ETV Bharat / sports

ରୋମାଞ୍ଚକ ସ୍ଥିତିରେ ଲର୍ଡ୍ସ ଟେଷ୍ଟ, ଇଂଲଣ୍ଡ ସାମ୍ନାରେ ୨୭୨ ରନର ଟାର୍ଗେଟ

author img

By

Published : Aug 16, 2021, 6:58 PM IST

Updated : Aug 16, 2021, 7:05 PM IST

ଦ୍ବିତୀୟ ଇଂନିସ ୨୯୮/୮ରେ ଘୋଷଣା ସହ ଇଂଲଣ୍ଡକୁ ୨୭୨ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ । ଅଧିକ ପଢନ୍ତୁ...

2nd Test: India declare at 298/8, set England a target of 272
ରୋମାଞ୍ଚକ ସ୍ଥିତିରେ ଲର୍ଡ୍ସ ଟେଷ୍ଟ, ଇଂଲଣ୍ଡ ସାମ୍ନାରେ ୨୭୨ ରନର ଟାର୍ଗେଟ୍‌

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ବିଜୟ ମୁହାଁ ବିରାଟ ବାହିନୀ । ଲଞ୍ଚ ବ୍ରେକ୍‌ ପରେ ଦ୍ବିତୀୟ ଇଂନିସ ୨୯୮/୮ରେ ଘୋଷଣା କରିଛି । ଫଳରେ ଇଂଲଣ୍ଡ ସାମ୍ନାରେ ୬୦ ଓଭରରେ ୨୭୨ ରନର ବିଜୟ ଲକ୍ଷ୍ୟ ରଖିଛି ।

ଦ୍ରୁତ ବୋଲର ମହମ୍ମଦ ସାମି(ଅପରାଜିତ 56) ଓ ଜଶପ୍ରୀତ ବୁମରା(ଅପରାଜିତ ୩୪)ଙ୍କ ମଧ୍ୟରେ ସହ ନବମ ୱିକେଟ ଯୋଡିରେ ୮୯ ରନ ପାର୍ଟନରସିପ ହୋଇଥିଲା । ଏହି ପାର୍ଟନରସିପ ନବମ ୱିକେଟ ଯୋଡିରେ ଇଂଲଣ୍ଡ ମାଟିରେ ଭାରତର ସର୍ବାଧିକ । ପୂର୍ବରୁ ଏହି ରେକର୍ଡ ମଦଲ ଲାଲ୍‌ ଓ କପିଳ ଦେବଙ୍କ ନାମରେ ରହିଥିଲା । ବର୍ଷ ୧୯୮୨ରେ ମଦଲ ଲାଲ୍‌ ଓ କପିଳ ଦେବଙ୍କ ମଧ୍ୟରେ ୬୬ରନର ପାର୍ଟନରସିପ୍‌ ହୋଇଥିଲା ।

ଋଷଭ ପନ୍ତଙ୍କ ୱିକେଟ ଶୀଘ୍ର ହରାଇଥିଲା ଭାରତ । ୨୨ ରନର ଇଂନିସ ଖେଳି ପ୍ୟାଭିଲିୟନ ଫେରିଥିଲେ ପନ୍ତ । ମାତ୍ର ସାମି ଓ ବୁମରା ନବମ ୱିକେଟ ଯୋଡିରେ ଅର୍ଦ୍ଧଶତକୀୟ ପାର୍ଟନରସିପ୍‌ ସହ ଭାରତକୁ ସୁବିଧା ସ୍ଥିତିରେ ପହଞ୍ଚାଇଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୩୬୪ ଓ ୨୮୬/8, 108 ଓଭର(ଅଜିଙ୍କ୍ୟ ରାହାଣେ ୬୧, ମହମ୍ମଦ ସାମି ୫୨, ଚେତେଶ୍ବର ପୂଜାରା ୪୫, ଜଶପ୍ରୀତ ବୁମରା ୩୦, ମାର୍କ ଉଡ୍‌ ୩/୫୧, ଓଲି ରବିନସନ ୨/୪୧, ମୋଇନ ଅଲୀ ୨/୮୪) ବନାମ ଇଂଲଣ୍ଡ ୩୯୧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 16, 2021, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.