ETV Bharat / sports

India-England 3rd T20: ଡେୱିଡ ମଲାନଙ୍କ ଧୂଆଁଦାର ପାଳି, ଭାରତ ଆଗରେ ୨୧୬ ରନ୍‌ ଟାର୍ଗେଟ

author img

By

Published : Jul 10, 2022, 9:03 PM IST

ଭାରତ ଆଗରେ ୨୧୬ ରନର ଟାର୍ଗେଟ ରଖିଲା ଇଂଲଣ୍ଡ । ନିର୍ଦ୍ଧାରିତ ୨୦ ଓଭରରେ ଇଂଲଣ୍ଡ ୭ ୱିକେଟ ହରାଇ ୨୧୫ ରନ କରିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଦୃତ ଅର୍ଦ୍ଧଶତକ ହାସଲ କରିଛନ୍ତି ଡେୱିଡ ମଲାନ । ଅଧିକ ପଢନ୍ତୁ

India-England 3rd T20: ଭାରତ ଆଗରେ ୨୧୬ ରନର ଟାର୍ଗେଟ, ଡେୱିଡ ମଲାନଙ୍କ ଅର୍ଦ୍ଧଶତକ
India-England 3rd T20: ଭାରତ ଆଗରେ ୨୧୬ ରନର ଟାର୍ଗେଟ, ଡେୱିଡ ମଲାନଙ୍କ ଅର୍ଦ୍ଧଶତକ

ହାଇଦ୍ରାବାଦ: ଭାରତ ଆଗରେ ୨୧୬ ରନର ଟାର୍ଗେଟ ରଖିଲା ଇଂଲଣ୍ଡ । ନିର୍ଦ୍ଧାରିତ ୨୦ ଓଭରରେ ଇଂଲଣ୍ଡ ୭ ୱିକେଟ ହରାଇ ୨୧୫ ରନ କରିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଦୃତ ଅର୍ଦ୍ଧଶତକ କରିଛନ୍ତି ଡେୱିଡ ମଲାନ । ଡେୱିଡ ମଲାନ ୩୯ ବଲରୁ ୪ଟି ଚୌକା ୫ଟି ଛକା ମାରି ୭୭ ସଂଗ୍ରହ କରି ଦଳ ପକ୍ଷରୁ ସର୍ବାଧିକ ରନ କରି ଆଉଟ ହୋଇଛନ୍ତି । ସେପଟେ ୨୧୬ ରନ୍‌ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ ।

ମଲାନଙ୍କ ପରେ ଲିଆମ ଲିଭଙ୍ଗଷ୍ଟୋନ ୨୯ ବଲରୁ ୪୨ ରନ କରି ଅପରାଜିତ ରହିଛନ୍ତି । ଜେସନ ରଏ ୨୬ ବଲରୁ ଗୋଟିଏ ଚୌକା ୨ଟି ଛକା ସହିତ ୨୭ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଜସ ବଟଲର ୯ ଟି ବଲରେ ୨ଟି ଚୌକା ଗୋଟିଏ ଛକା ମାରି ୧୮ ରନ କରି ଆଭେଷ ଖାନଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ । ଫିଲିପ ସଲ୍ଟ ୮ ରନ କରି ହର୍ଷଲ ପଟେଲଙ୍କ ଶିକାର ପାଲଟିଥିଲେ । ମୋଇନ ଅଲ୍ଲୀ ଖାତା ଖୋଲିବା ଆଗରୁ ହର୍ଷଲ ପଟେଲଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ ହୋଇଥିଲେ । ହ୍ୟାରୀ ବ୍ରୁକ ୯ଟି ବଲ୍‌ରେ ୩ଟି ଚୌକା ମାରି ୧୯ ରନ କରିଛନ୍ତି । କ୍ରିସ ଜୋର୍ଡାନ ୧୧ ରନ କରି ରନ୍‌ ଆଉଟ ହୋଇଛନ୍ତି ।

ଭାରତ ପକ୍ଷରୁ ରବି ବିଷ୍ଣୋଇ , ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ସେହିପରି ଆଭେଷ ଖାନ, ଉମରାନ ମଲ୍ଲିକ, ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.