ETV Bharat / sports

ପ୍ଲେୟାର୍ ଅଫ ଦ ମନ୍ଥ୍ ଦୌଡ଼ରେ ରବିଚନ୍ଦ୍ରନ ଅଶ୍ବିନ ଓ ରୁଟ୍

author img

By

Published : Mar 2, 2021, 6:04 PM IST

ଆଇସିସି ପ୍ଲେୟାର୍ ଅଫ ଦ ମନ୍ଥ୍ ଦୌଡ଼ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଇଂଲଣ୍ଡ ଅଧିନାୟକ ଜୋ ରୁଟ ଓ ୱେଷ୍ଟଇଣ୍ଡିଜର କାଇଲ ମେୟର୍ସ। ଫେବ୍ରୁଆରୀ ମାସ ପାଇଁ ପ୍ଲେୟାର୍ ଅଫ ଦ ମନ୍ଥ୍ ପୁରସ୍କାର ଦୌଡ଼ରେ ସାମିଲ ଥିବା ଖେଳାଳିଙ୍କ ନାମ ଘୋଷଣା କରିଛି ଆଇସିସି। ଅଧିକ ପଢ଼ନ୍ତୁ...

ପ୍ଲେୟାର୍ ଅଫ ଦ ମନ୍ଥ୍ ଦୌଡ଼ରେ ରବିଚନ୍ଦ୍ରନ ଅଶ୍ବିନ ଓ ରୁଟ୍
ପ୍ଲେୟାର୍ ଅଫ ଦ ମନ୍ଥ୍ ଦୌଡ଼ରେ ରବିଚନ୍ଦ୍ରନ ଅଶ୍ବିନ ଓ ରୁଟ୍

ଦୁବାଇ: ଆଇସିସି ପ୍ଲେୟାର୍ ଅଫ ଦ ମନ୍ଥ୍ ଦୌଡ଼ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଇଂଲଣ୍ଡ ଅଧିନାୟକ ଜୋ ରୁଟ ଓ ୱେଷ୍ଟଇଣ୍ଡିଜର କାଇଲ ମେୟର୍ସ । ଫେବ୍ରୁଆରୀ ମାସ ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ଲେୟାର୍ ଅଫ ଦ ମନ୍ଥ୍ ପୁରସ୍କାର ଦୌଡ଼ରେ ସାମିଲ ଥିବା ଖେଳାଳିଙ୍କ ନାମ ଘୋଷଣା କରିଛି ଆଇସିସି । ମହିଳା କ୍ରିକେଟରଙ୍କ ମଧ୍ୟରେ ଏଥିରେ ଇଲଂଣ୍ଡର ଟେମି ବ୍ୟୁମୋଣ୍ଟ, ନ୍ୟୁଜିଲାଣ୍ଡର ବ୍ରୁକ ହାଲିଡେ ଓ ଇଂଲଣ୍ଡର ନତାଲୀ ସ୍କାଇବର ସାମିଲ ରହିଛନ୍ତି।

ଭାରତ-ଇଲଂଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ରବିଚନ୍ଦ୍ରନ ଅଶ୍ବିନ ଜବଦରସ୍ତ ପ୍ରଦର୍ଶନ କରିଛନ୍ତି। ସିରିଜର ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ସେ 106 ରନ କରିଥିବାବେଳେ ତୃତୀୟ ମ୍ୟାଚରେ ଟେଷ୍ଟ କ୍ରିକେଟରେ 400 ୱିକେଟ ନେବା ଉପଲବ୍ଧି ହାସଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଖେଳା ଯାଇଥିବା ତିନୋଟି ଟେଷ୍ଟ ମଧ୍ୟରେ ସେ 176 ରନ କରିଥିବାବେଳେ 24ଟି ୱିକେଟ ନେଇଛନ୍ତି।

ସେହିଭଳି ଇଂଲଣ୍ଡର ଜୋ ରୁଟ ମଧ୍ୟ ଭାରତ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଟେଷ୍ଟରେ 218 ରନ କରି ଦ୍ବିଶତକ ହାସଲ କରିଥିଲେ। ଯାହା ଫଳରେ ଇଂଲଣ୍ଡ ବିଜୟୀ ହୋଇ ପାରିଥିଲା। ତିନୋଟି ଟେଷ୍ଟ ମ୍ୟାଚରୁ ସେ 333 ରନ କରିଥିବାବେଳେ 6ଟି ୱିକେଟ ନେଇଛନ୍ତି ।

ସେପଟେ ୱେଷ୍ଟ ଇଣ୍ଡିଜର କାଇଲ ମେୟର୍ସ ଡେବ୍ୟୁ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ 210 ରନ କରିଛନ୍ତି। ଯାହା ଫଳରେ ଏହା ୱେଷ୍ଟଇଣ୍ଡିଜ ବାଲାଂଦେଶ ବିପକ୍ଷରେ ବିପୁଳ ବିଜୟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.