ETV Bharat / sports

ଦିନିକିଆ ସିରିଜ ପାଇଁ ଭାରତରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଟିମ

author img

By

Published : Mar 10, 2020, 8:29 AM IST

ମାର୍ଚ୍ଚ 12ରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ସେଥିପାଇଁ କ୍ୱିଣ୍ଟନ ଡିକକ୍‌ଙ୍କ ନେତୃତ୍ବରେ ଭାରତ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଟିମ ।

IND VS SA ODI Series
ଭାରତ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଟିମ

ନୂଆଦିଲ୍ଲୀ: ମାର୍ଚ୍ଚ 12ରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ସେଥିପାଇଁ କ୍ୱିଣ୍ଟନ ଡିକକ୍‌ଙ୍କ ନେତୃତ୍ବରେ ଭାରତ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଟିମ । ତେବେ କୋରୋନା ଭାଇରସର ଭୟ ଯୋଗୁଁ ଦକ୍ଷିଣ ଆଫ୍ରିକା ଟିମ ସହ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୋଏବ ମାଞ୍ଜରୀ ଆସିଛନ୍ତି ।

16 ଜଣିଆ ଦକ୍ଷିଣ ଆଫ୍ରିକା ଟିମ ସୋମବାର ଧର୍ମଶାଳାରେ ପହଞ୍ଚିଛି । ଅନ୍ୟପଟେ ଆଜି ଭାରତୀୟ ଦଳ ଧର୍ମଶାଳାରେ ପହଞ୍ଚିବା ନେଇ ସୂଚନା ରହିଛି । ଭାରତୀୟ ଖେଳାଳିଙ୍କୁ ଜାତୀୟ କ୍ରିକେଟ ଏକାଡେମୀ ବେଙ୍ଗାଲୁରୁରେ ଫିଟନେସ ପରୀକ୍ଷା ଦେବେ ।

ସିରିଜର 2ୟ ମ୍ୟାଚ ମାର୍ଚ୍ଚ 15ରେ ଲକ୍ଷ୍ନୌରେ ଓ 3ୟ ମ୍ୟାଚ ମାର୍ଚ୍ଚ 18ରେ କୋଲକାତାରେ ଖେଳାଯିବ ।

ଭାରତୀୟ ଦଳ: ଶିଖର ଧାୱନ, ପୃଥ୍ବୀ ସ', ବିରାଟ କୋହଲି(କ୍ୟାପଟେନ), ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ନବଦୀପ ସାଇନି, କୁଲଦୀପ ଯାଦବ, ଶୁଭମନ ଗିଲ ।

ଦକ୍ଷିଣ ଆଫ୍ରିକା ଦଳ: କ୍ୱିଣ୍ଟନ ଡିକକ୍‌(କ୍ୟାପଟେନ), ତେମ୍ବ ବାଭୁମା, ରସି ଭନ ଡେର ଡସନ, ଫାଫ ଡୁ ପ୍ଲେସିସ, କେଲ ଭରନେ, ହେନରିକ କ୍ଳାସେନ, ଡେଭିଡ ମିଲର, ଜନ ସ୍ମଟସ, ଆଣ୍ଡିଲେ ଫେହେଲୁକୟ, ଲୁଙ୍ଗି ଏଙ୍ଗିଡି, ଲୁଥୋ ସିପମାଲା, ବୁଏନୋ ହେଣ୍ଡ୍ରିକ୍ସ, ଏଲରିଚ ନର୍ଟିଜେ, ଜର୍ଜ ଲିଣ୍ଡେ ଓକେଶବ ମହାରାଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.