ETV Bharat / sports

ସବୁକିଛି ଭଗବାନଙ୍କ ଭରସାରେ: ଇଆନ ମୋର୍ଗାନ

author img

By

Published : Nov 2, 2020, 9:04 PM IST

ଏବେ ସବୁକିଛି ଭଗବାନଙ୍କ ଭରଷାରେ । ଏହା କହିଛନ୍ତି କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଇଆନ ମୋର୍ଗାନ । ଅଧିକ ପଢନ୍ତୁ...

We couldn't have done anything more, up to Gods now: Morgan
ସବୁକିଛି ଭଗବାନଙ୍କ ଭରଷାରେ: ଇଆନ ମୋର୍ଗାନ

ଦୁବାଇ: ଏବେ ସବୁକିଛି ଭଗବାନଙ୍କ ଭରଷାରେ । ଏହା କହିଛନ୍ତି କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଇଆନ ମୋର୍ଗାନ । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ ପର୍ଯ୍ୟାୟ ଯେତେ ନିକଟତର ହେଉଛି, ସେହିମାତ୍ରାରେ ରୋମାଞ୍ଚକର ହେଉଛି ।

ରାଜସ୍ଥାନ ରୟାଲ୍ସ ବିପକ୍ଷରେ 60 ରନର ବଡ ବ୍ୟବଦାନରେ ବିଜୟ ପରେ ପ୍ଳେ-ଅଫରେ ଦୌଡରେ ସାମିଲ ହୋଇଛି କୋଲକାତା ନାଇଟ ରାଇଡର୍ସ ।

ରବିବାର 14 ପଏଣ୍ଟ ସହ ଲିଗ ପର୍ଯ୍ୟାୟ ଶେଷ କରିଛି କେକେଆର । ତେବେ ସନରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ଖେଳିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପରାଜୟକୁ ଅପେକ୍ଷାରେ ରହିଛି କୋଲକାତା ।

ମ୍ୟାଚ ପରେ ଏବେ ସବୁକିଛି ଭଗବାନଙ୍କ ଭରଷାରେ ବୋଲି କହିଥିଲେ କୋଲକାତା କ୍ୟାପଟେନ ଇଆନ ମୋର୍ଗାନ ।

କୋଲକାତାର ନେଟ ରନରେଟ(-0.214) ରହିଛି ଯାହାକି ହାଇଦ୍ରାବାଦ(+0.555) ଠାରୁ କମ । ହାଇଦ୍ରାବାଦ 13ଟି ମ୍ୟାଚରୁ 12 ପଏଣ୍ଟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.