ETV Bharat / sports

ଟେଷ୍ଟରେ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଆଣ୍ଡରସନ

author img

By

Published : Aug 6, 2021, 10:20 PM IST

ଟେଷ୍ଟ କ୍ରିକେଟରେ କିମ୍ବଦନ୍ତୀ ଭାରତୀୟ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଇଂଲିଶ କ୍ରିକେଟର ଜେମ୍ସ ଆଣ୍ଡରସନ । ଅଧିକ ପଢ଼ନ୍ତୁ...

english fast bowler broke the record of anil kumble to be third highest test wicket taker in world
ଟେଷ୍ଟରେ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଆଣ୍ଡରସନ

ଲଣ୍ଡନ: ଟେଷ୍ଟ କ୍ରିକେଟରେ କିମ୍ବଦନ୍ତୀ ଭାରତୀୟ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଇଂଲିଶ କ୍ରିକେଟର ଜେମ୍ସ ଆଣ୍ଡରସନ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଓପନର କେଏଲ ରାହୁଲଙ୍କ ୱିକେଟ ନେବା ପରେ ଏହି ରେକର୍ଡ ହାସଲ କରିଛନ୍ତି ଜେମସ ଆଣ୍ଡରସନ । ଏହାସହ ସେ ଟେଷ୍ଟ କ୍ରିକେଟରେ ତୃତୀୟ ସର୍ବାଧିକ ୱିକେଟ ନେଇଥିବା କ୍ରିକେଟର ହୋଇ ପାରିଛନ୍ତି ଏହି ଇଂଲିଶ କ୍ରିକେଟର ।

ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କା କିମ୍ବଦନ୍ତୀ ସ୍ପିନର ସର୍ବାଧିକ ୮୦୦ ୱିକେଟ ନେଇଛନ୍ତି । ତାଙ୍କ ପଛକୁ ଅଷ୍ଟ୍ରେଲିଆ ସ୍ପିନର ସେନ ୱାର୍ଣ୍ଣ ୭୦୮ ୱିକେଟ ନେଇ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପରେ ଆଣ୍ଡରସନ ୬୨୦ ୱିକେଟ ନେଇ ତାଲିକର ତୃତୀୟ ସ୍ଥାନରେ ରହିଛନ୍ତି । ପୂର୍ବରୁ ଅନିଲ କୁମ୍ବଲେ ୬୧୯ ୱିକେଟ ନେଇ ତୃତୀୟ ସ୍ଥାନରେ ରହିଥିଲେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଆଣ୍ଡରସନ ।

ଟେଷ୍ଟ କ୍ୟାରିଅରରେ ୨୬.୫୮ ହାରରେ ୱିକେଟ ନେଇଛନ୍ତି ଆଣ୍ଡରସନ । ବର୍ତ୍ତମାନ ସୁଦ୍ଧା ସେ 163ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି ଇଂଲଣ୍ଡ ଫାଷ୍ଟ ବୋଲର । ତେବେ ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ହାସଲ କରିବା ରେକର୍ଡ ଅନିଲ କୁମ୍ବଲେଙ୍କ ପାଖରେ ରହିଛନ୍ତି । ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷରେ ଏହି ରେକର୍ଡ ହାସଲ କରିଥିଲେ କୁମ୍ବଲେ । ସେ ମୋଟ ୧୩୨ଟି ଟେଷ୍ଟ ମ୍ୟାଚ ଖେଳି ସେ ୬୧୯ଟି ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.