ETV Bharat / sports

Cricket World Cup 2023: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ଫିଲ୍ଡର, ଜାଣନ୍ତୁ କିଏ

author img

By ETV Bharat Odisha Team

Published : Oct 4, 2023, 10:20 PM IST

ବିଶ୍ବକପ୍‌ ୨୦୨୩ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସମୟର ଅପେକ୍ଷା । ତେବେ ଗୋଟିଏ ମ୍ୟାଚ୍‌ରେ ଯେତିକି ଭୂମିକା ବୋଲର ଓ ବ୍ୟାଟରଙ୍କର ରହିଥାଏ, ଠିକ୍‌ ସେତିକି ଗୁରୁତ୍ବପୂର୍ଣ୍ଣ ଭୂମିକା ଫିଲ୍ଡରଙ୍କର ମଧ୍ୟ ରହିଥାଏ । ତେବେ ଜାଣନ୍ତୁ ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ଫିଲ୍ଡର କିଏ । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ଫିଲ୍ଡର, ଜାଣନ୍ତୁ କିଏ
ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ଫିଲ୍ଡର, ଜାଣନ୍ତୁ କିଏ

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ ଦିନିକିଆ କ୍ରିକେଟର ମହାକୁମ୍ଭ ବିଶ୍ବକପ୍‌ ୨୦୨୩ । ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ବିଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଗୋଟିଏ ମ୍ୟାଚ୍‌ ଜିତିବା ପାଇଁ ଦଳର କେବଳ ବ୍ୟାଟିଂ ଓ ବୋଲିଂ ନୁହେଁ, ଫିଲ୍ଡଂ ବିଭାଗ ମଧ୍ୟ ସୁଦୃଢ଼ ହେବା ଜରୁରୀ । ତେବେ ଜାଣନ୍ତୁ ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ଫିଲ୍ଡର କିଏ ।

(୧) ରିକି ପଣ୍ଟିଂ: କ୍ରିକେଟ୍ ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ଫିଲ୍ଡରଙ୍କ ବିଷୟରେ କହିବାକୁ ଗଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମ ତାଲିକାର ଶୀର୍ଷରେ ରହିଛି । ପଣ୍ଟିଂ ୧୯୯୬ରୁ ୨୦୧୧ ମଧ୍ୟରେ ବିଶ୍ବକପ୍‌ରେ ୪୬ଟି ମ୍ୟାଚ୍‌ ଖେଳିଥିଲେ । ଏହାରି ମଧ୍ୟରେ ସେ ୨୮ଟି ଗୁରୁତ୍ବପୂର୍ଣ୍ଣ କ୍ୟାଚ୍‌ ନେଇଥିଲେ । ଗୋଟିଏ ମ୍ୟାଚ୍‌ରେ ପଣ୍ଟିଂ ସର୍ବାଧିକ ୩ଟି କ୍ୟାଚ୍ ନେଇଛନ୍ତି । ବିଶ୍ବକପ୍‌ରେ ପ୍ରତି ମ୍ୟାଚ୍‌ରେ ପଣ୍ଟିଂର ହାରାହାରି କ୍ୟାଚ୍ ହେଉଛି ୦.୬୦୮ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ କ୍ୟାଚ୍‌, ତାଲିକାରେ ରହିଛନ୍ତି ୨ ଭାରତୀୟ

(୨) ଜୋ ରୁଟ୍‌: ବିଶ୍ବକପ୍‌ର ଶ୍ରେଷ୍ଠ ୫ ଫିଲ୍ଡର ତାଲିକାରେ ଇଂଲଣ୍ଡ ଖେଳାଳି ଜୋ ରୁଟଙ୍କ ନାମ ଦ୍ବିତୀୟ ସ୍ଥାନରେ ରହିଛି । ରୁଟ୍ ୨୦୧୫ ଏବଂ ୨୦୧୯ ଦୁଇଟି ଦିନିକିଆ ବିଶ୍ବକପ୍‌ରେ ଅଂଶଗ୍ରହଣ କରିଛନ୍ତି । ଆହାରି ମଧ୍ୟରେ ସେ ୧୭ଟି ମ୍ୟାଚ୍‌ ଖେଳିଥିବାବେଳେ ୨୦ଟି କ୍ୟାଚ୍‌ ନେଇଛନ୍ତି । ଗୋଟିଏ ମ୍ୟାଚ୍‌ରେ ରୁଟ୍ ସର୍ବାଧିକ ୩ଟି କ୍ୟାଚ୍ ନେଇଛନ୍ତି । ମ୍ୟାଚ୍‌ ପ୍ରତି ଜୋ ରୁଟ୍ ହାରାହାରି କ୍ୟାଚ୍ ହେଉଛି ୧.୧୭୬ ।

(୩) ସନଥ ଜୟସୁରିୟା: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରେ ଶ୍ରୀଲଙ୍କାର ପୂର୍ବତନ ଓପନର୍‌ ସନଥ ଜୟସୁରିୟା ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୯୯୨ରୁ ୨୦୦୭ ପର୍ଯ୍ୟନ୍ତ ବିଶ୍ବକପ୍‌ ମ୍ୟାଚ ଖେଳିଥିଲେ । ଯେଉଁଥିରେ ସେ ୩୮ଟି ମ୍ୟାଚ୍‌ରେ ୧୮ଟି କ୍ୟାଚ୍‌ ନେଇଛନ୍ତି । ସେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୨ଟି କ୍ୟାଚ୍ ନେଇଛନ୍ତି । ଗୋଟିଏ ମ୍ୟାଚ୍‌ରେ ତାଙ୍କର ହାରାହାରି କ୍ୟାଚ୍ ହେଉଛି ୦.୪୭୩ ।

​ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସରେ ସବୁଠାରୁ ଅଧିକ ଛକା ମାରିଥିବା ୫ ବ୍ୟାଟର, ଜାଣନ୍ତୁ କିଏ

(୪) କ୍ରିସ୍‌ ଗେଲ୍‌: ପୂର୍ବତନ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ କ୍ରିସ୍ ଗେଲ୍‌ଙ୍କ ନାମ ବିଶ୍ବକପ୍‌ର ଶ୍ରେଷ୍ଠ ୫ ଫିଲ୍ଡରଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ୨୦୦୩ରୁ ୨୦୧୯ ପର୍ଯ୍ୟନ୍ତ ଗେଲ୍ ୩୫ଟି ମ୍ୟାଚ୍‌ରେ ୧୭ଟି କ୍ୟାଚ୍ ନେଇଛନ୍ତି । କ୍ରିସ୍‌ ଗେଲ୍‌ଙ୍କ ଭଳି ଲମ୍ବା ଏବଂ ଭାରୀ ଶରୀର ଥିବା ଖେଳାଳିମାନେ ଦୌଡ଼ିବା, ଡାଇଭ ମାରିବା ଏବଂ ଫିଲ୍ଡିଂ କରିବାରେ କିଛିମାତ୍ରାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । କିନ୍ତୁ ଏହାସତ୍ତ୍ବେ ଗେଲ୍‌ ଏହି ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି । ବିଶ୍ବକପ୍‌ରେ ତାଙ୍କର ହାରାହାରି କ୍ୟାଚ୍ ହେଉଛି ୦.୪୮୫ ।

(୫) ଫାଫ୍‌ ଡୁପ୍ଲେସିସ୍‌: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ଫିଲ୍ଡରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁପ୍ଲେସିସ୍ ପଞ୍ଚମ ସ୍ଥାନରେ ଅଛନ୍ତି । ସେ ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ୨୩ଟି ମ୍ୟାଚ୍‌ ଖେଳି ୧୬ଟି କ୍ୟାଚ୍ ନେଇଛନ୍ତି । ଡୁପ୍ଲେସିସ୍ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୨ଟି କ୍ୟାଚ୍ ନେଇଛନ୍ତି । ମ୍ୟାଚ ପ୍ରତି ତାଙ୍କର ହାରାହାରି କ୍ୟାଚ୍ ହେଉଛି ୦.୭୨୭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.