ETV Bharat / sports

୧୭ କୋଟିର ଆଡଭାନ୍ସ ଟ୍ୟାକ୍ସ ଭରିଲେ ଧୋନୀ

author img

By

Published : Nov 9, 2022, 10:15 PM IST

Updated : Nov 9, 2022, 10:36 PM IST

ଝାଡଖଣ୍ଡର ପୁଣି ସର୍ବୋଚ୍ଚ କରଦାତା ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ୍ୱରେ 17 କୋଟିର ଆଡଭାନ୍ସ କର ପୈଠ କରିଛନ୍ତି । ଅଧିକ ପଢନ୍ତୁ

୧୭ କୋଟି ଟଙ୍କାର ଟ୍ୟାକ୍ସ ଭରିଲେ ଧୋନୀ
୧୭ କୋଟି ଟଙ୍କାର ଟ୍ୟାକ୍ସ ଭରିଲେ ଧୋନୀ

ରାଞ୍ଚି: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂ ଧୋନୀ ତାଙ୍କ ବ୍ୟବସାୟ ଦୁନିଆରେ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି । ବିଭିନ୍ନ କ୍ଷେତ୍ରରେ ତାଙ୍କର ବ୍ୟବସାୟ ରହିଛି । ଯେଉଁ କାରଣରୁ ତାଙ୍କର ଆମଦାମୀ ବଢିବା ସହିତ ବ୍ୟବସାୟରେ ଅନେକ ଲାଭ ଦେଖିବାକୁ ମଳିଛି । ତେବେ ଏନେଇ ସେ ଚଳିତ ଆର୍ଥିକ ବର୍ଷର ପ୍ରଥମ 6ମାସ ତଥା ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ୧୭ କୋଟି ଟଙ୍କାର ଆଡଭାନ୍ସ ଟ୍ୟାକ୍ସ ଭରିଛନ୍ତି । ଫଳରେ ଝାଡଖଣ୍ଡର ପୁଣି ସର୍ବୋଚ୍ଚ କରଦାତା ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ତେବେ ଗତ ଚଳିତ ବର୍ଷର ପ୍ରଥମାର୍ଦ୍ଧ୍ୱ ସମୟରେ ସେ 13 କୋଟି ଟଙ୍କାର କର ପୈଠ କରିଥିଲେ । ଏହା ସହିତ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଧୋନିଙ୍କ ଆୟରେ 30 ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆକଳନ ହେଉଛି ।

ସେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୮ କୋଟି ଟଙ୍କାର ଟ୍ୟାକ୍ସ ଆୟକର ବିଭାଗକୁ ଦେଇଥିଲେ । ଗତ ଆର୍ଥିକ ବର୍ଷରେ ଧୋନିଙ୍କ ଆୟ ଥିଲା 130 କୋଟି । ସେହିପରି ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ୩୦ କୋଟି ଟଙ୍କାର ଟ୍ୟାକ୍ସ ଦେଇଥିଲେ । ସେହିପରି ଯଦି ଆମେ ଧୋନୀଙ୍କ ପୁରୁଣା ଟ୍ୟାକ୍ସ ଉପରେ ନଜର ପକାଇବା ତାହେଲେ ସେ ବର୍ଷ ୨୦୧୯-୨୦ ଏବଂ ୨୦୧୮-୧୯ ରେ ୨୮ କୋଟି ଟଙ୍କାର କର ଆୟକର ବିଭାଗରେ ଜମା କରିଥିଲେ ।

ଆୟକର ବିଭାଗ ମୁତାବିକ କ୍ୟାପଟେନ୍ କୁଲ ଯେବେଠୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ଆରମ୍ଭ କରିଥିଲେ ସେବୁଠୁ ସେ ତାଙ୍କ ରାଜ୍ୟ ଝାଡଖଣ୍ଡରେ ବ୍ୟକ୍ତିଗତ ଭାବରେ ଅଧିକ କର ଜମା କରି ଆସିଛନ୍ତି । ଧୋନୀ ବର୍ଷ ୨୦୨୦ ଅଗଷ୍ଟ ୧୫ ତାରିଖରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଏହା ପରେ ସେ CSK ତରଫରୁ ଆଇପିଏଲ ଖେଳିବା ସହିତ ନିଜ ବ୍ୟବସାୟ ପ୍ରତି ଧ୍ୟାନ ଦେଇଛନ୍ତି । ରାଞ୍ଚିରେ ପାଖାପାଖି ୪୩ ଏକର ଜମିରେ ଅର୍ଗାନିକ ଫାର୍ମିଙ୍ଗ ରହିଛି । ଏହି ପୂର୍ବ ଭାରତୀୟ ଅଧିନାୟକ ବହୁ କମ୍ପାନୀରେ ନିବେଶ କରିଛନ୍ତି । ସ୍ପର୍ଟସ ବେୟର, ହୋମ୍ ଇଣ୍ଟିରିୟର କମ୍ପାନୀ ହୋମ୍ ଲୋନ୍, ଷ୍ଟାର୍ଟ ଅପ କମ୍ପାନୀ ଖାତା ବୁକ, ବାଇକ୍ ରେସିଙ୍ଗ କମ୍ପାନୀ ଆଦିରେ ସେ ନିବେଶ କରିଛନ୍ତି ।

Last Updated : Nov 9, 2022, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.