ETV Bharat / sports

ପିଚ୍‌କୁ ନେଇ ନିଷ୍ପତ୍ତି ନେବା ଖେଳାଳିଙ୍କ ନୁହେଁ ICCର କାମ: ଜୋ ରୁଟ୍‌

author img

By

Published : Feb 26, 2021, 3:14 PM IST

ଭାରତ- ଇଂଲଣ୍ଡ ମଧ୍ୟରେ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 3ୟ ମ୍ୟାଚକୁ 2ଦିନରେ ସମାପ୍ତ କରିଛି ଟିମ ଇଣ୍ଡିଆ । ଏହାପରେ ମୋଟେରା ପିଚ୍‌କୁ ନେଇ ବହୁତ ଚର୍ଚ୍ଚା କରାଯାଉଛି ।

ପିଚ୍‌କୁ ନେଇ ନିଷ୍ପତ୍ତି ନେବା ଖେଳାଳିଙ୍କ ନୁହେଁ ICCର କାମ: ଜୋ ରୁଟ୍‌
ପିଚ୍‌କୁ ନେଇ ନିଷ୍ପତ୍ତି ନେବା ଖେଳାଳିଙ୍କ ନୁହେଁ ICCର କାମ: ଜୋ ରୁଟ୍‌

ଅହମଦାବାଦ: ଭାରତ- ଇଂଲଣ୍ଡ ମଧ୍ୟରେ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 3ୟ ମ୍ୟାଚକୁ 2ଦିନରେ ସମାପ୍ତ କରିଛି ଟିମ ଇଣ୍ଡିଆ । ତୃତୀୟ ତଥା ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇଛି ।

ଏହାପରେ ମୋଟେରା ପିଚ୍‌କୁ ନେଇ ବହୁତ ଚର୍ଚ୍ଚା କରାଯାଉଛି । ମ୍ୟାଚ ପରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍‌ କହିଛନ୍ତି ଯେ, ପିଚ୍‌ ଟେଷ୍ଟ କ୍ରିକେଟ ପାଇଁ ଠିକ୍‌ ଥିଲା କି ନାହିଁ ଏହାର ନିଷ୍ପତ୍ତି ନେବା ଖେଳାଳିମାନଙ୍କ ନୁହେଁ ଆଇସିସିର କାମ ।

ଆହୁରି ମଧ୍ୟ ସେ କହିଛନ୍ତି, ଏହି ପିଚ୍‌ ଚ୍ୟାଲେଞ୍ଜି ଭରା ଥିଲା । ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ପିଚ୍‌ କଷ୍ଟଦାୟକ ଥିଲା । ଜଣେ ଖେଳାଳି ଭାବେ ଆମକୁ ସବୁ ପରିସ୍ଥିତରେ ନିଜର ବେଷ୍ଟ ଦେବାକୁ ପଡିଥାଏ । ଆମେ ନିରାଶ ଅଛୁ । ଆମେ ସୁଯୋଗ ହରାଇଛୁ । ଖାସ୍‌ କରି ପ୍ରଥମ ପାଳିରେ ଗୋଟିଏ ସମୟ ଥିଲା 71ରନ୍‌ ସ୍କୋର ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.