲମେଟ୍‌ରେ ବଲ୍‌ ଲାଗିଥିଲା ।

ବୋର୍ଡର ମେଡିକାନ ଟିମ ତାଙ୍କର ଚିକିତ୍ସା କରୁଛନ୍ତି ଓ ଆବଶ୍ୟକୀୟ ପରୀକ୍ଷା କରାଯାଉଛି । ମୟଙ୍କଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ମେଡିକାଲ ଟିମଙ୍କ ନୀରିକ୍ଷଣରେ ରହିଛନ୍ତି ।

ପୂର୍ବରୁ ଆହତ ହୋଇ ସିରିଜରୁ ବାଦ ପଡିଥିବା ଶୁଭମନ ଗିଲ୍‌ଙ୍କ ସ୍ଥାନରେ ପୃଥ୍ବୀ ଶଙ୍କୁ ଟିମରେ ସାମିଲ କରାଯାଇଥିଲେ ମଧ୍ୟ ସେ ଇଂଲଣ୍ଡ ପହଞ୍ଚିନାହାନ୍ତି । ଫଳରେ ଭାରତ ପାଖରେ ରୋହିତ ଶର୍ମାଙ୍କ ସହିତ କେଏଲ ରାହୁଲଙ୍କୁ ଓପନିଂ କରାଇବାର ବିକଳ୍ପ ରହିଛି । ରାହୁଲ ପୂର୍ବରୁ ମଧ୍ୟ ଇଂନିସ ଓପନ କରିସାରିଛନ୍ତି ।

ବ୍ୟୁରୋ ରିପାେର୍ଟ, ଇଟିଭି ଭାରତ

Last Updated : Aug 3, 2021, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.