ETV Bharat / sports

ଲର୍ଡ୍ସ ଟେଷ୍ଟ: ରୁ‌ଟ୍‌ଙ୍କ ଲଢୁଆ ଶତକ, ଇଂଲଣ୍ଡ ଆଗୁଆ

author img

By

Published : Aug 14, 2021, 10:56 PM IST

ଲର୍ଡ୍ସ ଟେଷ୍ଟର ତୃତୀୟ ଦିନରେ ନିଜର ୨୨ତମ ଟେଷ୍ଟ ଶତକ ହାସଲ କରିଛନ୍ତି ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ । ଅଧିକ ପଢନ୍ତୁ...

Root continues to feed on Indian bowling, gets 7th ton against them
ଲର୍ଡ୍ସ ଟେଷ୍ଟ: ରୁ‌ଟ୍‌ଙ୍କ ଲଢୁଆ ଶତକ, ଇଂଲଣ୍ଡ ଆଗୁଆ

ଲଣ୍ଡନ: ପ୍ରଥମ ଟେଷ୍ଟ ପରି ଦ୍ବିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଭାରତୀୟ ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି । ଶନିବାର ଲର୍ଡ୍ସ ଟେଷ୍ଟର ତୃତୀୟ ଦିନରେ ନିଜର ୨୨ତମ ଟେଷ୍ଟ ଶତକ ହାସଲ କରିଛନ୍ତି ରୁଟ୍‌ । ଚଳିତ ବର୍ଷରେ ୩ଟି ଶତକ ସମେତ ଭାରତ ବିପକ୍ଷରେ ଏହା ରୁଟ୍‌ଙ୍କ ୭ମ ଟେଷ୍ଟ ଶତକ ।

ଶୁକ୍ରବାର ଯେବେ ରୁଟ୍‌ ବ୍ୟାଟିଂ ପାଇଁ କ୍ରିଜ୍‌କୁ ଆସିଥିଲେ ସେତେବେଳେ, ଇଂଲଣ୍ଡ ୨୩/୨ରେ ସଂଘର୍ଷ କରୁଥିଲା । ଦୁଇଟି ବଲରେ ଦୁଇଟି ୱିକେଟ ହାତେଇଥିଲେ ଯୁବ ଭାରତୀୟ ବୋଲର ମହମ୍ମଦ ସିରାଜ । ଆଶା କରାଯାଉଥିଲା ଘରୋଇ ଦଳର ପ୍ରଥମ ଇଂନିସ ଶୀଘ୍ର ଶେଷ ହୋଇଯିବ ଓ ଭାରତକୁ ଅଗ୍ରଣୀ ମିଳିବ । ମାତ୍ର ରୁଟ୍‌ ଏକାକୀ ଭାରତୀୟ ବୋଲରଙ୍କୁ ନାକେଦମ କରିବା ସହ ଇଂଲଣ୍ଡକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି ।

ଭାରତର ପ୍ରଥମ ଇଂନିସ ସ୍କୋରକୁ ପାର୍‌ କରି ଇଂଲଣ୍ଡକୁ ଆଗୁଆ କରିଛନ୍ତି । ଏଥିସହ ପ୍ରଥମ ଇଂଲଣ୍ଡ କ୍ୟାପଟେନ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୫ଟି ଟେଷ୍ଟ ଶତକ ହାସଲ କରିବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ।

୧୨୪ ଓଭର ସୁଦ୍ଧା ଇଂଲଣ୍ଡ ୩୭୬/9 ରହିଛି । ରୁଟ୍‌ ୧୭୦ ରନର ମାରାଥନ ଇଂନିସ ଖେଳିସାରିଛନ୍ତି ।

ଓପନର କେଏଲ ରାହୁଲଙ୍କ ୧୨୯ ରନର ଇଂନିସ ସହାୟତାରେ ଭାରତ ପ୍ରଥମ ଇଂନିସରେ ୩୬୪ ରନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.