ETV Bharat / sports

ICC Womens World Cup: ଭାରତକୁ ୪ ୱିକେଟରେ ହରାଇଲା ଇଂଲଣ୍ଡ

author img

By

Published : Mar 16, 2022, 11:53 AM IST

Updated : Mar 16, 2022, 1:02 PM IST

ଆଇସିସି ମହିଳା ବିଶ୍ବକପର ୧୫ ତମ ଲିଗ ମ୍ୟାଚରେ ଭାରତକୁ ୪ ୱିକେଟରେ ହରାଇଲା ଇଂଲଣ୍ଡ । ଅଧିକ ପଢନ୍ତୁ

ଭାରତକୁ ୪ ୱିକେଟରେ ହରାଇଲା ଇଂଲଣ୍ଡ
ଭାରତକୁ ୪ ୱିକେଟରେ ହରାଇଲା ଇଂଲଣ୍ଡ

ମାଉଣ୍ଟ ମୋନଗାନୁଇ: ଚଳିତ ICC ମହିଳା କ୍ରିକେଟ ଦିନିକିଆ ବିଶ୍ବକପର ୧୫ ତମ ଲିଗ ମ୍ୟାଚରେ ଇଂଲଣ୍ଡ ଠୁ ହାରିଲା ଭାରତ । ଭାରତକୁ ୪ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ବ୍ୟାଟିଂରେ ବିଫଳ ହୋଇ ଛୋଟ ଦଳୀୟ ସ୍କୋର କରିଥିଲା ଟିମ ଇଣ୍ଡିଆ । ଜବାବରେ ଇଂଲଣ୍ଡ ଆବଶ୍ୟକୀୟ ରନ ସଂଗ୍ରହ କରି ମ୍ୟାଚଟିକୁ ଜିତି ନେଇଛି ।

ଇଂଲଣ୍ଡ ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା ଟିମ ଇଣ୍ଡିଆ । ମାତ୍ର ୩୬ ଓଭର ଖେଳି ଅଲଆଉଟ ହୋଇଥିଲା । ସମସ୍ତ ୱିକେଟ ହରାଇ ଇଂଲଣ୍ଡକୁ ୧୩୫ ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଆ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ହେଥର ନାଇଟ୍‌ ବାହିନୀ । ଡାନିଏଲ ୱାଟ ଏବଂ ଟମି ବିୟୁମୋଣ୍ଟ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର ମାତ୍ର ୩ ରନ ବେଳେ ମେଘା ସିଂଙ୍କ ବଲରେ ଆଉଟ ହୋଇଥିଲେ ଡାନିଏଲ ୱାଟ । ବ୍ୟାଟିଂରେ କରିଥିବା ତ୍ରୁଟିକୁ ବୋଲିଂରେ ସୁଧାରିବାକୁ ପ୍ରୟାସ କରିଥିଲା ଭାରତ । ପରେ ୪ ରନରେ ଟମି ବିୟୁମୋଣ୍ଟଙ୍କୁ ଆଉଟ କରିଥିଲେ ଝୁଲଣ ଗୋସ୍ବାମୀ । ଦଳୀୟ ସ୍କୋର ୬୯ରେ ଦଳର ଆଉ ଏକ ୱିକେଟ ପତନ ହୋଇଥିଲା । ପୂଜା ବସ୍ତ୍ରକର ନତାଲି ସ୍କିଭରଙ୍କୁ ଆଉଟ କରିଥିଲେ ।

ଏହା ବି ପଢନ୍ତୁ...ICC Womens World Cup: ଇଂଲଣ୍ଡକୁ ୧୩୫ ରନ ଟାର୍ଗେଟ ଦେଲା ଭାରତ

ଇଂଲଣ୍ଡର ଲଗାତାର ୱିକେଟ ପତନ ଭାରତ ମ୍ୟାଚକୁ ଜିତିବା ନେଇ ସଙ୍କେତ ମିଳିଥିଲା । ପଛକୁ ପଛ ୱିକେଟ ହାତେଇଥିଲେ ଭାରତୀୟ ବୋଲର । ୨୯ ଓଭର ବେଳକୁ ୧୨୮ ରନରେ ଦଳ ୬ ଟି ୱିକେଟ ହରାଇଥିଲା । ଜିତିବାକୁ ଆଉ ମାତ୍ର ୭ ରନ ଆବଶ୍ୟକ ଥିଲା । ସୋଫି ଏକଲେଷ୍ଟେନ ସ୍ଥିତି ସମ୍ଭାଳିଥିଲେ । ୩୧ ଓଭରରେ ମେଘନା ସିଂହ ବଲରେ ଚୌକା ମାରିଥିଲେ ସୋଫି । ପରିଣାମ ଦଳ ୬ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ଫଳରେ ଭାରତ ହାତରୁ ମ୍ୟାଚଟି ଖସିଯାଇଥିଲା ।

ଭାରତ ପକ୍ଷରୁ ଝୁଲଣ ଗୋସ୍ବାମୀ ଓ ମେଘନା ସିଂହ ଜବରଦସ୍ତ ବୋଲିଂ କରିଥିଲେ ହେଲେ ଦଳକୁ ବିଜୟ ମିଳିପାରିନଥିଲା । ଆଜିର ମ୍ୟଚରେ ୱିକେଟ ନେଇ ଦିନିକିଆରେ ୨୫୦ ୱିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି ଝୁଲଣ । ଇଂଲଣ୍ଡର ଚାର୍ଲି ଡିନ ୨୩ ରନ ଦେଇ ଆଜିର ମ୍ୟାଚରେ ୪ଟି ୱିକେଟ ହାତେଇଛନ୍ତି ।

Last Updated : Mar 16, 2022, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.