ETV Bharat / sports

ind vs eng test series: ବୁମରାଙ୍କ ବାଉନ୍ସର ନେଇ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନଙ୍କ ପ୍ରତିକ୍ରିୟା

author img

By

Published : Aug 24, 2021, 4:47 PM IST

ଦ୍ବିତୀୟ ଟେଷ୍ଟରେ ଜଶପ୍ରୀତ ବୁମରାଙ୍କ ବାଉନ୍ସର ଜବାବ ଦେବାରେ ଅସମର୍ଥ ଥିଲେ ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ । ବର୍ତ୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ । ଅଧିକ ପଢ଼ନ୍ତୁ...

ind vs eng test series: ବୁମରାଙ୍କ ବାଉଁଶର ନେଇ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନଙ୍କ ପ୍ରତିକ୍ରିୟା
ind vs eng test series: ବୁମରାଙ୍କ ବାଉଁଶର ନେଇ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନଙ୍କ ପ୍ରତିକ୍ରିୟା

ଲଣ୍ଡନ: ଦିନକ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ ମ୍ୟାଚ । ୪ଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଲର୍ଡସରେ ଜବରଦସ୍ତ ପ୍ରଦର୍ଶନ ୧୫୧ ରନରେ ବିଜୟ ହାସଲ କରିଛି ଭାରତ । ଯାହାକୁ ଏପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି ଇଂଲଣ୍ଡ ଖେଳାଳି ।

ଇଂଲଣ୍ଡ ଦଳ ପରାଜୟ ଦ୍ବାରରେ ଥିବାବେଳେ ଭାରତ ଓ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଜଶପ୍ରୀତ ବୁମରାଙ୍କ ବାଉନ୍ସର ଜବାବ ଦେବାରେ ଅସମର୍ଥ ଥିଲେ ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ । ଯାହାକୁ ନେଇ ଇଂଲଣ୍ଡକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହି ସମସ୍ତ ଘଟଣା ଆରମ୍ଭ ହୋଇଥିଲା ଭାରତୀୟ ଦଳ ବ୍ୟାଟିଂ ବେଳେ । ଦ୍ବିତୀୟ ଇନିଂସରେ ଭାରତର ମହମ୍ମଦ ସାମି ଓ ଜଶପ୍ରୀତ ବୁମରା ବ୍ୟାଟିଂ କରୁଥିବାବେଳେ ଜେମ୍ସ ଆଣ୍ଡରସନ ଓ ମାର୍କ ଉଡ ଦୁଇଙ୍କୁ ବାଉନ୍ସରରେ ଆକ୍ରମଣ କରିଥିଲେ । ଯାହାକୁ ସମ୍ଭାଳି ନେଇଥିଲେ ଦୁଇ ଭାରତୀୟ କ୍ରିକେଟର ।

ବର୍ତ୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ । ଭାରତୀୟ ଫାଷ୍ଟ ବୋଲରଙ୍କ ବାଉନ୍ସରକୁ ନେଇ ଆଣ୍ଡରସନ କହିଛନ୍ତି ଯେ, "କ୍ୟାରିଅରରେ ପ୍ରଥମ ଥର ପାଇଁ ବୁମରା ବୋଲିଂରୁ ଲାଗୁଥିଲା, ସେ ମୋତେ ଆଉଟ କରିବାକୁ ଚେଷ୍ଟା କରୁନାହାଁନ୍ତି । ସେହି ଓଭରରେ ସେ ୧୦ରୁ ୧୨ ବଲ ପକାଇଥଲେ । କାରଣ ସେହି ଓଭରରେ ସେ ଅଧିକ ନୋ ବଲ ପକାଇଥିଲେ । ୱିକେଟ ଉପରକୁ ଦୁଇଟି ବଲ ପକାଇଥିଲେ ସୁଦ୍ଧା ମୁଁ ତାହାକୁ ଖେଳିବାରେ ସକ୍ଷମ ହୋଇଥିଲି ।"

ଏକ ପଡକାଷ୍ଟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଜେମ୍ସ ଆଣ୍ଡରସନ । ବୁମରା ଓ ଆଣ୍ଡରସନଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଭାରତର ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଆଲୋଚନା କରିଛନ୍ତି । ଫିଲ୍ଡିଂ କୋଚ ଶ୍ରୀଧରଙ୍କ ସହ କଥା ହୋଇ ସେ କହିଛନ୍ତି ଯେ, "ବୁମରାଙ୍କ ବୋଲିଂରେ ଅତିଷ୍ଠ ହୋଇ ଆଣ୍ଡରସନ କହିଥିଲେ ଯେ, ଆରେ ବନ୍ଧୁ ତୁମେ କାହିଁକି ଏତେ ଗତିରେ ବୋଲିଂ କରୁଛନ୍ତି । ମୁଁ ତୁମ ବିରୁଦ୍ଧରେ ଏତେ ଗତିରେ ବୋଲିଂ କରି ନଥିଲି । ଅନ୍ୟ ବ୍ୟାଟସମ୍ୟାନଙ୍କୁ ତୁମେ ୮୫ ମାଇଲ ପ୍ରତି ଘଣ୍ଟାରେ ବୋଲିଂ କରୁଛ ଅଥଚ ମୋ ବିରୋଧରେ ୯୦ ମାଇଲ ପ୍ରତି ଘଣ୍ଟା ବୋଲିଂ କରୁଛନ୍ତି । ମୋ ସହ ଧୋକା ହେଉଛି ।"

ଆଣ୍ଡରସନ ପିଚକୁ ବ୍ୟାଟିଂ କରିବାକୁ ଆସିଥିବାବେଳେ ତାଙ୍କ ସାଥି ଖେଳାଳି ପିଚ ଧିମା ଥିବା କଥା କହିଥିଲେ । ଏହାସହ ବୁମରାଙ୍କ ବୋଲିଂ ମଧ୍ୟ ଏତେଟା ଗତି ନଥିବା କଥା କହିଥିଲେ । ଯାହାର ଠିକ୍ ଓଲଟା ଦେଖିବାକୁ ପାଇଥିଲେ ଜେମ୍ସ ଆଣ୍ଡରସନ । ଭାରତର ଦ୍ବିତୀୟ ଇନିଂସ ବ୍ୟାଟିଂ ବେଳେ ନବମ ୱିକେଟ ପାଇଁ ଖେଳୁଥିବା ବୁମରା ଓ ସାମିଙ୍କ ବିପକ୍ଷରେ ଜୋରଦାର ବାଉନ୍ସର ବୋଲିଂ କରିଥିଲେ ଆଣ୍ଡରସନ ଓ ମାର୍କ ଉଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.