ETV Bharat / sports

ଚେନ୍ନାଇରେ କ୍ବାରେଣ୍ଟିନରେ ରହିଲେ ବେନ ଷ୍ଟୋକ୍ସ

author img

By

Published : Jan 25, 2021, 9:41 PM IST

ଭାରତରେ ପହଞ୍ଚିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଚେନ୍ନାଇରେ ପହଞ୍ଚିବା ସହ 5 ଦିନିଆ କ୍ବାରେଣ୍ଟିନରେ ରହିଲେ ଷ୍ଟୋକ୍ସ । ଅଧିକ ପଢନ୍ତୁ...

Ind vs Eng: Stokes arrives in Chennai, begins quarantine
ଚେନ୍ନାଇରେ କ୍ବାରେଣ୍ଟିନରେ ରହିଲେ ବେନ ଷ୍ଟୋକ୍ସ

ଚେନ୍ନାଇ: ଭାରତରେ ପହଞ୍ଚିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଚେନ୍ନାଇରେ ପହଞ୍ଚିବା ସହ 5 ଦିନିଆ କ୍ବାରେଣ୍ଟିନରେ ରହିଲେ ଷ୍ଟୋକ୍ସ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ, 3ଟି ଦିନିକିଆ ଓ 5ଟି ଅନ୍ତର୍ଜାତୀୟ ଟି-20 ମ୍ୟାଚ ଖେଳାଯିବ । ଫେବୃଆରୀ 5ରୁ ଚେନ୍ନାଇରେ ସିରିଜର ପ୍ରଥମ ଟେଷ୍ଟ ଖେଳାଯିବ ।

"କ୍ବାରେଣ୍ଟିନର ପ୍ରଥମ ଦିନ, କ୍ବାରେଣ୍ଟିନରେ କିଛି କାମ କରିବାକୁ ସୁଯୋଗ ମିଳିଛି, ପ୍ରତିଦନ ନିଜ ବିଛଣା ପ୍ରସ୍ତୁତ କରିବାକୁ ହେବ, ଏହା ଆଗାମୀ 5ଦିନ ପାଇଁ କରିବାକୁ ହେବ ।" ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ ଏହା କହିଛନ୍ତି ଷ୍ଟୋକ୍ସ ।

ଅନ୍ୟଏକ ପୋଷ୍ଟରେ ଅଲରାଉଣ୍ଡର ଷ୍ଟୋକ୍ସ ଭିଡିଓ ଗେମ ଖେଳୁଥିବା ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.