ETV Bharat / sports

ସଚିନଙ୍କୁ ନିଜର ଆଦର୍ଶ କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

author img

By

Published : Jan 12, 2023, 9:22 AM IST

ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ସଚିନ ତେନ୍ଦୁଲକରଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି । ଏହା ସହିତ ସେ ସଚିନ ତେନ୍ଦୁଲକରଙ୍କର ଜଣେ ବଡ ପ୍ରଶଂସକ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ସଚିନ ତେନ୍ଦୁଲକର ଓ ଜୋ ରୁଟ
ସଚିନ ତେନ୍ଦୁଲକର ଓ ଜୋ ରୁଟ

ହାଇଦ୍ରାବାଦ: ମାଷ୍ଟର ବ୍ଲାଷ୍ଟରଙ୍କୁ ସମଗ୍ର ବିଶ୍ବରେ ଜାଣିବା ପାଇଁ ତାଙ୍କ ନାମ ହିଁ କାଫି । ସଚିନ ତେନ୍ଦୁଲକର କେବଳ କ୍ରିକେଟରେ ଭଗବାନ ନ ଥିଲେ ସେ ଅନେକ ପାଇଁ ଆଦର୍ଶ ମଧ୍ୟ । ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ସଚିନ ତେନ୍ଦୁଲକରଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି । ତେନ୍ଦୁଲକରଙ୍କ ଭୂୟସୀ ପ୍ରଶଂସା କରିବା ସହିତ ଇଂଲିସ ଟିମର ଏହି ପୂର୍ବତନ କ୍ୟାପଟେନ ତାଙ୍କୁ କ୍ରିକେଟର ଏକ ମାଇଲଷ୍ଟୋନ ବୋଲି କହି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ସଚିନ କେବଳ ଜଣେ କ୍ରିକେଟର ନଥିଲେ ସଚିନ ଥିଲେ ଅନେକ କ୍ରିକେଟରଙ୍କ ପାଇଁ ପ୍ରେରଣା ।

ଏହା ସହିତ ସେ ସଚିନ ତେନ୍ଦୁଲକରଙ୍କର ଜଣେ ବଡ ପ୍ରଶଂସକ ବୋଲି କହିଛନ୍ତି । ତେବେ ସେ ଏହାର ଖୁଲାସା ମଧ୍ୟ କରିଛନ୍ତି କି ସେ କାହିଁକି ଭାରତର ଲିଜେଣ୍ଡ କ୍ରିକେଚ ସଚିନ ତେନ୍ଦୁଲକରଙ୍କୁ ନିଜର ଆଦର୍ଶ ମାନିଛନ୍ତି । ସଚିନଙ୍କର ବ୍ୟକ୍ତିତ୍ବ ସହିତ ତାଙ୍କ ଖେଳ ଷ୍ଟାଇଲରେ ସେ ପ୍ରଭାବିତ ହୋଇଛନ୍ତି । ସଚିନ ତାଙ୍କ କ୍ୟାରିୟରେ ବହୁ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି । ବହୁ ସଂଘର୍ଷ ପରେ ସେ ଆଜି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି । ଗଣମାଧ୍ୟମର ଏକ ସାକ୍ଷାତକାରରେ ଜୋ ରୁଟ କହିଛନ୍ତି," ବର୍ତ୍ତମାନ ସମୟରେ କିଛି ପ୍ରତିଭାବାନ ଖେଳାଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ସଚିନ ତେନ୍ଦୁଲକରଙ୍କ କ୍ୟାରିୟର ଉପରେ ନଜର ପକାନ୍ତୁ ସେ କଣ ଉପଲବ୍ଧି ହାସଲ କରିଛନ୍ତି । ସଚିନ କିଭଳି ନିଜ ଯୁବବସ୍ଥାରୁ ସଂଘର୍ଷ କରି କ୍ରିକେଟରେ ସଫଳତାର ଶୀର୍ଷରେ ପହଁଞ୍ଚିଛନ୍ତି । ଏହାର ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ।"

ଜୋ ରୁଟ ମାଷ୍ଟର ବ୍ଲାଷ୍ଟର ତେନ୍ଦୁଲକରଙ୍କର ଭୂୟସୀ ପ୍ରଶଂସା କରି କହିଛନ୍ତି ଯେ ଏତିକିରେ ତାଙ୍କ ସଂଘର୍ଷର କାହାଣୀ ସରିନାହିଁ । ଗୋଟିଏ ସମୟରେ ସେ ସମସ୍ତ ବୋଝକୁ ନିଦ କାନ୍ଧ ଉପରେ ନେଇଥିଲେ । ସବୁଠୁ ବଡ କଥା ହେଲା ସମସ୍ତ ଚ୍ୟାଲେଞ୍ଜ ସାମ୍ନା କରୁଥିଲେ ସୁଦ୍ଧା ସେ ଖେଳରୁ କେବେ ଧ୍ୟାନ ବିଚ୍ୟୁତ କରି ନଥିଲେ । କ୍ରିକେଟ ଉପରେ ଧ୍ୟାନ କେନ୍ଦ୍ରିତ କରି ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଚାଲିଥିଲେ ।

ସଚିନ ତେନ୍ଦୁଲକର 24 ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ସେ 200ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ 463ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟ କ୍ୟାରିଅରରେ ସେ 15 ହଜାର 921 ରନ କରିଥିବା ବେଳେ ଦିନିକିଆ କ୍ରିକେଟରେ ବିଶ୍ବରେ ସର୍ବାଧିକ 18 ହଜାର 426 ରନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସେ ଏକ ମାତ୍ର ବ୍ୟାଟସମ୍ୟାନ ଭାବରେ ସେ 100ଟି ଶତକ ହାସଲ କରିଛନ୍ତି । 164ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ 6 ଟି ଦ୍ବିଶତକ ହାସଲ କରିଛନ୍ତି । ତାଙ୍କର ବେଷ୍ଟ ସ୍କୋର ରହିଛି 248 ନଟଆଉଟ । 2012 ମସିହାରେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ବିପକ୍ଷରେ ସେ 100ତମ ଶତକ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.