ETV Bharat / sports

India vs West Indies 4th T20: ବିଜୟ ଧାରା ବଜାୟ ଚେଷ୍ଟାରେ ଭାରତ, ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ଇଣ୍ଡିଜ

author img

By

Published : Aug 12, 2023, 7:32 AM IST

ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଚତୁର୍ଥ ଦିନିକିଆ । ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ଭାରତ। ଅଧିକ ପଢନ୍ତୁ

IND VS WI
IND VS WI

ହାଇଦ୍ରାବାଦ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । 5 ମ୍ୟାଚ ବିଶିଷ୍ଟ ଏହି ସିରିଜର 3ଟି ମ୍ୟାଚ ଶେଷ ହୋଇଥିବା ବେଳେ ଇଣ୍ଡିଜ 2-1ରେ ଆଗୁଆ ରହିଛି । ଆଜି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ବିଜୟ ଧାରା ଜାରି ରଖିବାକୁ ପ୍ରାଣ ପ୍ରଣେ ଚେଷ୍ଟା କରିବ ଭାରତ । ଆଜିର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଯଦି ଓ୍ବେଷ୍ଟଇଣ୍ଡିଜ ବିଜୟ ହୁଏ ତେବେ ସିରିଜ କବ୍ଜଜା କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯିବ । କିନ୍ତୁ ଓ୍ବେଷ୍ଟଇଣ୍ଡିଜ ପାଇଁ ଏହା ଏତେ ସହଜ ହେବ ନାହିଁ । କାହିଁକିନା ସିରିଜକୁ ନିଜ ସପକ୍ଷରେ କରିବାକୁ ଭାରତ ପୁରା ରଣକୌଶଳ ପ୍ରସ୍ତୁତ କରିଛି । ପାଣ୍ଡ୍ୟାଙ୍କ ବାହିନୀ ପାଇଁ ଆଜି ବଡ ପରୀକ୍ଷା ରହିଛି । ଚତୁର୍ଥ ମ୍ୟାଚ ବିଜୟୀ ହେଲେ ଦଳ ସିରିଜ ବରାବର କରିବା ସହ ଦିନିକିଆ ସିରିଜର ଟ୍ରଫି ହାତେଇବାକୁ ଶେଷ ମ୍ୟାଚରେ ମଧ୍ୟ ଲଢେଇ କରିବ ।

ଭାରତ ପୂର୍ବ 2ଟି ମ୍ୟାଚରେ କରିଥିବା ଭୁଲକୁ ସୁଧାରି ତୃତୀୟ ମ୍ୟାଚରେ ଫର୍ମକୁ ଫେରି ବିଜୟୀ ହୋଇଥିଲା । ବ୍ୟାଟିଂ ବିଭାଗରେ ବିପର୍ଯ୍ୟୟ ଯୋଗୁଁ ଦଳ 2ଟି ଯାକ ମ୍ୟାଚରେ ପରାଜିତ ହୋଇଥିଲା । ତିଳକ ବର୍ମାଙ୍କୁ ଛାଡି ଦେଲେ ଆଉ କେହିବି ଜଣେ ଭଲ ରନ କରିବାକୁ ସମର୍ଥ ହୋଇପାରିନଥିଲେ । ତୃତୀୟ ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ଥିଲା । ତେଣୁ ଏକାଦଶ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଇଶାନଙ୍କ ସ୍ଥାନରେ ଜଶସ୍ବୀଙ୍କୁ ସ୍ଥାନ ଦିଆଯାଇଥିଲା । କିନ୍ତୁ ଓପନିଂରେ ଗିଲ ଓ ଜଶସ୍ବୀ ଭଲ ପ୍ରଦର୍ଶନ କରିନଥିଲେ । ଉଭୟଙ୍କ ବ୍ୟାଟରୁ ଆଜି ଭଲ ରନ ଆସିବା ନେଇ ଆଶା ରହିଛି । ଏହି ଦୁଇ ଓପନିଂ ଯୋଡି ଯଦି ଭାଗିଦାରୀରେ ବଡ ଅଙ୍କର ଦଳୀୟ ସ୍କୋର କରନ୍ତି ତେବେ ଆଜିର ମ୍ୟାଚ ଭାରତ ସପକ୍ଷରେ ଯାଇପାରେ ।

ଏହା ମଧ୍ୟ ପଢନ୍ତୁ-Virat Kohli Income: ଇନ୍‌ଷ୍ଟାଗ୍ରାମରୁ ଏତେ ଟଙ୍କା ରୋଜଗାର କରୁଛନ୍ତି କୋହଲି, ଏସିଆରେ No.1

ତୃତୀୟ ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ 44 ବଲରୁ 84 ରନ କରି ଦମଦାର ପାଳି ଖେଳିଥିଲେ । ସେହିପରି ତିଳକ ବର୍ମ 49 ରନ ଓ ଅଧିନାୟକ ପାଣ୍ଡ୍ୟା 20 ରନ କରିଥିଲେ । କିନ୍ତୁ ଅନ୍ୟ କୌଣସି ବି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ରନ କରିବାକୁ ସକ୍ଷମ ହୋଇପାରିନଥିଲେ । ଏହି ସିରିଜର 3ଟି ଯାକ ମ୍ୟାଚରେ ତିଳକ ବର୍ମାଙ୍କ ପ୍ରଦର୍ଶନ ଭଲ ରହିଛି । ସୂର୍ଯ୍ୟ କୁମାର ଓ ତିଳକ ମଧ୍ୟ ଆଜିର ମ୍ୟାଚରେ ଭଲ ରନ କରିବା ନେଇ ଆଶା ରହିଛି । ଭାରତର ବୋଲିଂ ବିଭାଗ ମଧ୍ୟ ବେଶ ସୁଦୃଢ ରହିଛି । ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ପୂର୍ବ ମ୍ୟାଚ ହାରିଥିବାରୁ ଆଜି ପୁଣି ନିଜ ବିଜୟ ଧାରାକୁ ଫେରିବାକୁ ଆପ୍ରାଣ ଉଦ୍ୟମ କରିବ । ଟେଷ୍ଟ ଓ ତିନି ଦିନିଆ ଦିନିକିଆ ସିରିଜରେ ଭାରତ ଠାରୁ ପରଜିତ ହୋଇଥିବାରୁ ଏହି ସିରିଜକୁ କବଜା କରି ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଇଣ୍ଡିଜ । ଆମେରିକାରେ ରାତି 8ଟାରେ ଏହି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.