ETV Bharat / sports

ହ୍ୱାଇଟ୍‌ କ୍ରିକେଟ୍‌ର ବିଶ୍ବଯୁଦ୍ଧ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌, ଜାଣନ୍ତୁ ପୁରା ତଥ୍ୟ

author img

By

Published : Jul 28, 2019, 11:16 PM IST

କଣ ଏହି ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ? କେବେ ଏହାର ଆରମ୍ଭ ହୋଇଥିଲା ? କେଉଁ କେଉଁ ଦଳ ଏଥିରେ ଖେଳିବେ? କେତେ ଦିନ ଧରି ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ? ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ନଜର ପକାନ୍ତୁ ଆମର ଏହି ରିପୋର୍ଟ ଉପରେ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଧଳା ବଲ ବିଶ୍ବଯୁଦ୍ଧ ପରେ ନାଲି ବଲର ଲମ୍ବା ଟୁର୍ଣ୍ଣାମେଣ୍ଟ । ହ୍ୱାଇଟ୍‌ କ୍ରିକେଟର ଦୀର୍ଘତମ ଫର୍ମାଟ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ । ଆସନ୍ତା ଅଗଷ୍ଟ 1ରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଆସେସ ସିରିଜରୁ ଏହାର ଶୁଭାରମ୍ଭ ହେଉଛି ।

ତେବେ କଣ ଏହି ବିଶ୍ବ ଟେଷ୍ଟ ଚମ୍ପିଆନସିପ? କେବେ ଏହାର ଆରମ୍ଭ ହୋଇଥିଲା? କେଉଁ କେଉଁ ଦଳ ଏଥିରେ ଖେଳିବେ? କେତେ ଦିନ ଧରି ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ? କଣ ଏହାର ଉଦ୍ଦେଶ୍ୟ? କିଏ ହେବ ଏହାର ବିଜେତା ? କେମିତି କାଉଣ୍ଟ ହେବ ପଏଣ୍ଟ? ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ନଜର ପକାନ୍ତୁ ଆମର ଏହି ରିପୋର୍ଟ ଉପରେ-

icc world test championship
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କଣ ଏହି ବିଶ୍ବ ଟେଷ୍ଟ ଚମ୍ପିଆନସିପ? କଣ ଏହାର ଉଦ୍ଦେଶ୍ୟ?

ଦିନିକିଆ କ୍ରିକେଟ ପରି ଆଇସିସିର ସମସ୍ତ ଟେଷ୍ଟ ସିରିଜକୁ ଏକାଠି କରିବ ଏହି ବିଶ୍ବ ଟେଷ୍ଟ ଚମ୍ପିଆନସିପ । ଏହା ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଦ୍ବିପାକ୍ଷିକ ଟେଷ୍ଟ ସିରିଜ ଖେଳାବା ।

କେଉଁ କେଉଁ ଦଳ ଏଥିରେ ଖେଳିବେ?

ଯଦି ଆପଣ ଭାବୁଥାନ୍ତି ଆଇସିସି ଅଧିନରେ ଥିବା ସମସ୍ତ ଦଳ ଏଥିରେ ଭାଗ ନେବେ, ତେବେ ତାହା ଭୁଲ ଅଟେ । ନିକଟରେ ଜିମ୍ବାୱେକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାରୁ ବହିଷ୍କାର କରାଯାଇଛି । ସେହିପରି ଡେବ୍ୟୁ ଦଳ ଆୟାରଲ୍ୟାଣ୍ଡ ଓ ଆଫାଗାନିସ୍ତାନକୁ ଏହି ଟୁର୍ଣ୍ଣାମେଣ୍ଟର ଓପିନିଂ ସିଜିନରେ ଖେଳିବାକୁ ସୁଯୋଗ ମିଳି ନାହିଁ । ତେବେ ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ଏହି ପରି ଡିଜାଇନ କରିଛି । ଆଇସିସି ମାନ୍ୟତାର ଶ୍ରେଷ୍ଠ 9ଟି ଟିମ ଏହି ଚମ୍ପିଆନସିପରେ ଭାଗନେବେ । 2ବର୍ଷ ମଧ୍ୟରେ ଗୋଟିଏ ଟିମ, କୌଣସି ଟିମ ବିପକ୍ଷରେ 6ଟି ଘରୋଇ ସିରିଜ ସହ ବିଦେଶ ଗସ୍ତ ସିରିଜ ମଧ୍ୟ ଖେଳିବ ।

କେତେ ଦିନ ଧରି ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ?

ଆସନ୍ତା ଅଗଷ୍ଟ 1ରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଆସେସ ସିରିଜରୁ ଏହା ଆରମ୍ଭ ହୋଇ ଏପ୍ରିଲ 30 2021 ପର୍ଯ୍ୟନ୍ତ ଏହା ଚାଲିବା । ଅର୍ଥାତ୍‌ ପ୍ରାୟତଃ ଦୁଇ ବର୍ଷ ଧରି ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ।

କିଏ ହେବ ଏହାର ବିଜେତା ?

ତେବେ ଦୀର୍ଘ ଦୁଇ ବର୍ଷର ଲଢେଇ ପରେ ମାନ୍ୟତାର ଶୀର୍ଷରେ ସ୍ଥାନ ପାଇଥିବା 2ଟି ଟିମ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲ ମ୍ୟାଚ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଜୁନ 2021ରେ ଖେଳାଯିବ । ଯଦି ଫାଇନାଲ ମ୍ୟାଚ ଟାଇ ଅବା ଡ୍ର ହୁଏ ତେବେ ମାନ୍ୟତାର ଶୀର୍ଷରେ ଥିବା ଦଳକୁ ବିଜେତା ଘୋଷଣା କରାଯିବା । ବିଜୟୀ ଦଳକୁ ଆଇସିସିର ଗଦା ଦିଆଯିବ । ସୂଚନାଥାଉକି, ଆଇସିସିର ବର୍ଷିକିଆ ମାନ୍ୟତାରେ ଭାରତୀୟ ଦଳ ଟପରେ ରହି ଟେଷ୍ଟ ଗଦା ଉଠାଇଛନ୍ତି ବିରାଟ କୋହଲି ।

କେମିତି କାଉଣ୍ଟ ହେବ ପଏଣ୍ଟ?

ତେବେ ପ୍ରତିଟି ଟେଷ୍ଟ ସିରିଜ ପାଇଁ 120 ପଏଣ୍ଟ ରହିଛି । ଫଳରେ ପ୍ରତି ମ୍ୟାଚ ପାଇଁ ପଏଣ୍ଟ ଅଙ୍କ ସିରିଜରେ ଥିବା ମ୍ୟାଚ ସଂଖ୍ୟାକୁ 120ରେ ହରଣ କରାଯିବା । ଯଦି ଗୋଟିଏ ଦଳ ସମସ୍ତ ମ୍ୟାଚ ଜିତିବାକୁ ସକ୍ଷମ ହେଉଛି । ତେବେ 2021 ଏପ୍ରିଲରେ ଦଳ ସର୍ବାଧିକ 720 ପଏଣ୍ଟ ସ୍କୋର କରିପାରିବ ।

ସିରିଜର ମ୍ୟାଚ ସଂଖ୍ୟା ବିଜୟ ପଏଣ୍ଟ ଟାଇ ପଏଣ୍ଟ ଡ୍ର ପଏଣ୍ଟ ହାରିବା ପଏଣ୍ଟ
2 60 30 20 0
3 40 20 13.3 0
4 30 15 10 0
5 24 12 8 0

କେବେ ଏହାର ଆରମ୍ଭ ହୋଇଥିଲା?

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଆୟୋଜନ କରିବା ନେଇ 2009ରୁ ଚିନ୍ତା କରୁଥିଲା ଆଇସିସି । ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ମାର୍ଟିନ କ୍ରୋଏ ଏହି ଦୀର୍ଘତମ ଫର୍ମାଟ ପଛର ମାଷ୍ଟର ମାଇଣ୍ଡ ଅଟନ୍ତି । 2010ରେ ଆଇସିସି ଏହାକୁ ଯୋଜନାରେ ପରିଣତ କରିଥିଲା । ତେବେ 2013ରେ ଏହାର ପ୍ରଥମ ସଂସ୍କରଣ ଆରମ୍ଭ ପାଇଁ ଚିନ୍ତା କରାଯାଇଥିଲା । ମାତ୍ର ଏହା ସମ୍ଭବ ହୋଇନଥିଲା । ଏହାକୁ 2017କୁ ଘୁଞ୍ଚାଇ ଦିଆଗଲା । କିନ୍ତୁ ଏଥର ମଧ୍ୟ ଏହା ସମ୍ଭବ ହୋଇ ପାରିନଥିଲା । କାରଣ ଆଇସିସିର ନିୟମ ଅନୁସାରେ ପ୍ରତି ଫର୍ମାଟ ପାଇଁ ଗୋଟିଏ ଟ୍ରଫି ଉଦ୍ଦିଷ୍ଠ ରହିବ । ଫଳରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଚାମ୍ପିଅନ୍ସ ଟ୍ରଫିକୁ ବନ୍ଦ କରିବାକୁ ଆଇସିସି କହିଥିଲା । ଯାହା କି ସମ୍ଭବ ନଥିଲା । ଫଳରେ ଏହାକୁ ବନ୍ଦ କରାଯାଇ 2017ରେ ଚାମ୍ପିଅନ୍ସ ଟ୍ରଫି ଖେଳାଗଲା । ତେବେ 2019ରେ ଏହାର ଯୋଜନାକୁ କାର୍ଯ୍ୟକ୍ଷମ କରଯାଇ ଖେଳ ଆରମ୍ଭ ହେବାକୁ ଯାଉଛି ।

ତେବେ ନଜର ପକାନ୍ତୁ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଭାରତର ଖେଳସୂଚୀ-

  • 2019 ଜୁଲାଇ-ଅଗଷ୍ଟ: 2ଟି ଟେଷ୍ଟ ବନାମ ଓ୍ଵେଷ୍ଟଇଣ୍ଡିଜ(ବିଦେଶ ଗସ୍ତ)
  • 2019 ଅକ୍ଟୋବର-ନଭେମ୍ବର: 3ଟି ଟେଷ୍ଟ ବନାମ ଦକ୍ଷିଣ ଆଫ୍ରିକା(ଘରୋଇ ସିରିଜ୍)
  • 2019 ନଭେମ୍ବର- 2ଟି ଟେଷ୍ଟ ବନାମ ବାଂଲାଦେଶ(ଘରୋଇ ସିରିଜ)
  • 2020ଫେବୃଆରୀ- 2ଟି ଟେଷ୍ଟ ବନାମ ନ୍ୟୁଜିଲାଣ୍ଡ(ବିଦେଶ ଗସ୍ତ)
  • 2020ଡିସେମ୍ବର- 4ଟି ଟେଷ୍ଟ ବନାମ ଅଷ୍ଟ୍ରେଲିଆ(ବିଦେଶ ଗସ୍ତ)
  • 2021 ଜାନୁଆରୀ-ଫେବୃଆରୀ- 5ଟି ଟେଷ୍ଟ ବନାମ ଇଂଲଣ୍ଡ(ଘରୋଇ ସିରିଜ୍)

ଅନ୍ୟଦେଶର ଖେଳସୂଚୀ-

  • ଅଗଷ୍ଟ-ସେପ୍ଟମ୍ବର 2019- ୱେଷ୍ଟଇଣ୍ଡିଜ (ବିଦେଶରେ)-2ଟି ଟେଷ୍ଟ
  • ଅକ୍ଟୋବର2019- ଦକ୍ଷିଣ ଆଫ୍ରିକା(ନିଜଦେଶରେ)-3ଟି ଟେଷ୍ଟ
  • ନଭେମ୍ବର 2019- ବାଂଲାଦେଶ(ନିଦଦେଶରେ)-2ଟି ଟେଷ୍ଟ
  • ଫେବ୍ରୁୟାରୀ-ମାର୍ଚ୍ଚ 2020- ନ୍ୟୁଜିଲାଣ୍ଡ(ବିଦେଶରେ)-2ଟି ଟେଷ୍ଟ
  • ନଭେମ୍ବର2020-ଜାନୁୟାରୀ 2021- ଅଷ୍ଟ୍ରେଲିଆ(ନିଜଦେଶରେ)-4ଟି ଟେଷ୍ଟ
  • ଜାନୁୟାରୀ-ମାର୍ଚ୍ଚ 2021-ଇଂଲଣ୍ଡ(ନିଜଦେଶରେ)-5ଟି ଟେଷ୍ଟ
Intro:Body:

TESTING


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.