ETV Bharat / sports

BCCI ବାର୍ଷିକ ଚୁକ୍ତିରୁ ବାଦ୍; ଧୋନି ଅଧ୍ୟାୟର ଅନ୍ତ !

author img

By

Published : Jan 16, 2020, 3:27 PM IST

କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ନିରାଶ ଖବର । ବର୍ଷ 2020 ପାଇଁ  ବିସିସିଆଇ ପକ୍ଷରୁ ବାର୍ଷିକ ଖେଳାଳି ଚୁକ୍ତି ଘୋଷଣା ହୋଇଛି । ତେବେ ଏହି ଚୁକ୍ତି ତାଲିକାରୁ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ବାଦ ପଡିଛନ୍ତି । ଅଧିକ ପଢନ୍ତୁ...

BCCI's Annual Player Contract
ବିସିସିଆଇର ବାର୍ଷିକ ଖେଳାଳି ଚୁକ୍ତିରୁ ବାଦ ପଡିଲେ ଧୋନି

ନୂଆଦିଲ୍ଲୀ: କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର । ବର୍ଷ 2020 ପାଇଁ ବିସିସିଆଇ ପକ୍ଷରୁ ବାର୍ଷିକ ଖେଳାଳି ଚୁକ୍ତି ଘୋଷଣା ହୋଇଛି । ତେବେ ଏହି ଚୁକ୍ତି ତାଲିକାରୁ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ବାଦ ପଡିଛନ୍ତି । ଏହି ନୂଆ ଚୁକ୍ତି ତାଲିକାରେ 27ଟି ଖେଳାଳି ରହିଛନ୍ତି । ମାତ୍ର ଧୋନିଙ୍କୁ ଏହି ତାଲିକାରେ ସ୍ଥାନ ମିଳିନାହିଁ ।

ପୂର୍ବ ବର୍ଷର ବାର୍ଷିକ ଖେଳାଳି ଚୁକ୍ତଚି ତାଲିକାରେ ଧୋନି ଗ୍ରେଡ ଏରେ ସ୍ଥାନ ପାଇଥିଲେ । ମାତ୍ର 38 ବର୍ଷିୟ ଧୋନିଙ୍କୁ ସଦ୍ୟ ପ୍ରକାଶିତ ତାଲିକାରୁ ବାଦ ପଡିଛନ୍ତି । 2019 ଦିନିକିଆ କ୍ରିକେଟ ବିଶ୍ବକପର ସେମିଫାଇନାଲରେ ଶେଷ ମ୍ୟାଚ ଖେଳିଥିଲେ ଧୋନି ।


ନଜର ପକାନ୍ତୁ ବିଭିନ୍ନ ଗ୍ରେଡରେ ସ୍ଥାନ ପାଇଥିବା ଖେଳାଳିଙ୍କ ଉପରେ:

ଗ୍ରେଡ ଏ+: ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ ବୁମରା

ଗ୍ରେଡ ଏ: ଆର ଅଶ୍ବିନ, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଲୋକେଶ ରାହୁଲ, ଶିଖର ଧାୱନ, ମହମ୍ମଦ ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ, ଋଷଭ ପନ୍ତ ।

ଗ୍ରେଡ ବି: ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ ।

ଗ୍ରେଡ ସି: କେଦାକ ଯାଦବ, ନବଦୀପ ସାଇନି, ଦୀପକ ଚହର, ମନିଶଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟ ଆୟର, ୱାସିଂଟନ ସୁନ୍ଦର ।

Intro:Body:

bgbn


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.