ETV Bharat / sports

ଭାରତ ବିପକ୍ଷ ଶେଷ ଦୁଇଟି ଦିନିକିଆରୁ ମୋର୍ଗାନ ବାହାର

author img

By

Published : Mar 25, 2021, 9:39 PM IST

ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ଖେଳିବେନି ଆହତ ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ । ଅଧିକ ପଢନ୍ତୁ...

Morgan to miss final two ODIs against India due to finger injury
ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ଖେଳିବେନି ମୋର୍ଗାନ

ପୁନେ: ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ଖେଳିବେନି ଆହତ ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ । ଏଥିସହ ଶୁକ୍ରବାର ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରୁ ମଧ୍ୟ ବାଦ ପଡିଛନ୍ତି ସାମ ବିଲିଙ୍ଗ୍ସ । ମୋର୍ଗାନଙ୍କ ଅନୁପସ୍ଥିତିରେ ଜସ ବଟଲର ଇଂଲଣ୍ଡର ନେତୃତ୍ବ ଭାର ସମ୍ଭାଳିବେ । ଲିଆମ ଲିଭିଂଷ୍ଟୋନଙ୍କୁ ଦିନିକିଆ ଡେବ୍ୟୁ ପାଇଁ ସୁଯୋଗ ମିଳିଛି ।

ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ମୋର୍ଗାନ ଆହତ ହୋଇଥିଲେ । ହାତରେ 4ଟି ଷ୍ଟିଚ୍‌ ପଡିଥିବା ମଧ୍ୟ ଜଣାପଡିଛି ।

ଗୁରୁବାର ଟ୍ରେନିଂ ସମୟରେ ପରବର୍ତ୍ତୀ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଜଣାପଡିବା ପରେ ବଟଲରଙ୍କ ଉପରେ କ୍ୟାପଟେନ ଦାୟିତ୍ବ ନ୍ୟସ୍ତ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.