ETV Bharat / sports

କାଲି ବଡ ଘୋଷଣା କରିବେ ଧୋନୀ, ଫେସବୁକରେ ଦେଲେ ସୂଚନା

author img

By

Published : Sep 24, 2022, 9:26 PM IST

ଆସନ୍ତାକାଲି ୨ଟା ସମୟରେ ଫେସବୁକରେ ଲାଇଭ ଆସିବେ କ୍ୟାପଟେନ କୁଲ କରିବେ ( Mahendra Singh Dhoni ) ବଡ ଘୋଷଣା । ଏନେଇ ସେ ଆଜି ଫେସବୁକ ପେଜରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

କାଲି ବଡ ଘୋଷଣା କରିବେ ଧୋନୀ, ଫେସବୁକରେ ଦେଲେ ସୂଚନା
କାଲି ବଡ ଘୋଷଣା କରିବେ ଧୋନୀ, ଫେସବୁକରେ ଦେଲେ ସୂଚନା

ହାଇଦ୍ରାବାଦ: ଆସନ୍ତାକାଲି ମଧ୍ୟାହ୍ନ ୨ଟା ସମୟରେ ଫେସବୁକରେ ଲାଇଭ ଆସିବେ କ୍ୟାପଟେନ କୁଲ । ପ୍ରଶଂସକଙ୍କ ସହିତ ଜଡିତ ହୋଇ କରିବେ କିଛି ବଡ ଘୋଷଣା ଏନେଇ ମାହି ଆଜି ଫେସବୁକ ପେଜରେ ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ ଜଗତର ଅନ୍ୟତମ ସଫଳ କ୍ରିକେଟର ( Former India captain ) ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ ( Mahendra Singh Dhoni ) କରିବେ ବଡ ଘୋଷଣା । କାଲି ( ରବିବାର ) ତଥା ୨୫ ସେପ୍ଟେମ୍ବରରେ ନେବେ ବଡ ନିଷ୍ପତ୍ତି । ଏନେଇ ଧୋନୀ ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଁ ଆପଣଙ୍କୁ କିଛି ନିଷ୍ପତ୍ତି ଜଣାଇବାକୁ ଚାହୁଁଛି । ମୁଁ ୨୫ ସେପ୍ଟେମ୍ବର ଦ୍ବିପ୍ରହର ୨ ଟା ସମୟରେ ସୋସିଆଲ ମିଡିଆରେ ଲାଇଭ ଆସି ଏହି ବାବଦରେ ଆପଣ ମାନଙ୍କୁ ଜଣାଇବି । ଆଶା କରୁଛି ଆପଣ ସମସ୍ତେ ଲାଇଭ ମାଧ୍ୟମରେ ମୋ ସହିତ ଜଡିତ ହେବେ ।

ଟିମ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ତଥା ବିଶ୍ବକପ ବିଜେତା ସାଧାରଣ ଭାବରେ ନିଜ ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଅନ୍ୟ କ୍ରିକେଟରଙ୍କ ଭଳି ଧୋନୀ ସବୁ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିନଥାନ୍ତି । ସେ ନିଜକୁ ସବୁବେଳେ ସାମାଜିକ ଗଣମାଧ୍ୟମ ଏବଂ ପବ୍ଲିସିଟିଠାରୁ ଦୂରରେ ରଖନ୍ତି । ତେବେ ଆସନ୍ତାକାଲି କ୍ୟାପଟେନ କୁଲ କେଉଁ ବାବଦରେ ଘୋଷଣା କରିବେ ତାକୁ ନେଇ ଫ୍ୟାନ୍ସଠାରେ ସସପେନ୍ସ ସହିତ ଉତ୍ସାହିତ ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା କ୍ୟାପଟେନ କୁଲ ଆଇସିସିର ଦିନିକିଆ ବିଶ୍ବକପ ଏବଂ ଟି୨୦ ବିଶ୍ବକପ ହାତେଇବା ଜଣେ ସଫଳତମ ଅଧିନାୟକ ଭାବରେ ତାଙ୍କର କ୍ରିକେଟ ଦୁନିଆରେ ବେଶ ଦବଦବା ରହିଛି । ଏହା ସହିତ ଧୋନୀ ଆଇପିଏଲ ଫ୍ରାଞ୍ଚାଇଜରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ନେତୃତ୍ବ କରି ଚାରି ଥର ଆଇପିଏଲ ଟ୍ରଫି ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.