ETV Bharat / sports

ସଠିକ୍‌ ସମୟରେ ମାହୀ କ୍ରିକେଟରୁ ଅବସର ନେବେ: ପିଲାଦିନ କୋଚ

author img

By

Published : May 31, 2023, 10:21 AM IST

ଦିନେ ମୁଁ ଧୋନୀଙ୍କୁ ଫୋନ କଲି ପଚାରିଲି କଣ ମାହି ମୋତେ ଏକଦମ ଭୁଲି ଗଲଣି କି । ଫୋନ କରୁନାହଁ ନମ୍ବର ଡିଲିଟ କରି ଦେଇଛ କି । ଉତ୍ତରରେ ଧୋନୀ 10ରୁ 12ଜଣଙ୍କ ସାମ୍ନାରେ ମୋ ନମ୍ବର ଅନର୍ଗଳ କହିଥିଲେ । ସେଥିପାଇଁ ସେ ସ୍ବତନ୍ତ୍ର । ଏହି ସମୟରେ ମୋ ଆଖି ଲୁହରେ ଭର୍ତ୍ତି ହୋଇଯାଇଥିବା କହିଛନ୍ତି ଧୋନୀଙ୍କ ପିଲାଦିନ କୋଚ ଚଞ୍ଚଳ ଭଟ୍ଟାଚାର୍ଯ୍ୟ ।

Dhoni coach Chanchal Bhattacharya reaction
MS Dhoni

ରାଞ୍ଚି: ପଞ୍ଚମ ଥର ପାଇଁ ଆଇପିଏଲ ଚମ୍ପିଆନ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍‌ । କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ଆଇପିଏଲ 16ତମ ସିଜନର ବିଜୟ ମୁକୁଟ ପିନ୍ଧିଛି । ଆଇପିଏଲ 2023 ଫାଇନାଲ ଜିତିବାକୁ ଚେନ୍ନାଇକୁ ଶେଷ 2 ବଲରେ 10 ରନ ଦରକାର ଥିଲା । କ୍ରିଜରେ ଥିଲେ ସାର ଜାଡେଜା ଓ ବୋଲିଂ କରୁଥିବା ଗୁଜୁରାଟର ମୋହିତ ଶର୍ମା । ଜାଡେଜା ଛକା ଓ ଚୌକା ମାରି ଚେନ୍ନାଇକୁ ବିଜୟ ଭେଟି ଦେଇଥିଲେ । ଏହି ସମୟରେ ଧୋନୀ ଏକଦମ ଶାନ୍ତ ଚୁପଚାପ ଥିଲେ । ଏହା ପରେ ଅନେକ ମ୍ୟାଚରେ ନାୟକ ସାଜିଥିବା ଧୋନୀ ଜାଡେଜାଙ୍କୁ ଆଲିଙ୍ଗନ କରି ବିଜୟ ଉତ୍ସବ ମନାଇଥିଲେ ଏହି ସମୟରେ ଧୋନୀ ଭାବ ବିହ୍ବଳ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଇପିଏଲ ଚମ୍ପିଆନ ହେବା ପରେ ‘ଇଟିଭି ଭାରତ’କୁ ସାକ୍ଷାତକାର ଦେଇ ଧୋନୀଙ୍କ ଅବସର ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପିଲାଦିନ କୋଚ ଚଞ୍ଚଳ ଭଟ୍ଟାଚାର୍ଯ୍ୟ ।

Dhoni coach Chanchal Bhattacharya reaction
Dhoni coach Chanchal Bhattacharya reaction

କିଛି ଦିନ ତଳେ ଅର୍ଥାତ ଚଳିତ ଆଇପିଏଲ ଆରମ୍ଭ ହେବା ଦିନୁ ଏହା ଏମଏସଡିଙ୍କ ଶେଷ ଆଇପିଏଲ ହେବ ବୋଲି ଚର୍ଚ୍ଚା ହେଉଥିଲା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଏମଏସଡିଙ୍କ କୋଚ କୋଚ ଚଞ୍ଚଳ ଭଟ୍ଟାଚାର୍ଯ୍ୟ । ଖଡଗପୁର ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ଯାତ୍ରା କେବଳ ଦୁନିଆ ଦେଖିନାହିଁ ତାର ଆନନ୍ଦ ମଧ୍ୟ ନେଇଛି । ରାଞ୍ଚିର ଏକ ଗଳିରୁ ଲମ୍ବା କେଶ ଥିବା ବାଳକ କିପରି କ୍ରିକେଟରୁ ଜଣେ ମହାନ ଫିନିସର ଭାବରେ ନାଁ କରିଛି । ଚାପରେ କିପରି ଶାନ୍ତ ରହି କ୍ୟାପ୍ଟେନ କୁଲର ପରିଚୟ ହାସଲ କରିଛନ୍ତି । ଆଇପିଏଲ 2023 ଫାଇନାଲରେ ମଧ୍ୟ କିଛି ଏମିତି ଶାନ୍ତ ସ୍ବଭାବ ଧୋନୀଙ୍କ ଦେଖିବାକୁ ମିଳିଥିଲା । ମାହୀଙ୍କ ପିଲାଦିନ କୋଚ ଚଞ୍ଚଳ ଭଟ୍ଟାଚାର୍ଯ୍ୟ ହିଁ ଧୋନୀଙ୍କ କ୍ବାଲିଟିକୁ ପ୍ରଥମେ ପରଖିଥିଲେ । ସେ ସେବେଠୁ ବୁଝି ସାରିଥିଲେ ଧୋନୀ ଦିନେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବେ । ସଫଳ କ୍ରିକେଟର ହେବେ ।

ପଞ୍ଚମ ଥର ପାଇଁ ଚେନ୍ନାଇ ଆଇପିଏଲ ଚମ୍ପିଆନ ହେବା ପରେ ‘ଇଟିଭି ଭାରତ’କୁ ସାକ୍ଷାତକାର ଦେଇଥିଲେ ଧୋନୀଙ୍କ ପିଲାଦିନ କୋଚ ଚଞ୍ଚଳ ଭଟ୍ଟାଚାର୍ଯ୍ୟ । ସେ କହିଥିଲେ,''ବର୍ତ୍ତମାନ ମଧ୍ୟ ସେ ଯେବେ ରାଞ୍ଚିରେ ଥାଆନ୍ତି ସେ ସକାଳୁ ସକାଳୁ କ୍ରିକେଟ ଅଭ୍ୟାସ କରିଥାନ୍ତି । ଏହି ସମୟରେ ସେ ଭିଡରୁ ବର୍ତ୍ତିବା ଚେଷ୍ଟା କରନ୍ତି ମାତ୍ର ଅଭ୍ୟାସ କରିବା କଦାପି ଛାଡନ୍ତି ନାହିଁ । ଫିଟ ରହିବାକୁ ସେ ଏବେ ବି କଠିନ ପରିଶ୍ରମ କରନ୍ତି । ଏହା ତାଙ୍କୁ ଅନ୍ୟ ଯୁବ କ୍ରିକେଟରଙ୍କ ସହ ଅନ୍ୟ ଲୋକଙ୍କ ତୁଳନାରେ ଅଲଗା କରିଛି ।

ମୋଟେରା ଇତିହାସର ସାକ୍ଷୀ ହୋଇଛି । ବିଶେଷ କରି ବର୍ଷା ବାଧକ, ବିଳମ୍ବିତ ରାତି ମ୍ୟାରେ ସିଏସକେ ଯେଉଁଭଳି ବିଜୟ ହାସଲ କରିଛି ତାହା ସ୍ବତନ୍ତ୍ର । ଏହି ମ୍ୟାଚରେ ଧୋନୀ ବ୍ୟାଟିଂରେ ବିଫଳ ହୋଇଥିଲେ ସତ ହେଲେ ସେ ଜଣେ ସଫଳ ୱିକେଟ କିପର ତାର ପ୍ରମାଣ ସେ ଆଉ ଥରେ ଦେଇଥିଲେ । ଧୋନୀଙ୍କ ଗ୍ଲୋବ୍ସରୁ ବଲ ଖସିବା ସମ୍ଭବ ନୁହେଁ । ଗୁଜୁରାଟ ବ୍ୟାଟର ଶୁଭମନ ଗିଲଙ୍କୁ ଧୋନୀ ଯେଉଁଭଳି ଷ୍ଟମ୍ପି କରିଥିଲେ ତାକୁ ନେଇ ଚର୍ଚ୍ଚା ।

37 ବର୍ଷ ବୟସେ ବ୍ୟାଟିଂଠୁ ୱିକେଟ କିପର ଭାବେ ଦାୟିତ୍ବ ତୁଲାଇବା କଷ୍ଟକର । ଗୋଟିଏ ଓଭର 6 ବଲ ଏବଂ 20 ଓଭରରେ 120 ବଲ ଉପରେ ଫୋକସ କରିବା ସହଜ ନୁହେଁ । ଏହା କେବଳ ଶାରୀରିକ ଭାବେ ସୁସ୍ଥ ଥିଲେ ହିଁ ସମ୍ଭବ ହୋଇପାରିବ । ଧୋନୀ ଏବେ ବି ନିୟମିତ ଅଭ୍ୟାସ କରନ୍ତି । କେବେ କେବେ ସେ ଟେନିସ ଖେଳନ୍ତି । ମାଇଣ୍ଡ ଗେମ ମଧ୍ୟ ଖେଳନ୍ତି । ଏକାଗ୍ରତା ବଢାଇବାକୁ ବିଲିୟାର୍ଡସ ଗେମ ମଧ୍ୟ ଖେଳନ୍ତି । ତାଙ୍କ ସହିତ ମୁକାବିଲା କରିବା ଅସମ୍ଭବ ବୋଲି କହିଛନ୍ତି ଧୋନୀଙ୍କ କୋଚ ଚଞ୍ଚଳ ଭଟ୍ଟାଚାର୍ଯ୍ୟ ।

ସିଏସକେ ପୁଣି ଥରେ ଆଇପିଏଲ ମହାମୁକାବିଲାରେ ଚାପରେ ଥିଲା । ମାତ୍ର ଏଥିରେ ଧୋନୀଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା ସେ ଶାନ୍ତିରେ ଚୁପଚାପ ବସି ଖେଳ ଦେଖୁଥିଲେ । ଜାଡେଜା ଶେଷ ବଲରେ 4 ମାରି ଦଳକୁ ବିଜୟୀ କରାଇଥିଲେ । ଚେନ୍ନାଇ ପଞ୍ଚମ ଆଇପିଏଲ ଟାଇଟଲ ଜିତିଥିଲା । ଯଦି ଜଣେ ବିଶ୍ବକପ ବିଜେତା ଅଧିନାୟକ ପ୍ରକୃତରେ ଅବସର ଘୋଷଣା କରନ୍ତି ପ୍ରଶ୍ନର ଉତ୍ତରରେ ତାଙ୍କ କୋଚ କହିଛନ୍ତି,''ଅବସର ନେବାର ପ୍ରଶ୍ନ ଉଠୁନାହିଁ । ଫିଟନେସ ଓ ତୀକ୍ଷ୍ମ ଦୃଷ୍ଟିଶକ୍ତି ଏବେ ବି ତାଙ୍କର ଅସ୍ତ୍ର ହୋଇରହିଛି । ଯଦି ଜଣେ କ୍ରିକେଟର ପାଖରେ ତାହା ରହିଛି ତେବେ ଅନ୍ୟ କିଛି ଭାବିବ ନାହିଁ । ଧୋନୀ ଯାହା ବି ନିଷ୍ପତ୍ତି ନିଅନ୍ତୁ । ଯାହା ବି କରିବେ ସାବଧାନତାର ସହିତ ନେବେ । ସେ ଏହାକୁ ସମ୍ପୂର୍ଣ୍ଣ ସମୟ ଦେବେ ।''

ଜଣେ ପୂର୍ବତନ ଛାତ୍ରଙ୍କ ଉପରେ କୋଚ ଚଞ୍ଚଳ ଭଟ୍ଟାଚାର୍ଯ୍ୟ ଯଥେଷ୍ଟ ଭରସା ରହିଛି । ସେ କହିଛନ୍ତି,'' ଦିନେ ମୁଁ ଧୋନୀଙ୍କୁ ଫୋନ କଲି ପଚାରିଲି କଣ ମାହି ମୋତେ ଏକଦମ ଭୁଲି ଗଲଣି କି । ଫୋନ କରୁନାହଁ ନମ୍ବର ଡିଲିଟ କରି ଦେଇଛ କି । ଉତ୍ତରରେ ଧୋନୀ 10ରୁ 12ଜଣଙ୍କ ସାମ୍ନାରେ ମୋ ନମ୍ବର ଅନର୍ଗଳ କହିଥିଲେ । ସେଥିପାଇଁ ସେ ସ୍ବତନ୍ତ୍ର । ଏହି ସମୟରେ ଗର୍ବରେ ମୋ ଆଖି ଲୁହରେ ଭର୍ତ୍ତି ହୋଇଯାଇଥିଲା ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.