ETV Bharat / sports

ଏହି ତାରିଖରେ ଖେଳାଯିବ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ

author img

By

Published : Feb 8, 2023, 8:00 PM IST

ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ବାଜିଲା ବିଗୁଲ । ଜୁନ ୭ ତାରିଖରେ ଖେଳାଯିବ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା । ଅଧିକ ପଢନ୍ତୁ

icc world test championship final match
icc world test championship final match

ହାଇଦ୍ରାବାଦ: ଜୁନ ୭ ତାରିଖରେ ଖେଳାଯିବ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା । ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଭେନ୍ୟୁ ମଧ୍ୟ ସ୍ଥର ହୋଇଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୩ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ତାରିଖ ଘୋଷଣା କରିଛି । ଚଳିତ ବର୍ଷ ଇଂଲଣ୍ଡର ଓଭାଲ ମୈଦାନରେ ଖେଳାଯିବ WTC ୨୦୨୩ର ଫାଇନାଲ ମ୍ୟାଚ । ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଜୁନ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ ICC ଘୋଷଣା କରିଛି । ସେହିପରି ପାଣିପାଗକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚର ରିଜର୍ଭ ଡେ ଜୁନ ୧୨ ତାରିଖକୁ ରଖାଯାଇଛି । ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ ସାଉଥହମ୍ପଟନ(ଇଂଲଣ୍ଡ)ରେ ଖେଳାଯାଇଥିଲା । ଏହାର ଫାଇନାଲରେ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ ବନାମ ନ୍ୟୁଜିଲାଣ୍ଡ । ଯେଉଁଥିରେ କିୱି ଟିମ୍ ମେନ୍ ଇନ୍ ବ୍ଲୁକୁ ୮ ୱିକେଟରେ ପରାସ୍ତ କରିଥିଲା ।

ତେବେ ଏଥର ସମୀକରଣରୁ ଯାହା ଆଶା କରାଯାଉଛି WTC ଦ୍ବିତୀୟ ସଂସ୍କରଣ ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇପାରନ୍ତି । ବିଶ୍ବ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲରେ କଙ୍ଗାରୁ ଟିମ ୭୫.୫୬ ପ୍ରତିଶତ ସହିତ ଶୀର୍ଷ ସ୍ଥାନରେ ରହିଛି । ସେହିପରି ଭାରତ ୫୮. ୯୩ ପ୍ରତିଶତ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ତେବେ ଫେବୃଆରୀ ୯ ତାରିଖରେ ଆରମ୍ଭ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫି ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି । ଯଦି ଭାରତକୁ WTCର ଫାଇନାଲ ଟିକଟ ହାତେଇବାର ଅଛି ତାହେଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ୩-୧ରେ ଜିତିବାକୁ ପଡିବ । ଆସନ୍ତାକାଲିଠାରୁ(ଗୁରୁବାର) ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଯଦି ଭାରତ ଏହି ସିରିଜରେ କଙ୍ଗାରୁ ଟିମକୁ ମାତ୍ ଦେବାରେ ବିଫଳ ରୁହେ ତାହେଲେ ଟିମ୍ ଇଣ୍ଡିଆକୁ WTCର ଫାଇନାଲ ଟିକଟ ହାତେଇବା ପାଇଁ ଅନ୍ୟ ଦଳର ଉପରେ ନିର୍ଭର କରିବାକୁ ପଡିବ ।

ସେପଟେ ବିଶ୍ବ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ୫୩.୩୩ ପ୍ରତିଶତ ସହିତ ତୃତୀୟ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ୪୮.୭୨ ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ରହିଛି । ସେପଟେ ଫେବୃଆରୀ ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ସେହିପରି ମାର୍ଚ୍ଚ ୯ ତାରିଖରୁ ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ଟେଷ୍ଟ ସିରିଜର ପଏଣ୍ଟ ନିର୍ଦ୍ଧାରଣ କରିବ କେଉଁ ଟିମ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚରେ ପ୍ରବେଶ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.