ETV Bharat / sports

ସିଏସକେ କ୍ୟାମ୍ପ୍‌ରେ କୋରୋନା, ସିଇଓ-ବୋଲିଂ କୋଚ୍‌ ପଜିଟିଭ ଚିହ୍ନଟ

author img

By

Published : May 3, 2021, 6:17 PM IST

ଚେନ୍ନାଇ ସୁପର କିଙ୍ଗ୍ସ ସିଇଓ କାଶି ବିଶ୍ବନାଥନ ଓ ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜି, ବସ୍‌ କ୍ଳିନର କୋଭିଡ-19 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

CSK CEO and Bowling Coach Corona positive
ସିଏସକେ କ୍ୟାମ୍ପ୍‌ରେ କୋରୋନା, ସିଇଓ-ବୋଲିଂ କୋଚ୍‌ ପଜିଟିଭ ଚିହ୍ନଟ

ହାଇଦ୍ରାବାଦ: ଆଇପିଏଲର 14ତମ ସଂସ୍କରଣରେ କୋରୋନାର କଳାବାଦଲ ଆଶଙ୍କା ବଢାଇଲାଣି । କେକେଆରର ଦୁଇ ଖେଳାଳି କୋଭିଡ-19 ପଜିଟିଭ ଚିହ୍ନଟ ପରେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାମ୍ପରୁ ମଧ୍ୟ ଖରାପ ଖବର ସାମ୍ନାକୁ ଆସିଛି । ସିଏସକେ ଟିମର 3 ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଏକ ସ୍ପୋର୍ଟ୍ସ ୱେବସାଇଟରେ ପ୍ରକାଶିତ ସୂଚନା ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ବନାଥନ, ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜି ଓ ବସ କ୍ଳିନର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଫ୍ୟାନ୍ସଙ୍କ ପାଇଁ ଆଶ୍ବସ୍ଥିକର ଖବର ଏହା ଯେ, ଟିମର କୌଣସି ଖେଳାଳି ଏଥିରେ ସାମିଲ ନାହାନ୍ତି ।

ସିଏସକେର ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଛି । କୋରୋନାର ଦ୍ବିତୀୟ ଲହର ସାରା ଭାରତରେ ଆତଙ୍କ ଖେଳାଇଛି । ଏପରି ସମୟରେ ଗୋଟିଏ ଦିନରେ ଗୋଟିଏ ପରେ ଗୋଟିଏ ଦୁଇଟି ଏପରି ଖବର ଆସିବା ପରେ, ସୋସିଆଲ ମିଡିଆରେ ଆଇପିଏଲକୁ ଅଧାରେ ରୋକିଦେବାକୁ ଦାବି ହେବାରେ ଲାଗିଲାଣି ।

କେକେଆର ଟିମର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ଦ୍ରୁତ ବୋଲାର ସନ୍ଦୀପ ୱାରିୟର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଆଇପିଏଲର 14ତମ ସଂସ୍କରଣରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ କୋଲକାତା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.