ETV Bharat / sports

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲର 'ରାଜା' ଟିମ ଇଣ୍ଡିଆ

author img

By

Published : Oct 22, 2019, 3:06 PM IST

240 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଟିମ ଇଣ୍ଡିଆ ରହିଥିବା ବେଳେ 60 ପଏଣ୍ଟ ସହ 2ୟ ଓ 3ୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ।

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲ

ହାଇଦ୍ରାବାଦ: କ୍ରିକେଟର ଲମ୍ବା ଫର୍ମାଟ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ । ଏହି ଦୀର୍ଘତମ ଫର୍ମାଟର ରାଜା ବନିଛି ଟିମ ଇଣ୍ଡିଆ । ସମସ୍ତ ଟିମକୁ ପଛରେ ପକାଇ ପଏଣ୍ଟ ତାଲିକାର ଶୀର୍ଷରେ ବସିଛି ଭାରତୀୟ ଦଳ । ଦୁଇଟି ଘରୋଇ ସିରିଜ ଖେଳି 240 ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛି ଟିମ ଇଣ୍ଡିଆ ।

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲ
ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲ

ତେବେ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜକୁ କ୍ଲିନ ସୁଇପ କରିଥିବା ବେଳେ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜକୁ 3-0ରେ ମୂଳପୋଛ କରିଛି ବିରାଟ ବାହିନୀ । 3ୟ ତଥା ଅନ୍ତିମ ମ୍ୟାଚରେ 202ରନ ଓ ଇଂନିସ ବିଜୟ ହେଲା ଘରୋଇ ଦଳ । ପ୍ରାରମ୍ଭିକ ଟେଷ୍ଟ କ୍ୟାରିଅରରେ ଶତକ ଓ ଦ୍ବିଶତକ ଯୋଡିଥିବା ହିଟମ୍ୟାନଙ୍କୁ ମ୍ୟାନ ଅଫ ଦ ସିରିଜ ମ୍ୟାନ ଅଫ ଦ ମ୍ୟାଚ ଦିଆଯାଇଛି ।

ଏଥି ସହିତ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଭାରତ ଅନ୍ୟ ଦେଶମାନଙ୍କ ଠାରୁ ବହୁ ଆଗରେ ରହିଛି । 240 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଟିମ ଇଣ୍ଡିଆ ରହିଥିବା ବେଳେ 60 ପଏଣ୍ଟ ସହ 2ୟ ଓ 3ୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.