ETV Bharat / sports

World Cup 2023: ଇଡେନ ଗାର୍ଡେନରେ ଉଡିଲା ପାଲେଷ୍ଟାଇନ ପତାକା, ଲାଇମ ଲାଇଟରେ ପାକ୍ ଦମ୍ପତି

author img

By ETV Bharat Odisha Team

Published : Nov 1, 2023, 7:28 PM IST

ବିଶ୍ୱକପରେ ପାଲେଷ୍ଟାଇନ ପତାକା ପ୍ରଦର୍ଶନ କରି 4 ଅଟକ । ପତାକା ପ୍ରଦର୍ଶନ କରିବା ସହିତ ପାଲେଷ୍ଟାଇନ ସମର୍ଥନରେ ନାରା ବାଜି କରିଥିବା ସୂଚନା । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ଅଧିକ ପଢନ୍ତୁ

World Cup 2023: ଇଡେନ ଗାର୍ଡେନରେ ଉଡିଲା ପାଲେଷ୍ଟାଇନ ପତାକା, ଲାଇମ ଲାଇଟରେ ପାକ୍ ଦମ୍ପତି
World Cup 2023: ଇଡେନ ଗାର୍ଡେନରେ ଉଡିଲା ପାଲେଷ୍ଟାଇନ ପତାକା, ଲାଇମ ଲାଇଟରେ ପାକ୍ ଦମ୍ପତି

କୋଲକାତା: ଲଗାତାର 4ଟା ମ୍ୟାଚ ହାରିବା ପରେ ଇଡେନ ଗାର୍ଡେନରେ ବାଂଲା ଟାଇଗରକୁ ହରାଇଛି ପାକିସ୍ତାନ । ଲିଗ ମ୍ୟାଚରେ ପାକିସ୍ତାନର ଏହି 3ୟ ବିଜୟ । ଦଳ ଏବେ 6 ପଏଣ୍ଟ ସହିତ 5 ସ୍ଥାନରେ ରହିଛି । ତେବେ ପାକିସ୍ତାନର ବିଜୟ ପାଇଁ ଏହି ମ୍ୟାଚଟି ଯେତିକି ଚର୍ଚ୍ଚାରେ ନାହିଁ ପାଲେଷ୍ଟାଇନ ପତାକା ପାଇଁ ଚର୍ଚ୍ଚା ସାଉଣ୍ଟୁଛି । ଏହି ମ୍ୟାଚରେ କିଛି ଦର୍ଶକ ହାତରେ ପାଲେଷ୍ଟାଇନ ପତାକା ଧରି ଫଟୋ ପୋଜ ଦେଇଥିବା ଦେଖିବାକୁ ମିଳିଥିଲା ।

ତେବେ ପାଲେଷ୍ଟାଇନ ପତାକା ପ୍ରଦର୍ଶନ କରିଥିବା 4 ଜଣ ଦର୍ଶକଙ୍କୁ ଅଟକ ରଖାଯାଇଛି । ଏମାନେ ପତାକା ପ୍ରଦର୍ଶନ କରିବା ସହିତ ପାଲେଷ୍ଟାଇନ ସମର୍ଥନରେ ନାରା ବାଜି କରିଥିଲେ । ଏପଟେ ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏମାନଙ୍କୁ ପଚରା ଉଚରା ପାଇଁ ଅଟକ ରଖାଯାଇଛି । ପରେ ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ତେବେ ସୂଚନା ରହିଛି କି, ଦୁଇ ପଡୋଶୀ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ...Cricket World Cup 2023: ଟସ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ନିମନ୍ତ୍ରଣ ଦେଲେ ଲାଥମ, ଡିକକଙ୍କ୍ ବ୍ୟାଟରୁ ପୁଣି ଛକା ଚୌକା

ଏହା ମଧ୍ୟ ପଢନ୍ତୁ...World Cup 2023: ପ୍ରଦୂଷଣ ରୋକିବାକୁ BCCIର ବଡ ନିଷ୍ପତ୍ତି, ମୁମ୍ବାଇ-ଦିଲ୍ଲୀ ମ୍ୟାଚରେ ଫୁଟିବନି ବାଣ

ଚର୍ଚ୍ଚାରେ ପାକିସ୍ତାନ ଦମ୍ପତି- ତେବେ ପାକିସ୍ତାନକୁ ସର୍ପୋଟ କରିବାକୁ ପହଞ୍ଚିଥିବା କିଛି ଦର୍ଶଙ୍କ ମଧ୍ୟରେ ଲାଇମ ଲାଇଟରେ ଥିଲେ ଦମ୍ପତି । ସେମାନେ ହେଲେ ଜୈନ ଜିଓ୍ବାନଜୀ ଏବଂ ଫରର୍ଜାନା ଜିଓ୍ବାନଜୀ । କରାଚୀର ମୂଳ ବାସିନ୍ଦା ଏହି ଦମ୍ପତି ବର୍ତ୍ତମାନ ଆମେରିକାର ସାନ ଫ୍ରାନସିସକୋରେ ରହୁଛନ୍ତି । ସେମାନଙ୍କୁ ପାକିସ୍ତାନ କ୍ରିକେଟ ଟିମର ଖେଳ ବହୁତ ପସନ୍ଦ । ଏହି ଦମ୍ପତି ପାକିସ୍ତାନ ଦଳ ପାଇଁ ସମସ୍ତ ବିଶ୍ୱକପରେ ଚିୟର କରିବାକୁ ପଡିଆରେ ପହଞ୍ଚିଥାନ୍ତି । 2003ରେ ସଚିନ ତେନ୍ଦୁଲକରଙ୍କ ଦମଦାର ଇନିଂସ ହେଉ ଅବା ଗତ ବିଶ୍ୱକପରେ ଇଂଲଣ୍ଡରେ ଧୋନୀଙ୍କ ରନ ଆଉଟ ସମସ୍ତ କ୍ରିକେଟିଂ ମୁହୂର୍ତ୍ତର ସାକ୍ଷୀ ରହିଛନ୍ତି ଦୁହେଁ । ଚଳିତ ବିଶ୍ୱକପରେ ମଧ୍ୟ କୋଲକାତା ଇଡେନ ଗାର୍ଡେନରେ ପହଞ୍ଚିଥିଲେ ଏହି ଦମ୍ପତି । ତେବେ ଏଥର ପାକିସ୍ତାନ କପ ଉଠାଇବ ବୋଲି ଦୁହେଁ ଅଶା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Cricket World Cup 2023: କୋଲକାତାରେ ହୋଟେଲ ଖାଦ୍ୟ ଖାଇଲେନି ପାକିସ୍ତାନୀ କ୍ରିକେଟର, ଅର୍ଡର କଲେ ବିରିୟାନୀ

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.