ETV Bharat / sports

ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ

author img

By

Published : Aug 20, 2021, 10:50 PM IST

ନିଜ କ୍ୟାରିଅରରେ ଭାରତ ବିପକ୍ଷରେ ସର୍ବାଧିକ ୱିକେଟ ନେଇଛନ୍ତି ଜେମ୍ସ ଆଣ୍ଡରସନ । ବର୍ତ୍ତମାନ ସୁଦ୍ଧା ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଇତିହାସରେ ଭାରତୀୟ ଖେଳାଳିଙ୍କ ସହ ଅଧିକ ବିବାଦରେ ରହିଛନ୍ତି ଜେମ୍ସ ଆଣ୍ଡରସନ । ଅଧିକ ପଢ଼ନ୍ତୁ...

ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ
ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ

ଲଣ୍ଡନ: ନିଜ କ୍ୟାରିଅରରେ ଭାରତ ବିପକ୍ଷରେ ସର୍ବାଧିକ ୱିକେଟ ନେଇଛନ୍ତି ଜେମ୍ସ ଆଣ୍ଡରସନ । ସର୍ବାଧିକ ୱିକେଟ ନେବା ସହ ଆଣ୍ଡରସନଙ୍କ ସହ ଭାରତକୁ ନେଇ ଆଉ ଏକ ରେକର୍ଡ ମଧ୍ୟ ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଇତିହାସରେ ଭାରତୀୟ ଖେଳାଳିଙ୍କ ସହ ଅଧିକ ବିବାଦରେ ରହିଛନ୍ତି ଜେମ୍ସ ଆଣ୍ଡରସନ ।

୨୦୧୧ରେ ଭାରତ ଇଂଲଣ୍ଡଠାରୁ ୪-୧ରେ ଟେଷ୍ଟ ସିରିଜ ପରାଜିତ ହୋଇଥିଲା । ଏହାପରେ ପୁନଃ ୨୦୧୨ରେ ଭାରତ ଓ ଇଲଂଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ବିଜୟୀ ହୋଇଥିଲା । ଉଭୟ ସିରିଜରେ ଇଂଲଣ୍ଡର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ୨୦୧୨ ଟେଷ୍ଟ ମ୍ୟାଚ ସିରିଜରେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ଜେମ୍ସ ଆଣ୍ଡରସନ । ତେବେ ଏହାପରେ ୨୦୧୪ ମସିହାରେ ଖେଳାଯାଇଥିବା ଟେଷ୍ଟ ସିରିଜ ବିବାଦ ଘେରକୁ ଆସିଥିଲେ ଆଣ୍ଡରସନ ।

୨୦୧୪ ଜାଡେଜା ଟନେଲ କ୍ରସ୍ ବିବାଦ

୨୦୧୪ରେ ଟେଣ୍ଟ ବ୍ରିଜରେ ଖେଳଯାଉଥିବା ଟେଷ୍ଟ ମ୍ୟାଚ ଦ୍ବିତୀୟ ଦିନରେ ରନ୍ ନେବା ବେଳେ ରବିନ୍ଦ୍ର ଜାଡେଜାଙ୍କ ଆଗକୁ ଚାଲି ଆସିଥିଲେ ଆଣ୍ଡରସନ । ଏହାକୁ ନେଇ ପଡ଼ିଆରେ ଦୁହିଁଙ୍କ ମଧ୍ୟରେ କିଛି କଥା କଟାକଟି ଦେଖିବାକୁ ମିଳିଥିଲା । ତେବେ ମାମଲା କେବଳ ପଡ଼ିଆରେ ସୀମିତ ହୋଇ ରହିଲା ନାହିଁ । ଡ୍ରେସିଂରୁମକୁ ଯିବା ବେଳେ ଆଣ୍ଡରସନ ଜାଡୋଜା ହାତାହାତି ହୋଇଥିବା ଖବର ପଦାକୁ ଆସିଥିଲା । ଦୁହିଁଙ୍କ ମଧ୍ୟରେ ଆଇସିସି ଆଚାର ସହିଂତାର ଲେବଲ-୩ ଯାଞ୍ଚ କରାଯାଇଥିଲା । ତେବେ ଏହାର କୌଣସି ଭିଡିଓ ଆଇସିସିକୁ ମିଳି ପାରିନଥିଲା । ଏହାପରେ ଆଇସିସି ତଦନ୍ତ ଆଧାରରେ ଜାଡେଜାଙ୍କୁ ଲେବଲ ୧ରେ ଦୋଷୀ ସାବ୍ୟସ୍ତ ହେବାକୁ ପଡ଼ିଥିଲା । ଯାହାଫଳରେ ଜାଡେଜାଙ୍କ ୫୦ ପ୍ରତିଶତ ମ୍ୟାଚ ଫିସ୍ କାଟି ଦିଆଯାଇଥିଲା । ତେବେ ଏହି ମାମଲାରେ ଆଣ୍ଡରସନଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁ୍ଷ୍ଠାନ ନିଆଯାଇନଥିଲା ।

ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ
ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ

କ୍ୟାପଟେନ ବିରୋଧୀ ମନ୍ତବ୍ୟ ସହିବୁ ନାହିଁ

ଏହି ଘଟଣାକୁ ନେଇ ତତ୍କାଳୀନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅସନ୍ତୋଷ ମଧ୍ୟ ଜାହିର କରିଥିଲେ । ଏହାପରେ ପୁନଃ ୨୦୧୬ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିରାଟ କୋହଲିଙ୍କୁ କଟାକ୍ଷ କରି ଟିପ୍ପଣୀ ଦେବା ଆରମ୍ଭ କରି ଦେଇଥିଲେ । ୨୦୧୪ ଟେଷ୍ଟ ସିରିଜରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଏତେଟା ଖାସ୍ ନଥିଲା । ସେ ବାରମ୍ବାର ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ । ତେବେ ୨୦୧୬ରେ ଅଧିନାୟକ ଭାବରେ ସେ ଦମଦାର୍ ପ୍ରଦର୍ଶନ କରି ଶତକ ଓ ଅର୍ଦ୍ଧ ଶତକ ହାସଲ କରିଥିଲେ । ଏହାସହ ଆଣ୍ଡରସନ ମଧ୍ୟ କୋହଲିଙ୍କୁ ଆଉଟ କରିବାରେ ଅସମର୍ଥ ରହିଥିଲେ ।

ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ
ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ

ମୁମ୍ବାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ମ୍ୟାଚ ଶେଷ ହେବାପରେ ଆଣ୍ଡରସନଙ୍କୁ କଡ଼ା ଶବ୍ଦ ଶୁଣାଇଥିଲେ ଭାରତୀୟ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଯାହାଫରେ ମ୍ୟାଚ ଶେଷ ହେବାପରେ ମଧ୍ୟ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାକୁ ନେଇ ଅଶ୍ବିନଙ୍କୁ ସମାଲୋଚନା କରିଥିଲେ ଇଂଲଣ୍ଡର ତତ୍କାଳୀନ ଅଧିନାୟକ ଆଲିଷ୍ଟାର କୁକ୍ ।

୨୦୨୧ରେ ବି ଆଣ୍ଡରସନଙ୍କ ସହ ବିବାଦ

ଆଣ୍ଡରସନଙ୍କ ଭାରତୀୟ ଖେଳାଳି ଓ ଭାରତୀୟ ଖେଳାଳିଙ୍କ କଥା କଟାକଟି ବର୍ତ୍ତମାନ ଚାଲିଥିବା ଟେଷ୍ଟ ସିରିଜ ମଧ୍ୟ ଜାରି ରହିଛି । ଦ୍ବିତୀୟ ଟେଷ୍ଟ ମ୍ୟାଚର ପଞ୍ଚମ ଦିନରେ ସାମି ଓ ବୁମରା ଭଲ ବ୍ୟାଟିଂ କରିଥିଲେ । ସେହି ସମୟରେ ୱକେଟକିପର ଜୋଶ ବଟଲର ତାଙ୍କୁ ସ୍ଲେଜିଂ କରିବା ନାଁରେ କଟାକ୍ଷ କରିଥିଲେ । ଯାହାକୁ ନେଇ ବୁମରା ଓ ଜୋଶ ବଟଲରଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହାର ରାଗ ରଖି ଯେତେବେଳେ ଶେଷ ୱିକେଟ ପାଇଁ ପିଚରେ ଆଣ୍ଡରସନ ଓ ବଟଲର ବ୍ୟାଟିଂ କରୁଥିଲେ । ସେତେବେଳେ ବୁମରା ଆଣ୍ଡରସନ ଓ ବଟଲରଙ୍କୁ ସଟ୍ ବଲ ପକାଇଥିଲେ । ଏହାକୁ ନେଇ ଆଣ୍ଡରସନ ବୁମରାଙ୍କୁ କିଛି କହିଥିବା ରିପୋର୍ଟ ରହିଛି ।

ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ
ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନଙ୍କ ବିବାଦ ରେକର୍ଡ

ମ୍ୟାଚରେ ଭାରତ ବିଜୟୀ ହେବାପରେ ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ । ମ୍ୟାଚ ଶେଷ ହେବାପରେ ବିରାଟ କୋହଲି କହିଥିଲେ ଯେ, "ପଞ୍ଚମ ଦିନ ସକାଳେ ଭାରତୀୟ ଖେଳାଳିଙ୍କ ସହ ଯାହା ବି ହେଲା ତାହା ଆମକୁ ଭଲ ଖେଳ ଦେଖାଇବାକୁ ଅଧିକ ପ୍ରେରଣା ଦେଇଥିଲା । ଯାହା ଦ୍ବାରା ଆମେ ମ୍ୟାଚରେ ବିଜୟୀ ହୋଇ ପାରିଛୁ ।"

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆହୁରି ୩ଟି ମ୍ୟାଚ ଖେଳାଯିବ । ତୃତୀୟ ମ୍ୟାଚ ଲିଡ୍ସରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ । ତେବେ ଏଥିରେ ଉଭୟ ଦଳର ଖେଳ ଉପରେ ଫ୍ୟାନଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.