ETV Bharat / sports

CWG 2022: ସ୍ମୃତିଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ଟାର୍ଗେଟ ୧୬୫

author img

By

Published : Aug 6, 2022, 5:56 PM IST

ଇଂଲଣ୍ଡ ବିପକ୍ଷରେ ସ୍ମୃତି ମାନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ । 31 ବଲରେ 44 ରନର ଧୂଆଁଧାର ପାଳି ଖେଳି ଅପରାଜିତ ଜେମି ରୋଡ୍ରିଗେସ । ଇଂଲଣ୍ଡ ସମ୍ମୁଖରେ 165 ରନର ବିଜୟ ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

CWG 2022: ମାନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ୧୬୫ ରନର ଲକ୍ଷ୍ୟ
CWG 2022: ମାନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ୧୬୫ ରନର ଲକ୍ଷ୍ୟ

ବର୍ମିଂହାମ: ଭାରତ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା କ୍ରିକେଟ ପ୍ରତିଯୋଗିତାର ସେମିଫାଇନାଲ ମୁକାବିଲା ଖେଳାଯାଉଛି । ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତି ନେବାପରେ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 164 ରନ୍‌ ସଂଗ୍ରହ କରିଛି । ଫଳରେ ଇଂଲଣ୍ଡ ସାମ୍ନାରେ 165 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଭାରତୀୟ ଓପନର ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ସହ ମାତ୍ର ୩୨ ବଲରୁ ୬୧ ରନ୍‌ର ଧୁଆଁଧାର ଇଂନିସ ଖେଳିଛନ୍ତି । ସେହିପରି ଜେମିମା ରୋଡ୍ରିଗୁସ ମଧ୍ୟ ୩୧ ବଲରେ ୪୪ ରନ୍‌ର ଅପରାଜିତ ଦ୍ରୁତ ଇଂନିସ ଖେଳିଛନ୍ତି । କ୍ୟାପଟେନ ହରମନପ୍ରୀତ କୌର 20 ଓ ବିସ୍ଫୋରକ ଓପନର ଶେଫାଳି ବର୍ମା 15 ରନ୍‌ କରିଛନ୍ତି । ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଥିବାବେଳେ ଫାଇନାଲ ଟିକେଟ ହାତେବା ଲକ୍ଷ୍ୟରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.