ETV Bharat / sports

ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ, ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ

author img

By ETV Bharat Odisha Team

Published : Jan 2, 2024, 12:24 PM IST

Ind vs Aus: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଅନ୍ତିମ ଦିନିକିଆ ମ୍ୟାଚ । ସମ୍ମାନ ବଞ୍ଚାଇବାକୁ ପ୍ରାୟସ କରିବ ଭାରତ । ଅଧିକ ପଢନ୍ତୁ

ଭାରତ ଓ ଅଷ୍ଟ୍ରେଲିଆ
Ind vs Aus Womens

ମୁମ୍ବାଇ: ଆଜି ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ । ଅନ୍ତିମ ମ୍ୟାଚରେ ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ଭାରତ । ପ୍ରଥମ ଦୁଇଟି ମ୍ୟାଚ ଭାରତ ପରାଜିତ ହୋଇଥିବା ବେଳେ ଆଜିର ମ୍ୟାଚରେ ବିଜୟୀ ହେବାକୁ ଜୋରଦାର ପ୍ରୟାସ କରିବ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ 2-0ରେ ଆଗୁଆ ରହିଛି ଭ୍ରମଣକାରୀ ଟିମ । ମ୍ୟାଚ ଶେଷ ପୂର୍ବରୁ ସିରିଜକୁ ଆଗୁଆ ହାତେଇ ନେଇଛି କଙ୍ଗାରୁ ଟିମ । ଆଜି ଅନ୍ତିମ ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ମହିଳା ଦଳ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଅପରାହ୍ନ ସମୟରେ ଖେଳାଯିବ ।

ଆଜିର ମ୍ୟାଚ ପାଇଁ କଙ୍ଗାରୁ ଦଳର ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଆଗୁଆ ସିରିଜକୁ ନିଜ ନାମରେ କରିଥିବା ବେଳେ ତୃତୀୟ ମ୍ୟାଚ ତାଙ୍କ ସପକ୍ଷରେ ଯିବ ବୋଲି ଆଶାବାଦୀ । ସେପଟରେ ଭାରତୀୟ ମହିଳା ଦଳ ସିରିଜ ପରାଜିତ ହୋଇଥିଲେ ମଧ୍ୟ ସମ୍ମାନ ଲାଗି ଆଜିର ମ୍ୟାଚ ଖେଳିବ । ମ୍ୟାଚରେ ବିଜୟୀ ହେବାକୁ ହେଲେ ଟିମ ଇଣ୍ଡିଆକୁ ପାଖାପାଖି 300 ରନ କରିବାକୁ ପଡିବ । ନଚେତ ପୂର୍ବ ମ୍ୟାଚ ପରି ପରାଜିତର ସମ୍ମୁଖୀନ ହେବ । ହରମନପ୍ରୀତ କୌରଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଓ୍ବିମେନ ଇନ ବ୍ଲୁ । ପୂର୍ବ ତ୍ରୁଟିକୁ ସୁଧାରି ନବ ବର୍ଷରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହିଳା ଦଳ ।

ଏହା ମଧ୍ୟ ପଢନ୍ତୁ-2024ରେ ଟିମ୍‌ ଇଣ୍ଡିଆର ବିଜି ସେଡ୍ୟୁଲ, ଟି20 ବିଶ୍ବକପ୍‌ ଉପରେ ରହିବ ନଜର

ଡିସେମ୍ବର 28 ତାରିଖରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଖେଳା ଯାଇଥିଲା । ପ୍ରଥମେ ବ୍ୟାଟିଂ କରି 50 ଓଭରରେ 8 ଓ୍ବିକେଟ ହରାଇ ଭାରତ 282 ରନ କରିଥିଲା । ଏହାପରେ ବିଜୟ ରନର ପିଛା କଙ୍ଗାରୁ ଦଳ 47 ଓଭର ଶେଷ ସୁଦ୍ଧା 4 ଓ୍ବିକେଟ ହରାଇ 285 ରନରେ ମ୍ୟାଚକୁ ନିଜ ସପକ୍ଷରେ କରିଥିଲା । ଭାରତୀୟ ଦଳ ପକ୍ଷରୁ ଜେମିମା 82 ରନ ଓ ପୂଜା 62 ରନ କରିଥିଲେ । 49 ରନ କରି ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଥିଲେ ୟସ୍ତିକା ଭାଟିଆ । ସେହିପରି ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିଥିଲା କଙ୍ଗାରୁ ଦଳ । ନିର୍ଦ୍ଧାରିତ 50 ଓଭରରେ 8 ଓ୍ବିକେଟ ହରାଇ 258 ରନ କରିଥିଲା ଅଷ୍ଟ୍ରେଲିଆ । ଏହାପରେ ବିଜୟ ରନର ପିଛା କରି 255 ଅଟକିଥିଲା ଭାରତ । ରିଚା ଘୋଷ 96 ରନ କରି ଶତକରୁ ବଞ୍ଚିତ ହୋଇଥିଲେ ।


ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.