ETV Bharat / sports

ରିଭରସୁଇଂର ସୁପରଷ୍ଟାର ଆଣ୍ଡରସନ: ସଚିନ ତେନ୍ଦୁଲକର

author img

By

Published : Jul 10, 2020, 12:49 PM IST

ଭେଟେରାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଗୁରବାର, ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ସଚିନ କହିଛନ୍ତି, ରିଭରସୁଇଂ ବୋଲିଂର ଶ୍ରେଷ୍ଠ ଉପଯୋଗ କରିପାରନ୍ତି ଆଣ୍ଡରସନ ।

James Anderson is one of the best exponents of the reverse swing: Sachin Tendulkar
ରିଭରସୁଇଂର ସୁପରଷ୍ଟାର ଆଣ୍ଡରସନ: ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଭେଟେରାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଗୁରବାର, ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ସଚିନ କହିଛନ୍ତି, ରିଭରସୁଇଂ ବୋଲିଂର ଶ୍ରେଷ୍ଠ ଉପଯୋଗ କରିପାରନ୍ତି ଆଣ୍ଡରସନ ।

  • While batting against @jimmy9, I noticed his remarkable ability to bowl reverse swing REVERSE!

    He is one of the best exponents of this art! Will be interesting to watch him bowl once the ball starts to reverse. #EngvWI @brianlara pic.twitter.com/zhPM8MXsUM

    — Sachin Tendulkar (@sachin_rt) July 9, 2020 " class="align-text-top noRightClick twitterSection" data=" ">

ସଚିନ କହିଛନ୍ତି "ପ୍ରାୟତଃ ସମସ୍ତବ୍ୟାଟ୍ସମ୍ୟାନ ବ୍ୟାଟିଂ ସମୟରେ ବୋଲରଙ୍କ ରିଲିଜ ପଏଣ୍ଟକୁ ଧ୍ୟାନ ଦେଇଥାନ୍ତି । ବଲ ଇନ ସୁଇଂ କିମ୍ବା ଆଉଟ ସୁଇଂ, ଏହିଠାରୁ ଆକଳନ କରିଥାନ୍ତି । ମାତ୍ର ଆଣ୍ଡରସନ ଏହି ମାମଲାରେ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାରେ ସିଦ୍ଧହସ୍ତ । ଅନେକ ସମୟରେ ଆଣ୍ଡରସନ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇ ଅସୁବିଧାରେ ପକାଇଥାନ୍ତି ।"

ପ୍ରଥମ ଟେଷ୍ଟରେ କାମଚଳା କ୍ୟାପଟେନ ଭାର ପାଇଥିବା ବେନ ଷ୍ଟୋକ୍ସଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସଚିନ । ଷ୍ଟୋକ୍ସ ଇଂଲଣ୍ଡର ଟିମର ସଠିକ ନେତୃତ୍ବ ନେଇପାରିବେ ବୋଲି ସେ ବିଶ୍ବାସ ରଖିଛନ୍ତି । ଇଂଲଣ୍ଡର ନିୟମିତ ଟେଷ୍ଟ କ୍ୟାପଟେନ ଜୋ ରୁଟଙ୍କ ଅନୁପସ୍ଥିତିରେ ଷ୍ଟୋକ୍ସଙ୍କୁ ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ କ୍ୟାପଟେନ ଦାୟିତ୍ବ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.