ETV Bharat / sports

Eng vs Ind 4th test: ପ୍ରଥମେ ବ୍ୟାଟିଂ କରିବ ଭାରତ, ଟିମକୁ ଫେରିଲେ ଶାର୍ଦ୍ଦୁଳ-ଉମେଶ

author img

By

Published : Sep 2, 2021, 3:33 PM IST

Eng vs Ind 4th test : ପ୍ରଥମେ ବ୍ୟାଟିଂ କରିବ ଭାରତ
Eng vs Ind 4th test : ପ୍ରଥମେ ବ୍ୟାଟିଂ କରିବ ଭାରତ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୫ଟିକିଆ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ପାଇଁ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଅଧିକ ପଢ଼ନ୍ତୁ...

ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୫ଟିକିଆ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ପାଇଁ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଏହି ମ୍ୟାଚ ପାଇଁ ଉଭୟ ଦଳରେ ଦୁଇଟି ଲେଖାଏଁ ପରିବର୍ତ୍ତନ ହୋଇଛି । ଭାରତୀୟ ଦଳରେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବ ସାମିଲ ହୋଇଛନ୍ତି । ସେହିଭଳି ଇଂଲଣ୍ଡ ଦଳରେ ଜୋଶ ବଟଲର ଓ ସାମ୍ କୁରାନଙ୍କ ସ୍ଥାନରେ ଓଲି ପୋପ୍ ଓ ଫାଷ୍ଟ ବୋଲର କ୍ରୀସ୍ ୱକ୍ସ ସ୍ଥାନ ପାଇଛନ୍ତି ।

ଓଭାଲ ପଡ଼ିଆରେ ପାଗ ମେଘୁଆ ରହିଛି । ଯାହାଫଳରେ ଏହା ବୋଲରଙ୍କୁ ସ୍ବିଙ୍ଗ ମିଳି ପାରିବ । ଏଥିପାଇଁ ଇଂଲଣ୍ଡ ଦଳ ଅଧିନାୟକ ବୋଲିଂ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ହେଡିଂଲି ଲିଡ୍ସରେ ଯେଉଁ ରଣନୀତି ଥିଲା ସେହି ରଣନୀତିରେ ଇଂଲଣ୍ଡ ଦଳ ବୋଲିଂ କରିବ । ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସଠିକ ଲାଇନ ଓ ଲେନ୍ଥରେ ବୋଲିଂ କରିବା ପ୍ରାଥମିକତା ରହିବ । ଟସ ଜିତିବା ପରେ ଏହା କହିଛନ୍ତି ଜୋ ରୁଟ ।

ସେପଟେ ଭାରତ ମଧ୍ୟ ଟସ ଜିତି ପ୍ରଥମେ ବୋଲି କରିବାକୁ ଚିନ୍ତା କରିଥିଲା । କିନ୍ତୁ ବର୍ତ୍ତମାନ ଅଧିକରୁ ଅଧିର ରନ କରିବାକୁ ଚେଷ୍ଟା କରିବ । ପ୍ରଥମ ଭାଗିଦାରୀ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଗୋଇଠି ଯନ୍ତ୍ରଣା ଯୋଗୁଁ ଇଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଟସ୍ ହାରିବା ପରେ ଏହା କହିଛନ୍ତି ବିରାଟ କୋହଲି ।

ଭାରତୀୟ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା, କେ.ଏଲ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ଜଶପ୍ରୀତ ବୁମରା ମହମ୍ମଦ ସିରାଜ ।

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ

ରୋରି ବର୍ଣ୍ଣ୍ସ, ହସିବ ହମିଦ, ଡେବିଡ ମଲାନ, ଜୋ ରୁଟ୍, ଓଲି ପୋପ୍, ଜନି ବେୟାରଷ୍ଟୋ, ମୋଇନ ଅଲୀ, କ୍ରୀଶ ୱକ୍ସ, କ୍ରେଗ ଓଭରଟନ, ଓଲି ରବିନସନ ଓ ଜେମ୍ସ ଆଣ୍ଡରସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.