ETV Bharat / sports

ଚତୁର୍ଥ ଟେଷ୍ଟ ପୂର୍ବରୁ ଆଇସିସି ସେୟାର କଲା ଏଭଳି ମଜାଦାର ଫଟୋ

author img

By

Published : Mar 3, 2021, 10:08 PM IST

ବିଶ୍ବ ଟେଷ୍ଟ ଚମ୍ପିଆନସିପର ବକ୍ସିଂ ରିଙ୍ଗରେ ଭାରତ ଓ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ। ବକ୍ସିଂ ରିଙ୍ଗରେ ଚତୁର୍ଥ ରାଉଣ୍ଡ ପାଇଁ କ୍ଲାନ୍ତ ହୋଇ ପଡ଼ିଥିବା ଜଣା ପଡ଼ୁଛି। ତେ

ଚତୁର୍ଥ ଟେଷ୍ଟ ପୂର୍ବରୁ ଆଇସିସି ସେୟାର କଲା ଏଭଳି ମଜାଦାର ଫଟୋ
ଚତୁର୍ଥ ଟେଷ୍ଟ ପୂର୍ବରୁ ଆଇସିସି ସେୟାର କଲା ଏଭଳି ମଜାଦାର ଫଟୋ

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପର ବକ୍ସିଂ ରିଙ୍ଗରେ ଭାରତ ଓ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ। ବକ୍ସିଂ ରିଙ୍ଗରେ ଚତୁର୍ଥ ରାଉଣ୍ଡ ପାଇଁ କ୍ଲାନ୍ତ ହୋଇ ପଡ଼ିଥିବା ଜଣା ପଡ଼ୁଛି। ତେବେ କ୍ରିକେଟରଙ୍କ ନାମ ନେଇ ବକ୍ସିଂ ବିଷୟରେ କାହିଁକି ଚର୍ଚ୍ଚା ହେଉଥିବା କଥା ଆପଣଙ୍କ ମନକୁ ନିଶ୍ଚୟ ଆସୁଥିବ। ଏଭଳି ଆଲୋଚନାର କାରଣ ହେଉଛି ଆଇସିସି। ଭାରତ ଓ ଇଲଂଣ୍ଡ ମଧ୍ୟରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ଏଭଳି କିଛି କୌତୁହଳପୂର୍ଣ୍ଣ ଫଟୋ ଟ୍ବିଟରରେ ସେୟାର କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ।

ଆଇସିସି ସେୟାର କରିଥିବା ଫଟୋରେ ବକ୍ସିଂ ରିଙ୍ଗର ଗୋଟିଏ ପାଖରେ ହସହସ ମୁହଁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲି ବସିଛନ୍ତି। ସେପଟେ ଆରପାଖରେ କ୍ଲାନ୍ତ ହୋଇ ବସିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ' ରୁଟ। ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ, ଜୋ' ରୁଟଙ୍କୁ ପଛରୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। ଏହାପରେ ରିଙ୍ଗ ବାହାରେ ରହିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ। ଯିଏକି ବିଶ୍ବ ଟେଷ୍ଟ ଚାମ୍ପିୟନ୍ସର ଫାଇନାଲରେ ପ୍ରବେଶ କରି ସାରିଛନ୍ତି।

ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟରେ ଭାରତ ବିଜୟୀ ହେଲେ କିମ୍ବା ଡ୍ର' କରାଇବାକୁ ସକ୍ଷମ ହେଲେ ବିଶ୍ବ ଟେଷ୍ଟ ଚାମ୍ପିୟାନସିପର ଫାଇନାଲକୁ ଉନ୍ନିତ ହେବ। ଯାହା ଆଗାମୀ ଜୁନ ମାସରେ ଇିଂଲଣ୍ଡରେ ଖେଳାଯିବାକୁ ଅଛି। ସେପଟେ ଏହି ମ୍ୟାଚରେ ଇଂଲଣ୍ଡ ବିଜୟୀ ହେଲେ ଅଷ୍ଟ୍ରେଲିଆର ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ଖେଳିବା ଆଶା ଉଜ୍ଜିବିତ ରହିବ। ବର୍ତ୍ତମାନ ଏହି 4ଟିକିଆ ଟେଷ୍ଟ ସିରିଜରେ ଭାରତ 2-1ରେ ଆଗୁଆ ରହଛି। ଚତୁର୍ତ ଟେଷ୍ଟ ମ୍ୟାଚରେ କଡ଼ା ସଂଘର୍ଶ ଦେଖିବାକୁ ମିଳିପାରେ। ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.