ETV Bharat / sports

'ବିନା ଦର୍ଶକରେ ଅନ୍ତର୍ଜାତୀୟ ମ୍ୟାଚ, କାଉଣ୍ଟି କ୍ରିକେଟ ପରି'

author img

By

Published : May 16, 2020, 11:07 AM IST

ବିନା ଦର୍ଶକରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ସପକ୍ଷରେ ନାହାନ୍ତି ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ । ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ, କାଉଣ୍ଟି କ୍ରିକେଟ ମ୍ୟାଚ ଭଳି ଅନୁଭବ ହେବ ବୋଲି ସେ କହିଛନ୍ତି ।

Playing without crowds will be pretty similar to county cricket, says James Anderson
'ବିନା ଦର୍ଶକରେ ଅନ୍ତର୍ଜାତୀୟ ମ୍ୟାଚ, କାଉଣ୍ଟି କ୍ରିକେଟ ପରି'

ନୂଆଦିଲ୍ଲୀ: ବିନା ଦର୍ଶକରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ସପକ୍ଷରେ ନାହାନ୍ତି ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ । ଅନ୍ୟତମ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡଙ୍କ ସହ ଇନଷ୍ଟାଗ୍ରାମ ଲାଇଭରେ ଏନେଇ ମତ ରଖିଛନ୍ତି ଆଣ୍ଡରସନ । ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ, କାଉଣ୍ଟି କ୍ରିକେଟ ମ୍ୟାଚ ଭଳି ଅନୁଭବ ହେବ ବୋଲି ସେ କହିଛନ୍ତି ।

ମ୍ୟାଚରେ ପ୍ରତିଯୋଗିତା ମନୋଭାବ ବୃଦ୍ଧିରେ ଦର୍ଶକଙ୍କ ବଡ ଭୁମିକାା ରହିଥାଏ । ଅଧିକ ଉତ୍ସାହ ସହ ଜଣେ ଖେଳାଳି ପ୍ରଦର୍ଶନା ପାଇଁ ପ୍ରୟାସ କରିଥାଏ । ମାତ୍ର ଦର୍ଶକଙ୍କ ବିନା ଏହା କଷ୍ଟକର ହେବ ।

ତେବେ ବର୍ତ୍ତମାନ ସମୟରେ ଅନ୍ୟ କୌଣସି ବିପଳ୍ପ ମଧ୍ୟ ଉପଲବ୍ଧ ନାହିଁ । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ପ୍ରାୟ 2 ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ସମ୍ଭବ ହୋଇପାରି ନାହିଁ । ତେବେ ପାକିସ୍ତାନ ବିପକ୍ଷରେ ବିନା ଦର୍ଶକରେ ଇଂଲଣ୍ଡ ଟେଷ୍ଟ ସିରିଜ ଖେଳିବା ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.