ETV Bharat / sports

INDvsBAN 2nd Test: ପ୍ରଥମ ଇନିଂସରେ ଭାରତ ୩୧୪ରନରେ ଅଲଆଉଟ, ୮୭ ରନରେ ଆଗୁଆ

author img

By

Published : Dec 23, 2022, 9:23 PM IST

ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ଜାରି ରହିଛି । ଦ୍ବିତୀୟ ଦିନରେ ଭାରତ ୩୧୪ ରନ କରି ଅଲ ଆଉଟ ହୋଇଛି । ଅଧିକ ପଢନ୍ତୁ

ମଇଦାନରେ ପାଳି ସମ୍ଭାଳୁଛନ୍ତି ଶ୍ରେୟାସ ଆୟାର ଓ ଋଷଭ ପନ୍ତ
ମଇଦାନରେ ପାଳି ସମ୍ଭାଳୁଛନ୍ତି ଶ୍ରେୟାସ ଆୟାର ଓ ଋଷଭ ପନ୍ତ

ମୀରପୁର: ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ଜାରି ରହିଛି । ଦ୍ବିତୀୟ ଦିନରେ ଭାରତ ୩୧୪ ରନ କରି ଅଲ ଆଉଟ ହୋଇଛି । ଏହା ସହିତ ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୮୭ ରନ ଆଗରେ ରହିଛି । ଋଷଭ ପନ୍ତ ଓ ଶ୍ରେୟାସ ଆୟାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ବାଂଲାଦେଶର ତାଇଜୁଲ ଇସଲାମ ଓ ସାକିବ ଅଲ ହାସନ ସର୍ବାଧିକ ୪ ଟି ୱିକେଟ ହାସଲ କରିଛନ୍ତି । ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନ କରି ଅଲଆଉଟ ହୋଇଥିଲା ।

ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ବିନା ୱିକେଟରେ ୧୯ ରନ କରିଥିଲା । ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖାଦେଇଥିଲା । ଶୁଭମନ ଗିଲ ଓ କେଏଲ ରାହୁଲ କ୍ରମଶଃ ୨୦ ଓ ୧୦ ରନ କରି ଆଉଟ ହୋଇଥିଲେ । ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ଗିଲ ଆଜି ବଡ ଇନିଂସ ଖେଳିବାରେ ବିଫଳ ରହିଥିଲେ । ସେହିପରି ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଟେଷ୍ଟ ସ୍ପେସାଲିଷ୍ଟ ଭାବରେ ପ୍ରଥମ ଟେଷ୍ଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ପୂଜାରା ମଧ୍ୟ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିଫଳ ରହିଥିଲେ । ଉଭୟ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ୨୪ ରନ କରି ଆଉଟ ହୋଇଥିଲେ ।

ଏହା ପରେ ଶ୍ରେୟାସ ଆୟାର ଓ ଋଷଭ ପନ୍ତଙ୍କ ପାର୍ଟନରସିପ ମଇଦାନରେ ପାଳି ସମ୍ଭାଳିଥିଲା । ଉଭୟଙ୍କ ପାର୍ଟନରସିପ ବଳରେ ସ୍କୋର ବୋର୍ଡ ଆଗକୁ ବଢିଥିଲା । ପନ୍ତ ବଡ ଇନିଂସ ଖେଳି ସୁଦ୍ଧା ଶତକରୁ ବଞ୍ଚିତ ହୋଇଛନ୍ତି । ସେ ୧୦୫ ବଲରୁ ୭ ଟି ଚୌକା ଓ ୫ ଟି ଛକା ସହାୟତାରେ ୯୩ ରନର ଇନିଂସ ଖେଳି ମେହିଦି ହାସନଙ୍କ ବଲରେ ଆଉଟ ହୋଇଯାଇଥିଲେ । ସେପଟେ ଶ୍ରେୟାସ ଆୟାର ମଧ୍ୟ ୮୭ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲ ମାତ୍ର ୪ ରନ କରି ସଅଳ ପାଭଲିୟନ ଲେଉଟି ଯାଇଥିଲେ । ରବିଚନ୍ଦ୍ରନ ଅଶ୍ବୀନ ୧୨ ରନ, ମହମ୍ମଦ ସିରାଜ ୭ ରନ, ଜୟଦେବ ଉନାଦକତ ଓ ଉମେଶ ଯାଦବ ଉଭୟ ୧୪ ରନ କରିଥିଲେ । ସେପଟେ ଦ୍ବିତୀୟ ଇନିଂସ ପାଇଁ ଘରୋଇ ଦଳ ବାଂଲାଦେଶ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 7 ରନ ସ୍କୋର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.