ETV Bharat / sports

Ind vs Eng Womens ODI: ଭାରତ ଆଗରେ ୨୨୮ ରନର ଟାର୍ଗେଟ

author img

By

Published : Sep 18, 2022, 9:55 PM IST

ଭାରତ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ ଖେଳାଯାଉଛି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌। ଭାରତ ଆଗରେ ୨୨୮ ରନର ଟାର୍ଗେଟ । ଅଧିକ ପଢନ୍ତୁ

Ind vs Eng Womens ODI : ଭାରତ ଆଗରେ ୨୨୮ ରନର ଟାର୍ଗେଟ
Ind vs Eng Womens ODI : ଭାରତ ଆଗରେ ୨୨୮ ରନର ଟାର୍ଗେଟ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ ଖେଳାଯାଉଛି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ । ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ପରେ ଭାରତ ଆଗରେ ୨୨୮ ରନର ଟାର୍ଗେଟ ରଖିଛି ଇଂଲଣ୍ଡ ମହିଳା ଦଳ (England Womens Cricket Team Set To 228 Run For India ) । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୨୭ ରନ କରିଛି । ଇଂଲଣ୍ଡ ପକ୍ଷରୁ ଏଲିସ ଡେବିଡସନ ରିଚର୍ଡସ ଅର୍ଦ୍ଧଶତକ ଇନିଂସ ଖେଳି ଅପରାଜିତ ରହିଛନ୍ତି ।

ଟସ ହାରି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ଆଜିର ମ୍ୟାଚରେ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ଓପିନିଂ ଯୋଡିଙ୍କ ପାର୍ଟନରସିପ ଭାରତୀୟ ବୋଲରଙ୍କ ଆଗରେ ବିଫଳ ହୋଇଥିଲେ । ମେଘନା ସିଂ ଏବଂ ଝୁଲଣ ଗୋସ୍ବାମୀ କ୍ରମଶଃ ଇଂଲଣ୍ଡର ଓପନିଂ ୱିକେଟ ହାତେଇବାରେ ସଫଳ ରହିଥିଲେ । ମେଘନା ସିଂ ପ୍ରଥମେ ଇମ୍ମା ଲାମ୍ବଙ୍କ ୱିକେଟ ଅକ୍ତିଆର କରିଥିବା ବେଳେ ଭେଟେରାନ କ୍ରିକେଟର ଝୁଲଣ ଗୋସ୍ବାମୀ ଟେମୀ ବ୍ୟୁମୋଣ୍ଟଙ୍କ ୱିକେଟ ନେଇଥିଲେ ।

ପରେ ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟର ଆସି ଦଳୀୟ ସ୍କୋରକୁ ଆଗକୁ ବଢାଇବାରେ ସହାୟକ ହୋଇଥିଲେ । ଏଲିସ ଡେବିଡସନ ରିଚର୍ଡସ ୬୧ ବଲରୁ ଚାରୋଟି ଚୌକା ମାରି ସର୍ବାଧିକ ୫୦ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ଅଧିନାୟିକା ଏମି ଜୋନ୍ସ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଛନ୍ତି । ସେ ୧୦ ଟି ବଲରୁ ୩ ରନ କରି ରାଜେଶ୍ବରୀ ଗାଏକ୍ବାଡଙ୍କ ବଲରେ ବୋଲ୍ଡ ହୋଇ ସଅଳ ପାଭଲିଅନ ଲେଉଟିଥିଲେ ।

ଇଂଲଣ୍ଡର ଇମ୍ମା ଲାମ୍ବ ୧୨ ରନ, ଟେମୀ ବ୍ୟୁମୋଣ୍ଟ ୭ ରନ, ସୋଫିୟା ଡଙ୍କଲେ ୨୯ ରନ, ଏଲିସ କେପ୍ସୀ ୧୯ରନ, ଡେନୀଏଲ ୱାଇଟ ୪୩ ରନ, ସୋଫୀ ଏକ୍ଲେଷ୍ଟୋନ ୩୧ ରନ କରି ଆଉଟ ହୋଇଥିବାବେଳେ, ଚାର୍ଲୋଟେ ଡିନ ୨୪ ରନ କରି ନଟ ଆଉଟ ହୋଇଛନ୍ତି । ସେପଟେ ଦିପ୍ତି ଶର୍ମା ସର୍ବାଧିକ ୨ ଟି ୱିକେଟ ନେଇଥିବାବେଳେ ଝୁଲଣ ଗୋସ୍ବାମୀ, ମେଘନା ସିଂ, ରାଜେଶ୍ବରୀ ଗାଏକ୍ବାଡ, ସ୍ନେହା ରଣା ଏବଂ ହରଲିନ ଦେଓଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.