ETV Bharat / sports

Cricket World Cup 2023: ମ୍ୟାଚ୍‌ ପୂର୍ବରୁ କଟାକ୍ଷ କରିଥିଲେ ସୋହେବ୍‌, କୁଲ୍‌ ମିଜାଜରେ ଜବାବ ଦେଲେ ସଚିନ

author img

By ETV Bharat Odisha Team

Published : Oct 15, 2023, 4:31 PM IST

ବିଶ୍ବକପ୍‌ ୨୦୨୩ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଏକ୍ସରେ ସଚିନଙ୍କ ଫଟୋ ପକାଇ କଟାକ୍ଷ କରିଥିଲେ ସୋଏବ ଅଖତର । ଭାରତର ଦମଦାର ବିଜୟ ପରେ ସୋଏବଙ୍କୁ କଡ଼ା ଜବାବ ଦେଲେ ସଚିନ୍‌ । ଅଧିକ ପଢ଼ନ୍ତୁ

Sachin Tendulkar Reply to Shoaib Akhtar
ସୋହେବ୍‌ଙ୍କୁ କଡ଼ା ଜବାବ ଦେଲେ ସଚିନ୍‌

ହାଇଦ୍ରାବାଦ: ଶନିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା ଆଇସିସି ବିଶ୍ବକପ୍‌ ୨୦୨୩ର ହାଇପ୍ରୋଫାଇଲ୍ ମ୍ୟାଚ୍‌ ଭାରତ ବନାମ ପାକିସ୍ତାନ । ହେଲେ ଏହି ମ୍ୟାଚ୍‌ ଏକପାଖିଆ ହୋଇଯାଇଥିଲା । ଟିମ୍‌ ଇଣ୍ଡିଆର ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନରେ ପାକିସ୍ତାନ ଆତ୍ମସମର୍ପଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲିଂ ଆଗରେ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଥିଲା ପାକିସ୍ତାନ । ଜବାବରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ଏହାକୁ ମିଶାଇ ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି ।

ଏହାପରେ ଦେଶବ୍ୟାପୀ ଭାରତୀୟ ଖେଳପ୍ରେମୀ ଖୁସିରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଥିଲେ । ଏହାରି ଭିତରେ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକର ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତରଙ୍କୁ କଡ଼ା ଜବାବ ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଇସିସି ବିଶ୍ବକପ୍‌ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ, ଅର୍ଥାତ ଅକ୍ଟୋବର ୧୩ ତାରିଖରେ ସୋଏବ ଅଖତର ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ଫଟୋ ପୋଷ୍ଟ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୯୯ ମସିହାରେ ହୋଇଥିବା ଏସିୟନ ଟେଷ୍ଟ୍‌ ଚମ୍ପିଆନସିପ୍‌ର ଏକ ମ୍ୟାଚର ଫଟୋ ସେୟାର କରିଥିଲେ ସୋଏବ । ଫଟୋରେ ସୋଏବ ଅଖତର ସଚିନ ତେନ୍ଦୁଲକର ଆଉଟ କରିବା ପରେ ଉତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି ଖେଳରେ ସଚିନ ଶୂନରେ ଆଉଟ ହୋଇଯାଇ ନିରାଶ ହୋଇ ପାଭିଲିୟନ ଫେରୁଥିବା ମଧ୍ୟ ଫଟୋରେ ଦେଖିବାକୁ ମିଳିଥିଲା । ସୋଏବ ଅଖତର ଏହି ପୋଷ୍ଟର କ୍ୟାପ୍‌ସନରେ ଲେଖିଥିଲେ, "କାଲି ଯଦି ଏମିତି କିଛି କରିବାକୁ ଅଛି, ତେବେ ଥଣ୍ଡା ରୁହ ।"

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ପାକିସ୍ତାନକୁ ମାତ ଦେଇ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ

ସୋଏବ ଏହି ପୋଷ୍ଟ କରିବାର ପରଦିନ, ଅର୍ଥାତ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇପ୍ରୋଫାଇଲ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ପାକିସ୍ତାନକୁ ଶୋଚନୀୟ ଭାବେ ଭାରତ ହରାଇବା ପରେ ଗତକାଲି ସୋଏବ ଅଖତରଙ୍କୁ ତାଙ୍କ ପୋଷ୍ଟର ଉତ୍ତର ଦେଇଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନ ସୋଏବଙ୍କ ପୋଷ୍ଟକୁ ରିପ୍ଲାଇ ଦେଇ କହିଛନ୍ତି, "ମୋର ସାଙ୍ଗ, ଆପଣଙ୍କ ପରାମର୍ଶକୁ ପାଳନ କରିଲି ଓ ଆଉ ସବୁକିଛି ଥଣ୍ଡା ରଖିଲି ।" ତେବେ ସଚିନଙ୍କ ବ୍ୟଙ୍ଗାତ୍ମକ ଶୈଳୀରେ ଏହି ରିପ୍ଲାଇକୁ ସୋସିଆଲ ମିଡିଆ ୟୁଜର୍ସ ବେଶ ପସନ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.