ETV Bharat / sports

ICC Ranking: 3 ଫର୍ମାଟର ଶୀର୍ଷ 3 ସ୍ଥାନରେ ଭାରତ

author img

By

Published : Jul 13, 2022, 10:14 PM IST

ଭାରତୀୟ କ୍ରିକେଟରଙ୍କର ଦମଦାର ପ୍ରଦର୍ଶନ ଜାରି ରହିଛି । ମ୍ୟାନ ଇନ ବ୍ଲୁ ତଥା ଭାରତୀୟ କ୍ରିକେଟ ଟିମ ଆଇସିସି ମାନ୍ୟତାରେ ତିନି ଶୀର୍ଷ ସ୍ଥାନରେ ନିଜର ସ୍ଥାନ ପକ୍କା କରିଛନ୍ତି । ମ୍ୟାନ ଇନ ବ୍ଲୁ ଟେଷ୍ଟ କ୍ରିକେଟରେ ନୂଆ ଆଇସିସି ମାନ୍ୟତା ତାଲିକାରେ ୨ ନମ୍ବର ସ୍ଥାନରେ ରହିଛି । ଅଧିକ ପଢନ୍ତୁ

ICC Ranking : ତିନି ଶୀର୍ଷ ସ୍ଥାନରେ ଭାରତ
ICC Ranking : ତିନି ଶୀର୍ଷ ସ୍ଥାନରେ ଭାରତ

ହାଇଦ୍ରାବାଦ: ଭାରତୀୟ କ୍ରିକେଟରଙ୍କର ଦମଦାର ପ୍ରଦର୍ଶନ ଜାରି ରହିଛି । ଏହା ସହିତ ଭାରତୀୟ କ୍ରିକେଟର ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି । ଫଳରେ ମ୍ୟାନ ଇନ ବ୍ଲୁ ତଥା ଭାରତୀୟ କ୍ରିକେଟ ଟିମ ଆଇସିସି ମାନ୍ୟତାରେ ତିନି ଶୀର୍ଷ ସ୍ଥାନରେ ନିଜର ସ୍ଥାନ ପକ୍କା କରିଛନ୍ତି । ଟେଷ୍ଟ କ୍ରିକେଟ, ଦିନିକିଆ କ୍ରିକେଟ ଏବଂ ଟି-୨୦ କ୍ରିକେଟରେ ନିଜର ଦବଦବା ଜାହିର କରିଛନ୍ତି ।

ମ୍ୟାନ ଇନ ବ୍ଲୁ ଟେଷ୍ଟ କ୍ରିକେଟରେ ନୂଆ ଆଇସିସି ମାନ୍ୟତା ତାଲିକାରେ ୨ ନମ୍ବର ସ୍ଥାନରେ ରହିଛି । ସେହିପରି ଦିନିକିଆରେ ଭାରତ ଆଇସିସି ମାନ୍ୟତା ତାଲିକାରେ ୩ ନମ୍ବର ସ୍ଥାନରେ ରହିଛି । ସେହିପରି ଟି-୨୦ ରେ ଆଇସିସି ମାନ୍ୟତା ତାଲିକାରେ ୧ ନମ୍ବର ସ୍ଥାନରେ ରହିଛି ଭାରତ ।

ନିକଟରେ ଖେଳାଯାଇଥିବା ଟି-୨୦ ସିରିଜରେ ଇଂଲଣ୍ଡ ଏବଂ ଭାରତ ବିପକ୍ଷ ମ୍ୟାଚରେ ଭାରତ ପ୍ରଥମ ଏବଂ ଦ୍ବିତୀୟ ମ୍ୟାଚରେ ବିଜୟ ହାସଲ କରିଥିଲା । ତୃତୀୟ ଟି-୨୦ରେ ଭାରତ ଇଂଲଣ୍ଡ ଠାରୁ ପରାଜୟ ହୋଇଥିଲେ ମଧ୍ୟ ଭାରତ ଟି-୨୦ ସିରିଜକୁ ୨-୧ ରେ ଜିତି ନେଇଥିଲା ।

ସେହିପରି ଇଂଲଣ୍ଡ ଏବଂ ଭାରତ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତ ପ୍ରଥମ ଦୁଇଟି ସିରିଜ ଜିତିଥିବା ବେଳେ ପଞ୍ଚମ ଟେଷ୍ଟରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିବା ବେଳେ ସିରିଜ ୨-୨ ରେ ବରାବର ହୋଇଥିଲା ।

ସେହିପରି ଗତକାଲି (ମଙ୍ଗଳବାର) ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଭାରତ ଦିନିକିଆ ସିରିଜରେ ଭାରତ ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ୧୦ ୱିକେଟରେ ହରାଇ ସିରିଜରେ ୧-୦ ରେ ଆଗରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.