ETV Bharat / sports

ETV BHARAT SPECIAL: Cricket World Cup 2023: ଧୋନୀଙ୍କ ପୂର୍ବତନ କୋଚ୍‌ କହିଲେ ବିଶ୍ବକପ ଜିତିବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ଶକ୍ତି ଓ ସାମର୍ଥ୍ୟ ଅଛି

author img

By ETV Bharat Odisha Team

Published : Sep 30, 2023, 7:59 PM IST

ଦିନିକିଆ ବିଶ୍ବକପ୍‌ ୨୦୨୩ ଜିତିବା ପାଇଁ ଭାରତ ହେଉଛି ଅଧିକାଂଶ ପୂର୍ବତନ କ୍ରିକେଟର ତଥା କ୍ରିକେଟ ବିଶେଷଜ୍ଞଙ୍କ ପ୍ରଥମ ପସନ୍ଦ । ଏହାରି ଭିତରେ ଏମ୍‌ଏସ୍‌ ଧୋନୀଙ୍କ ପୂର୍ବତନ କୋଚ୍‌ ଚଞ୍ଚଲ ଭଟ୍ଟାଚାର୍ଯ୍ୟ ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି, "ଚଳିତ ବର୍ଷ ବିଶ୍ବକପ ଜିତିବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ଶକ୍ତି ଓ ସାମର୍ଥ୍ୟ ରହିଛି ।" ଅଧିକ ପଢନ୍ତୁ

world cup 2023: ବିରାଟ ପ୍ରଦର୍ଶନ ଉପରେ ନଜର
world cup 2023: ବିରାଟ ପ୍ରଦର୍ଶନ ଉପରେ ନଜର

ହାଇଦ୍ରାବାଦ: ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ ମହାକୁମ୍ଭ ବିଶ୍ବକପ୍‌ ୨୦୨୩ । ଏଥିପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍‌ । ଚଳିତବର୍ଷ ବିଶ୍ବକପ ଭାରତ ଆୟୋଜନ କରୁଥିବାବେଳେ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଆସନ୍ତା ଅକ୍ଟୋବର ୫ ତାରିଖରୁ ଏହି ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ ଖେଳିବ ।

ତେବେ କ୍ରୀଡା ବିଷେଶଜ୍ଞମାନେ ଆକଳନ କରିଛନ୍ତି ଯେ, ଭରତୀୟ ଦଳ ୨୦୧୧ ପରି ଏକ ସନ୍ତୁଳିତ ଦଳକୁ ନେଇ ଏଥର ପଡିଆକୁ ଓହ୍ଲାଇବ । ତେବେ ଭାରତୀୟ ଦଳରେ ଆଉ କ'ଣ ସ୍ବତନ୍ତ୍ରତା ରହିଛି, ଏହାକୁ ନେଇ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ପୂର୍ବତନ କୋଚ୍‌ ଚଞ୍ଚଲ ଭଟ୍ଟାଚାର୍ଯ୍ୟ ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ଚଳିତ ବର୍ଷ ବିଶ୍ବକପ ଜିତିବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ଶକ୍ତି ଓ ସାମର୍ଥ୍ୟ ରହିଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, "ରୋହିତ ଶର୍ମାଙ୍କ ପଖରେ ଚଳିତ ବିଶ୍ବକପ ଜିତାଇବା ପାଇଁ ସାମର୍ଥ୍ୟ ରହିଛି । ସେ ଆସନ୍ତା ନଭେମ୍ବର ୧୯ରେ ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ହେବାକୁଥିବା ଫାଇନାଲ ମ୍ୟାଚ ଖେଳିବେ । ସେ ଜଣେ ଶାନ୍ତ ସରଳ ବ୍ୟକ୍ତିତ୍ବ । ସେ ବିଶ୍ବକପ ଜିତିବା ପାଇଁ ଭାରତୀୟ ଦଳକୁ ଭଲଭାବେ ଗାଇଡ୍ କରିପାରିବେ । ଧୋନୀଙ୍କ ପାଖରେ ସେହି କୌଶଳ ଥିଲା, ବିପକ୍ଷ ଦଳ ଆଗକୁ କ'ଣ କରିବେ ଧୋନୀ ଆଗରୁ ଜାଣି ପାରୁଥିଲେ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ପାଖରୁ ବହୁତ କିଛି ଆଶା କରାଯାଉଛି ଏବଂ ଶୁଭମନ ଗିଲ କିଛି ବଡ଼ ରେକର୍ଡ କରିବେ ବୋଲି ଲୋକଙ୍କ ବିଶ୍ବାସ ରହିଛି ।"

ଏହା ମଧ୍ୟ ପଢନ୍ତୁ....ETV BHARAT EXCLUSIVE: ବିଶ୍ୱକପ୍‌ ୨୦୨୩ ଅକ୍ଷରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା: ସଂଶିପ ପଟେଲ

କ୍ରିକେଟ ପ୍ରେମୀ ଜାଣିଛନ୍ତି କପିଲ ଦେବଙ୍କ ନେତୃତ୍ବରେ ୧୯୮୩ ବିଶ୍ବକପରେ ଭାରତ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟୀ ହୋଇଥିଲା । ଏହାପରେ ପୁଣିଥରେ ଏକ ବିଶ୍ବକପ୍‌ ଜିତିବାକୁ ଭାରତକୁ ୨୮ ବର୍ଷ ଲାଗି ଯାଇଥିଲା । ଅର୍ଥାତ ୨୦୧୧ ମସିହାରେ ପୁଣି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ୱାଙ୍ଖେଡେ ଷ୍ଟାଡିୟମଠାରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ବଜୟୀ ହେଇଥିଲା ଭାରତ । ଚଞ୍ଚଲ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ମହେନ୍ଦ୍ର ସିଂହଙ୍କୁ ୧୯୯୫ରୁ ୨୦୦୪ ମଧ୍ୟରେ ଗାଇଡ କରିଥିବା କୋଚ୍‌ । ସେ କହିଛନ୍ତି, "ଭାରତୀୟ ଦଳରେ ସନ୍ତୁଳିତ ଖେଳାଳିମାନେ ରହିଛନ୍ତି । ଯଦି ବିରାଟ କୋହଲି ନିଜର କ୍ରମାଗତ ଭଲ ପ୍ରଦର୍ଶନ ଜାରି ରଖନ୍ତି, ତେବେ ଭାରତର ବିଜୟ ସୁନିଶ୍ଚିତ । ଏହାସହ ଶୁଭମନ ଗିଲ ମଧ୍ୟ ଆମ ଉତ୍ସାହକୁ ବଢାଇ ଦେଇଛନ୍ତି ।" ସେ ଧୋନୀଙ୍କ ସ୍ବତନ୍ତ୍ରତା ନେଇ କହିଛନ୍ତି, "ଧୋନୀ ବର୍ଷା ସମୟରେ ଯେତେବେଳେ ଖେଳ ଅଭ୍ୟାସ କରିବା ପାଇଁ ବହୁତ ସମସ୍ୟାର ସମ୍ମୁଖିନ ହେଉଥିଲେ, ସେତେବେଳେ ସେ ଅଭ୍ୟାସ କରିବା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଥିଲେ । ଧୋନୀଙ୍କ ଶୃଙ୍ଖଳା ଏବଂ ଖେଳ ପ୍ରତି ଥିବା ଗମ୍ଭୀରତା ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି ।"

ଏହା ମଧ୍ୟ ପଢନ୍ତୁ...World Cup 2023: ଜେଲରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ, ଜନ୍ମଦିନରେ ମ୍ୟାଚ୍‌ ଦେଖିବାକୁ ନେବେ ଅନୁମତି !

ବିଶ୍ବକପ୍‌ ପାଇଁ ଭାରତ ସ୍କ୍ବାଡ୍‌: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର , କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ସାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୂଳଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ବିନୀ, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.