ETV Bharat / sports

ICC ODI Bowlers Ranking: ହଟିଲେ ବୋଲ୍ଟ, ବିଶ୍ୱର ନଂ-1 ବୋଲର ହେଲେ ବୁମରା

author img

By

Published : Jul 13, 2022, 5:26 PM IST

ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କଲେ ବୁମରା । ଭାରତୀୟ ଫାଷ୍ଟ ବୋଲର ଜଶପ୍ରିତ ବୁମରା ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି । ଭାରତ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ବୁମରା ୧୯ ରନ ଦେଇ ସର୍ବାଧିକ ୬ଟି ୱିକେଟ ହାତେଇ ଥିଲେ । ଅଧିକ ପଢନ୍ତୁ

ICC ODI Ranking : ଶୀର୍ଷ ସ୍ଥାନରେ ବୁମରା
ICC ODI Ranking : ଶୀର୍ଷ ସ୍ଥାନରେ ବୁମରା

ହାଇଦ୍ରାବାଦ: ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କଲେ ବୁମରା । ଭାରତୀୟ ଫାଷ୍ଟ ବୋଲର ଜଶପ୍ରିତ ବୁମରା ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି । ଭାରତ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ବୁମରା ୧୯ ରନ ଦେଇ ସର୍ବାଧିକ ୬ଟି ୱିକେଟ ହାତେଇ ଥିଲେ ।

ଗତକାଲି (ମଙ୍ଗଳବାର) ଖେଳାଯାଇଥିବା ଭାରତ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଜଶପ୍ରିତ ବୁମରା ବିସ୍ଫୋରକ ବୋଲିଂ କରିଥିଲେ । ବୁମରାଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା ଇଂଲଣ୍ଡ ଦଳ । ଜଶପ୍ରିତ ବୁମରା ୧୯ ରନ ଦେଇ ଭାରତ ପକ୍ଷରୁ ସର୍ବାଧିକ ୬ ଟି ୱିକେଟ ନେଇଥିଲେ । ତାଙ୍କର ଏହି ସଫଳତା ପରେ ବୁମରା ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୨୫.୨ ଓଭର ୧୧୦ ରନ କରି ଅଲ ଆଉଟ ହୋଇଥିଲା । ତାର ଜବାବରେ ଭାରତ ୧୮.୪ ଓଭରରେ ୧୧୪ରନ କରିଥିଲା । ଏହି ଦିନିକିଆ ସିରିଜର ପ୍ରଥମ ଦିନିକିଆରେ ବିଜୟ ହାସଲ କରି ଭାରତ ସିରିଜର୧-୦ରେ ଆଗୁଆ ରହିଛି ।

ସେହିପରି ୨୦୨୦ ମସିହାରୁ ଦୀର୍ଘ ଦିନ ଧରି ନ୍ୟୁଜଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଆଇସିସି ଦିନିକିଆ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଆସିଥିଲେ । ଭାରତ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ବୁମରା ୧୯ ରନ ଦେଇ ୬ ଟି ୱିକେଟ ହାସଲ କରିବା ପରେ ସେ ଶୀର୍ଷ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ପରେ ଦ୍ବିତୀୟ ଭାରତୀୟ ହିସାବରେ ଆଇସିସି ଦିନିକିଆ ଶୀର୍ଷ ସ୍ଥାନରେ ଫାଷ୍ଟ ବୋଲର ଜଶପ୍ରିତ ବୁମରା ରହିଛନ୍ତି । ଜଶପ୍ରିତ ବୁମରା ଆଗରୁ ଆଇସିସି ଟି-୨୦ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଆସିଛନ୍ତି । ସେହିପରି ଟେଷ୍ଟ କ୍ରିକେଟରେ ମଧ୍ୟ ବୁମରା ଆଇସିସି ମାନ୍ୟତାରେ ୩ ନମ୍ବର ସ୍ଥାନରେ ରହିଛନ୍ତି ।

ସେପଟେ ବୁମରା ପ୍ରଥମ ସ୍ଥାନରେ ସ୍ଥାନରେ ରହିଥିବା ବେଳେ ଆଇସିସି ଦିନିକିଆ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ପାକିସ୍ଥାନର ସାହିନ ଆଫ୍ରିଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.