ETV Bharat / sports

IPL 2022: ଦିଲ୍ଲୀକୁ ୧୫ ରନରେ ହରାଇ ଶୀର୍ଷରେ ରାଜସ୍ଥାନ

author img

By

Published : Apr 23, 2022, 6:55 AM IST

ଆଇପିଏଲର(IPL) ୩୪ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(DC)କୁ ୧୫ ରନରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ ରୟାଲ୍ସ(RR) । ଅଧିକ ପଢନ୍ତୁ

IPL 2022: ଦିଲ୍ଲୀକୁ ୧୫ ରନରେ ହରାଇ ଶିର୍ଷରେ ରାଜସ୍ଥାନ
IPL 2022: ଦିଲ୍ଲୀକୁ ୧୫ ରନରେ ହରାଇ ଶିର୍ଷରେ ରାଜସ୍ଥାନ

ମୁମ୍ବାଇ: ଆଇପିଏଲର(IPL) ୩୪ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(DC)କୁ ୧୫ ରନରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ ରୟାଲ୍ସ(RR) । ଗତକାଲି ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳା ଯାଇଥିବା ବେଳେ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ଆରମ୍ଭ କରିଥିଲା ରାଜସ୍ଥାନ । ଜୋଶ ବଟଲର୍‌ ୬୫ ବଲ୍‌ରୁ ଦମଦାର ଶତକ ହାସଲ କରିଥିବା ବେଳେ, ଦେବଦତ୍ତ ପାଦିକ୍କଲ ୫୪ ରନ୍‌ ଓ ସଞ୍ଜୁ ସାମସନ୍ତ ଅପରାଜିତ ୪୬ ରନରେ ଦଳ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୨୨ରନ ସଂଗ୍ରହ କରି ଦିଲ୍ଲୀକୁ ୨୨୩ ରନର ଟାର୍ଗେଟ ଦେଇଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ରନର ପିଛା କରି ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୭ ରନ କରିବାକୁ ସମର୍ଥ ହୋଇଥିଲା । ଦିଲ୍ଲୀ ତରଫରୁ ଅଧିନାୟକ ପନ୍ତ ସର୍ବାଧିକ ୪୪ ରନ, ଲଳିତ ଯାଦବ ୩୭, ପୃଥ୍ବିୀ ଶ ୩୭ ରନ କରି ପାଭିଲିୟନକୁ ଫେରିଥିଲେ । ରାଜସ୍ଥାନ ତରଫରୁ କ୍ରିଷ୍ଣା ୩ଟି, ରବିଚନ୍ଦ୍ରନ ଅଶ୍ବିନ ୨ ଓ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ରାଜସ୍ଥାନ ଚଳିତ ସିଜିନରେ ୭ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନରେ ୭ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ୬ ନମ୍ବର ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.