ETV Bharat / sports

India-England 2nd T20: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଓପନ କଲେ ପନ୍ତ

author img

By

Published : Jul 9, 2022, 7:07 PM IST

Updated : Jul 9, 2022, 7:33 PM IST

ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଉଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଭାରତୀୟ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଅଧିକ ପଢନ୍ତୁ

India-England 2nd T20I, ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି
India-England 2nd T20I, ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ହାଇଦ୍ରାବାଦ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଉଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଭାରତୀୟ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏହା ପୂର୍ବରୁ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ଇଂଲଣ୍ଡକୁ ହରାଇ ୧-୦ ରେ ଆଗୁଆ ରହିଛି । ତେବେ ରୋହିତ ବାହିନୀ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ।

ଏହି ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମେ ଓପନର ଯୋଡି ଅଧିନାୟକ ରୋହିତ ଶର୍ମା ଏବଂ ୱିକେଟ କିପର ରିଷଭ ପନ୍ତ ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ମିଡିଲ ଅର୍ଡରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତ୍ତିକ ରହିଛନ୍ତି । ଫର୍ମରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିବ । କାରଣ ସେ ପ୍ରଥମ ମ୍ୟାଚରେ 4 ୱିକେଟ ନେବା ସହିତ ଅର୍ଦ୍ଦଶତକ ହାସଲ କରିଥିଲେ ।

ସେପଟେ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । କାରଣ ପ୍ରଥମ ମ୍ୟାଚ ଜିତିବାରେ ହାତଛଡା କରିଥିଲା ଇଂଲଣ୍ଡ । ପୂର୍ବତନ ଅଧିନାୟକ ଇଅନ ମୋର୍ଗାନ ନେତୃତ୍ବ ଛାଡିବା ପରେ ଅଧିନାୟକ ଦାୟିତ୍ବରେ ଜସ ବଟଲର ରହିଛନ୍ତି ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ବରତତ କୁମାର, ଜଶପ୍ରିତ ବୁମରା, ଯୁଜବେନ୍ଦ୍ର ଚହଲ

ଇଂଲଣ୍ଡ ଦଳ : ଜସ ବଟଲର (ଅଧିନାୟକ), ଜାସନ ରଏ, ଡାୱିଡ ମଲାନ, ମୋଇନ ଅଲୀ, ଲିଆମ ଲିଭିଙ୍ଗଷ୍ଟୋନ, ହ୍ୟାରୀ ବ୍ରୁକ, ସାମ କରାନ, କ୍ରି୍ସ ଜୋର୍ଡାନ, ଡେଭିଡ ୱିଲି,ରିଚାର୍ଡ ଗ୍ଲେସନ ଓ ମ୍ୟାଟ ପାର୍କିନସନ

Last Updated : Jul 9, 2022, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.