ETV Bharat / sports

World cup 2023: ଭାରତ-ପାକ ମ୍ୟାଚକୁ ନେଇ ଅହମ୍ମଦାବାଦରେ ଏମିତି ରହିଛି ସୁରକ୍ଷା ବ୍ୟବସ୍ଥା

author img

By ETV Bharat Odisha Team

Published : Oct 14, 2023, 11:18 AM IST

ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

India Pakistan clash
India Pakistan clash

ଅହମ୍ମଦାବାଦ: ଭାରତ ପାକିସ୍ତାନ ହାଇପ୍ରୋଫାଇଲ କ୍ରିକେଟ ମ୍ୟାଚକୁ ନେଇ ବିଶ୍ବବ୍ୟାପୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ । ସକାଳୁ ସକାଳୁ ସେଲିବ୍ରେଟିଙ୍କ ସହ ଅହମ୍ମଦାବାଦକୁ କ୍ରୀଡା ପ୍ରେମୀଙ୍କ ସୁଅ ଛୁଟିଛି । ଅପେକ୍ଷା ଅପରାହ୍ନ 2ଟା ସମୟକୁ । ଏବେ ଠାରୁ ଅହମ୍ମଦାବାଦର ରାସ୍ତାଘାଟ ଗଳିକନ୍ଦି ସବୁଠାରେ କ୍ରୀଡାପ୍ରେମୀଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି । ତେଣୁ ସୁରକ୍ଷା ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଭାରତ ପାକିସ୍ତାନ ମ୍ୟାଚ ସମୟରେ ପ୍ରାୟ 11 ହାଜର ସୁରକ୍ଷାକର୍ମୀ ନିୟୋଜିତ ହେବା ନେଇ ସୂଚନା ରହିଛି ।

ଅହମ୍ମବାଦର ଜଣେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜ୍ଞାନେନ୍ଦ୍ର ସିଂ ମଲ୍ଲିକ କହିଛନ୍ତି ଯେ, 1 ଲକ୍ଷ 32 ହଜାର ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିରାପତ୍ତା ବ୍ୟବସ୍ଥା ପାଇଁ 11 ହଜାର ସୁରକ୍ଷାକର୍ମୀ ମୁତୟନ କରାଯିବ । ଭିଡ ନିୟନ୍ତ୍ରଣ ପାଇଁ 150 ଆଇପିଏସ ଓ ଆଇଏସଅଧିକାରୀ ମ୍ୟାଚ ସମୟରେ ଉପସ୍ଥିତ ରହିବେ । ଏହିପରି ବଡ ଟୁର୍ଣ୍ଣାମେଣ୍ଟ କେବଳ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହିଁ ଖେଳାଯାଇ ପାରିବ । ଭିସା ନମିଳିବାରୁ ପାକିସ୍ତାନର ଖେଳାଳିମାନେ ଭାରତକୁ ଆସି ପାରିନାହାନ୍ତି । ଲକ୍ଷାଧିକ କ୍ରୀଡାପ୍ରେମୀ ଭାରତକୁ ପ୍ରଶଂସା କରୁଛନ୍ତି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ବିରାଟ କୋହଲି ଓ ବାବର ଆଜମ ଭଲ ରନ କରିପାରନ୍ତି ବୋଲି ଆଶା କରାଯାଉଛି । ସେହିପରି ଶାହିନ ଆଫ୍ରିଦ ଓ ଭାରତର ବୋଲର ବୁମାର ମଧ୍ୟ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ-World cup 2023: ଭାରତ ବିପକ୍ଷରେ ମ୍ୟାଚ ପୂର୍ବରୁ ଏମିତି କହିଲେ ପାକିସ୍ତାନ ଅଧିନାୟକ

ଖେଳ ଆରମ୍ଭ ହେବା ପୂର୍ବରୁ ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲିଉଡର ପ୍ରଖ୍ୟାତ ସିଙ୍ଗରମାନେ ଗୀତ ପରିବେଷଣ କରିବେ । ତେବେ ମ୍ୟାଚ ପୂର୍ବରୁ ବିସିସିଆଇକୁ ପ୍ରଶଂସକମାନେ ସମାଲୋଚନା କରିଛନ୍ତି । ଏହି ମ୍ୟାଚକୁ ବୟକଟ କରିବାକୁ ସାମାଜିକ ଗଣମାଧ୍ୟମରେ ଧମକ ମଧ୍ୟ ଦେଇଛନ୍ତି । ହାଇଭୋଲ୍ଟେଜ ମ୍ୟାଚ୍‌ ପାଇଁ ଅହମ୍ମଦାବାଦର ସମସ୍ତ ହୋଟେଲ ଦର ଆକାଶ ଛୁଆଁ ହୋଇଛି ।

ଭାରତ ପାକିସ୍ତାନ ପାଇଁ ପ୍ରାୟ ସମସ୍ତ ପଞ୍ଚ ତାରକା ହୋଟେଲ ବୁକ୍‌ ହୋଇଛି । ଯାହାର ଦର ମଧ୍ୟ ଅଧିକ ରହିଛି। ଅହମ୍ମଦାବାଦର ଆଶ୍ରମ ରୋଡ୍‌ ସ୍ଥିତ ହୟାତ ରାଜେସିରେ କୌଣସି ରୁମ ଉପଲବ୍ଧ ନାହିଁ । କେବଳ ବଡ ବଡ ଡିପ୍ଲୋମାର୍ଟ ସୁଇଟସ ଖାଲି ରହିଛି ଯାହାର ଦାମ 24 ଘଣ୍ଟା ପାଇଁ ଟ୍ୟାକ୍ସ ସମେତ 2.40 ଲକ୍ଷ ରହିଛି । 1 ବସ୍ତ୍ରାପୁରରେ ଥିବା ହାୟତ ହୋଟେଲ ଚାର୍ଜ ଟ୍ୟାକ୍ସ ସମେତ 75 ହଜାର ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.