ETV Bharat / sports

ଦୁଇଶହ ଆଇପିଏଲ ମ୍ୟାଚ ଖେଳିବାରେ ରୋହିତ ଶର୍ମା ଦ୍ବିତୀୟ

author img

By

Published : Nov 10, 2020, 9:53 PM IST

ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ଆଇପିଏଲରେ 200 ମ୍ୟାଚ ଖେଳିବାରେ ଦ୍ବିତୀୟ ଖେଳାଳି ହୋଇଛନ୍ତି । ଅଧିକ ପଢନ୍ତୁ...

These 5 players of Delhi will be seen in the title fight
ଦୁଇଶହ ଆଇପିଏଲ ମ୍ୟାଚ ଖେଳିବାରେ ରୋହିତ ଶର୍ମା ଦ୍ବିତୀୟ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ଆଉ ଏକ ବଡ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ 200 ମ୍ୟାଚ ଖେଳିବାରେ ରୋହିତ ଦ୍ବିତୀୟ ଖେଳାଳି ହୋଇଛନ୍ତି ।

These 5 players of Delhi will be seen in the title fight
ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ 2020ର ଫାଇନାଲ ମୁକାବିଲାରେ ଏହି ସଫଳତାର ଅଧିକାରୀ ହୋଇଛନ୍ତି ରୋହିତ ।

ଆଇପିଏଲ ଯାତ୍ରାରେ ଏଯାବତ ରୋହିତ ଦୁଇଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଛନ୍ତି । ଡେକାନ ଚାର୍ଜସ ଓ ମୁମ୍ବାଇ ଇଣ୍ଡିଆନ୍ସ । 2008ରେ ଆଇପିଏଲ ଡେବ୍ୟୁ କରିଥିବା ରୋହିତ ଏଯାବତ 38ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକୀୟ ଇଂନିସ ଖେଳିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ 155ତମ ମ୍ୟାଚ ଖେଳୁଛନ୍ତି । ଅକ୍ଟୋବର 11ରେ ମୁମ୍ବାଇ ଫ୍ରାଞ୍ଚାଇଜ ପକ୍ଷରୁ 150ତମ ମ୍ୟାଚ ଅକ୍ଟୋବର 11ରେ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିଥିଲେ । କିରଣ ପୋଲାର୍ଡ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 150 ମ୍ୟାଚ ଖେଳିସାରିଛନ୍ତି ।

ଗତ ମାସରେ ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ପ୍ରଥମ ଖେଳାଳି ଭାବେ 200 ମ୍ୟାଚ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.